Breaking News – ହେ ଭଗବାନ ! ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଭାଷଣ ଦେଲା ବେଳେ ହଠାତ ଅସୁସ୍ଥ ହୋଇପଡିଲେ, ମୁଖ୍ୟମନ୍ତ୍ରୀ କଲେ ଆରୋଗ୍ୟ କାମନା…

ଓଡ଼ିଶାର କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଅସୁସ୍ଥ ହୋଇ ପଡିଥିବାର ଖବର ସାମ୍ନାକୁ ଆସିଛି। ଏବେ ଏବେ ଏହି ଖବର ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କୁ ବ୍ୟଥିତ କରିଛି।ତେବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅସୁସ୍ଥ ହୋଇ ପଡିବା ପରେ ସେ ଗୁରୁତର ଆଡ଼କୁ ଗତି କରିବାରୁ ହଠାତ୍ ତାଙ୍କୁ ସେହି ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି।

ତେବେ ଏହାକୁ ନେଇ ଯାହା ସୂଚନା ରହିଛି ପୂର୍ବାହ୍ନରେ ସିବିଆଇ ଅଫିସ ସମ୍ମୁଖରେ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ ହେଉଥିଲା।ଆଉ ଏହି ଉପଲକ୍ଷେ ସେଠାରେ ଏକ ରାଲି ଅନୁଷ୍ଠିତ ହୋଇଥିଲା।

ତେବେ ଅନୁଷ୍ଠିତ ଏହି ରାଲିରେ ନରସିଂହ ମିଶ୍ର ଉଦ୍‌ବୋଧନ ଦେଉଥିଲେ।ତେବେ ସେ ଉଦ୍ ବୋଧନ ଦେଇ ସାରିବା ପରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ସେଠାରେ ବିଧାୟକ ନରସିଂହ ମିଶ୍ର ବସି ପଡ଼ିଥିଲେ।ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା। ଆଉ ଏବେ ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଚିକିତ୍ସା କରା ଯାଉଛି।

ତେବେ ବିଧାୟକ ନରସିଂହ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା କୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଯେ ସେ ଠିକ୍ ଅଛନ୍ତି।ସେ ବଲାଙ୍ଗୀରରୁ ଆଜି ସକାଳେ ଭୁବନେଶ୍ବରକୁ ଫେରିଥିଲେ। ଫଳରେ ଦୀର୍ଘ ସମୟର ଯାତ୍ରା କାରଣରୁ ନରସିଂହ ମିଶ୍ର କ୍ଲାନ୍ତ ହୋଇ ପଡ଼ିବା କାରଣରୁ ଏପରି ଘଟିଛି।

ଏହାଛଡା ନରସିଂହ ଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରଶାନ୍ତ ସାହୁ କହିଛନ୍ତି ଯେ ବିଧାୟକ ନରସିଂହ ମିଶ୍ର ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଚିନ୍ତା କରିବାର କୌଣସି କାରଣ ନାହିଁ।ସେ ସୁସ୍ଥ ଅଛନ୍ତି, କଥାବାର୍ତ୍ତା ମଧ୍ୟ କରୁଛନ୍ତି।ତାଙ୍କର ବ୍ଲଡସୁଗାର ମଧ୍ୟ ସଂପୂର୍ଣ୍ଣ ଠିକ୍ ରହିଛି। କିନ୍ତୁ ସେ କେଉଁ କାରଣରୁ ଅଚେତ୍ ହୋଇ ପଡ଼ିଲେ ତାହା ଜାଣିବା ପାଇଁ ତାଙ୍କୁ ଏବେ ନିରୀକ୍ଷଣରେ ରଖା ଯାଇଛି ଏବଂ ତାଙ୍କର ଆବଶ୍ୟକୀୟ ଡାକ୍ତରୀ ପରୀକ୍ଷା ମଧ୍ୟ ଚାଲୁ ରହିଛି।ତେବେ ସମସ୍ତ ବିଷୟ ଅନୁଧ୍ୟାନ କଲାପରେ ଯାଇ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ତେବେ ଡାକ୍ତର ଙ୍କ ଏହି ସୂଚନା ଜନ ସାଧାରଣଙ୍କୁ ଆଶ୍ୱସ୍ତି ଦେଇଛି। ତେବେ ସୂଚନା ଥାଉ କି ବିଧାୟକ ନରସିଂହ ମିଶ୍ର ଙ୍କ ଅସୁସ୍ଥତା ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଆଶୁ ଆରୋଗ୍ୟ କାମନା ନିମନ୍ତେ ଟୁଇଟ କରି ଏ ବିଷୟରେ ତାଙ୍କୁ ଜଣାଇଛନ୍ତି।ଏବଂ ନରସିଂହ ଙ୍କ ପରିବାର ସହିତ କଥା ହୋଇଛନ୍ତି ଏବଂ ତାଙ୍କର ବର୍ତ୍ତମାନର ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏହାଛଡା ସେ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସେ ଜଲଦି ସୁସ୍ଥ ହୋଇ ହସ୍ପିଟାଲ୍ ରୁ ଫେରି ଆସନ୍ତୁ ବୋଲି କହିଛନ୍ତି।

ଆମେ ମଧ୍ୟ ବିଧାୟକ ଙ୍କ ଉତ୍ତମ ସ୍ବାସ୍ଥ୍ୟ ର କାମନା କରୁଛୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।