ଦେଖନ୍ତୁ ଭିଡ଼ିଓ ! ଶଗଡ଼ ଗାଡ଼ିରେ ଲାଗିଛି ଅମ୍ବାସେଡର କାର୍, ୟା ଆଗରେ ଏଲନ୍ ମସ୍କ-ଟେସ୍ଲା ବି ଫେଲ୍ ! ଊିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ….

ଆପଣ ଅନେକ କାର ଦେଖିଥିବେ। ହେଲେ ଆମେ ଆପଣଙ୍କୁ ଏମିତି ଏକ କାର ବିଷୟରେ କହିବାକୁ ଯାଉଛୁ ଯାହା ଆଗରେ ଫିକା ପଡିଯିବ ବିଶ୍ଵର ନାମୀଦାମୀ କାର। ଏମିତି କି ଆମେରିକୀୟ କାର ନିର୍ମାତା କମ୍ପାନୀ ଏଲୋନ ମସ୍କ୍ ଓ ତେସଲା ଏହାକୁ ଦେଖିଲେ ମୁଣ୍ଡରେ ହାତ ଦେଇ ବସିବେ। ତେବେ ଆସନ୍ତୁ ଏବେ ଦେଖିବା ଏହି କାର କୁ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି ।

ଏହାକୁ ନିଜର ଟୁଇଟର ପେଜ ରେ ସେୟାର କରିଛନ୍ତି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ମୁଖ୍ୟ ଆନନ୍ଦ ମହିନ୍ଦ୍ରା। ସବୁବେଳେ ସୋସିଆଲ ମିଡିଆରେ ଆକ୍ତିଭ ରହୁଥିବା ମହିନ୍ଦ୍ରା ଏହି ଭିଡିଓ ର ପୋଷ୍ଟ କରି ପ୍ରଶଂସକ ଙ୍କ ମନ ଜିଣିଛନ୍ତି।

ଆଉ ଏହି ମଜାଳିଆ ଆଉ ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିବା ପରେ ଅନେକ ପ୍ରଶଂସକ, ଲାଇକ, ସେୟାର ଆଉ କମେଣ୍ଟ ମଧ୍ୟ କରିଛନ୍ତି।ଆଉ ଏବେ ଆନନ୍ଦ ମହିନ୍ଦ୍ରା ଙ୍କ ଏହି ଦେଶୀ କାର ର ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଳ ହେବାରେ ଲାଗିଛି।ଏହି ଭିଡିଓ ସେୟାର କରି ସେ ଆମେରିକୀୟ କାର ନିର୍ମାତା କମ୍ପାନୀ ର ପ୍ରମୁଖ ତେଶଲା ସମ୍ପର୍କରେ ସେ ଏମିତି କିଛି କହିଛନ୍ତି।

ସେ ନିଜର ଟୁଇଟର ପେଜ ରେ ଏହାକୁ ସେୟାର କରି ଲେଖିଛନ୍ତି ଯେ ମୋତେ ଲାଗୁଚି ଏଲୋନ ମସ୍କ୍ ଓ ତେସଲା ର ନବୀକରଣ ଉର୍ଜା ଦ୍ବାରା ସଂଚାଲିତ କାର ଏହି ଭାରତୀୟ କାର କୁ ମୁକାବିଲା କରି ପାରିବ। ତେବେ ଏହାର ନିର୍ମାଣ ପ୍ରଣାଳୀ ବିଷୟରେ କିନ୍ତୁ ସେ ନିଶ୍ଚିତ ନୁହନ୍ତି ବୋଲି କହିଛନ୍ତି।ତେବେ ଆନନ୍ଦ ମହିନ୍ଦ୍ରା ସେୟାର କରିଥିବା ଏହି ମଜାଳିଆ ଭିଡିଓ ଦକ୍ଷିଣ ଭାରତର ବୋଲି କୁହା ଯାଉଛି।

ଏଠାରେ ଗୋଟିଏ ଶଗଡ଼ ଗାଡ଼ିରେ ପଛ ଭାଗରେ ଆମ୍ବାସେଦର୍ କାର ର ପଛ ପଟ ଲାଗିଥିବାର ଦେଖିବାକୁ ମିଳୁଛି।ଆଉ ଏହାକୁ ବହୁତ୍ ସୁନ୍ଦର୍ ଭାବରେ ସଜା ଯାଇଛି।ଏହି ଶଗଡ଼ରେ ଯିଏ ବି ବସିବାକୁ ଇଛା କରିବେ, ସିଏ ଏହି ଆମ୍ବାସେଦର କାର ର ସିଟ୍ ରେ ବସି ପାରିବେ। ତେବେ ଆପଣଙ୍କୁ କହି ରଖୁଛୁ ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଆନନ୍ଦ ମାହିନ୍ଦ୍ରା ଙ୍କ ଦ୍ଵାରା ସେୟାର ହୋଇଥିବା ଭିଡିଓ କୁ ୪ ହଜାର ରୁ ଅଧିକ ଲୋକ ରି ଟୁଇଟ ମଧ୍ୟ କରିଛନ୍ତି।

ଏମିତି କି ଭିଡିଓ ଟି ସେୟାର ହେବା ପରେ ଏବେ ସୁଦ୍ଧା ୩ ଲକ୍ଷ ପଚାଶ ହଜାର ଲୋକ ଦେଖି ସାରିଲେଣି। ଆଉ ଏହାକୁ ଅନେକ ସେୟାର ମଧ୍ୟ କରି କ୍ୟାପସନ୍ ଲେଖୁଛନ୍ତି। ତେବେ କେହି କେହି ଏହି ଭିଡିଓ କୁ ଦେଖି ଖୁସି ହୋଇ ସେମାନଙ୍କର ଭିନ୍ନ ଭିନ୍ନ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି। ଆପଣ ବି ଏହି ଭିଡିଓ କୁ ଥରେ ଦେଖି ଏହାର ମଜା ଉଠାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।