Breking News – ସୁପରଷ୍ଟାର ରଜନୀକାନ୍ତ ଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ଡାକ୍ତର ଦେଲେ ଚରମ ବାଣୀ, ତାଙ୍କ ଆରୋଗ୍ୟ କାମନା ପାଇଁ ପ୍ରାଥନା କରନ୍ତୁ….Please….

ବସ୍ କଣ୍ଡକ୍ଟର ରୁ ସୁପରଷ୍ଟାର ହୋଇଥିବା ରଜନୀକାନ୍ତ କୁ କିଏ ନଜାଣେ।ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ହାସଲ କରି ପାରିଛନ୍ତି ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ବ ଏବଂ ଉଚ୍ଚକୋଟୀର ଅଭିନୟ ପାଇଁ। ତାଙ୍କର ଅଭିନୟ ଏତେ ଚିତାକର୍ଷକ ଯେ ତାହା ସମସ୍ତ ଦର୍ଶକଙ୍କୁ ଏକ ଆକର୍ଷଣର ଡୋରରେ ବାନ୍ଧି ରଖିଥାଏ।ତେବେ ସେହି ସୁପରଷ୍ଟାର ରଜନୀକାନ୍ତ ଯିଏକି ତାମିଲ ଫିଲ୍ମ୍ ଇଣ୍ଡଷ୍ଟ୍ରି ଜଣେ ନମ୍ୱର୍ ୱାନ ଅଭିନେତା ଅଟନ୍ତି ସେ ଏବେ ଅସୁସ୍ଥ ହୋଇ ପଡିଛନ୍ତି।

ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଚାନକ ଖରାପ ହୋଇ ଯାଇଛି ବୋଲି ଯାହା ସୂଚନା ମିଳୁଛି।ତେବେ ସୂଚନା ଅନୁସାରେ ତାଙ୍କ ରକ୍ତଚାପରେ କ୍ରମାଗତ ପରିବର୍ତ୍ତନ ଯୋଗୁଁ ତାଙ୍କୁ ତୁରନ୍ତ ହାଇଦ୍ରାବାଦ ର ଆପୋଲୋ ଡାକ୍ତରଖାନା ରେ ଭର୍ତ୍ତି କରା ଯାଇଛି।

ଆଉ ଏବେ ତାଙ୍କର ଉକ୍ତ ଡାକ୍ତରଖାନା ରେ ଚିକିତ୍ସା ଚାଲିଛି।ତେବେ ଏହା ଜଣା ପଡ଼ିଛି ଯେ ସୁଟିଂ ସମୟରେ ଅର୍ଥାତ୍ ହାଇଦ୍ରାବାଦ ରେ ସୁଟିଂ ଚାଲିଥିଲା ସମୟରେ ହିଁ କରନା ପାଇ ରଜନୀକାନ୍ତଙ୍କ ଫିଲ୍ମ ଆନାଥାଇ ର ସୁଟିଂକୁ ଅଧାରେ ରୋକିବାକୁ ପଡିଥିଲା। କାରଣ ଏହି ଫିଲ୍ମ୍ ର ସଦସ୍ୟ ପାଖାପାଖି ୮ ଜଣ ସଦସ୍ୟଙ୍କୁ କରୋନା ପଜିଟିଭି ଜଣା ପଡିଥିଲା। ରିପୋର୍ଟ୍ ଆସିବା ପରେ ୮ ଜଣଙ୍କର ପଜିଟିଭି ଥିବା ବେଳେ କିନ୍ତୁ ରଜନୀକାନ୍ତ ଙ୍କ ରିପୋର୍ଟ୍ ନେଗେଟିଭ ରହିଥିଲା।

ତେବେ ଯାହା ସୂଚନା ରହିଛି ଫିଲ୍ମର ସୁଟିଂ ପାଇଁ ରଜନୀକାନ୍ତ ଗତ ସପ୍ତାହରେ ଚେନ୍ନାଇରୁ ହାଇଦ୍ରାବାଦ କୁ ଆସିଥିଲେ। ଆଉ ଏହାପରେ ତାଙ୍କର ସୁଟିଂ ହେଉଥିବା ଫିଲ୍ମ୍ କୁ ଆଗକୁ ନେବା ପାଇଁ ରଜନୀକାନ୍ତ ଓ ନୟନତାରା ଙ୍କ ସହ ଫିଲ୍ମର ସିଡ୍ୟୁଲ ୨୯ ଡିସେମ୍ବରରେ ଶେଷ କରିବାର ଥିଲା। ତେବେ ୮ ଜଣ ସଦସ୍ୟ କରୋନା ପଜିଟିଭି ବାହାରିବା ପରେ ଫିଲ୍ମ ସୁଟିଂ ବନ୍ଦ କରା ଯାଇଥିଲା।

ଏହା ପରେ ରଜନୀକାନ୍ତଙ୍କୁ ମଧ୍ୟ କରୋନା ପରୀକ୍ଷା କରା ଯାଇଥିଲା। କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା, କିନ୍ତୁ ସେ ନିଜକୁ ସତର୍କତା ର ସହ ଅଲଗା ରଖିଥିଲେ। ତେବେ ଏବେ ରକ୍ତଚାପରେ ପରିବର୍ତ୍ତନ ଆସିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ଅସୁସ୍ଥତା ଖବର ଆସିବା ପରେ ସମସ୍ତ ପ୍ରଶଂସକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ତେବେ ରଜନୀକାନ୍ତ ଙ୍କ ଏହି ଅପ୍ କମିଙ୍ଗ ଫିଲ୍ମରେ ସେ ଓ ନୟନତାରା ଙ୍କ ବ୍ୟତୀତ କୀର୍ତି ସୁରେଶ, ଖୁସ୍‌ବୁ ମୀନା, ପ୍ରକାଶ ରାୟ ଏବଂ ସୁରୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।ଫିଲ୍ମର ପ୍ରଯୋଜନା ସନ୍ ପିକଚର୍ କରିଥିବା ବେଳେ ଡି ଇମାନ୍ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁରିଥାଇ ଶିବା। ସୂଚନା ଥାଉ କି ରଜନୀକାନ୍ତ ତାମିଲନାଡୁ ରେ ତାଙ୍କର ଏକ ରାଜନୈତିକ ଦଳ ଗଢ଼ିବା ପାଇଁ ଯାଉଛନ୍ତି। ଯାହାର ସୂଚନା ସେ ଡ଼ିସେମ୍ବର ୩୧ ତାରିଖରେ ଦେବେ ବୋଲି ଗଣମାଧ୍ୟମ କୁ କହିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।