ହେ ପ୍ରଭୁ ! ଫ୍ଲାଏ ଓଭର ତଳେ ଦିନ କାଟୁଛନ୍ତି ଅଭିନେତ୍ରୀ : ସେଦିନର ସୁବର୍ଣ୍ଣ ସୀତା ଆଜି ସାଜିଗଲେ ଭିକାରୁଣି, ତାଙ୍କ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ…Please…

ଭାଗ୍ୟ ର ବିଡମ୍ବନା କେବେ ବୁଝି ହୁଏ ନାହିଁ ।ଆଜି ଯିଏ କୋଟି ପତି , କ୍ଷୀର ମହୁ ରେ ହାତ ଧୁଏ କ୍ଷଣକ ମାତ୍ରକେ ଦାଣ୍ଡ କୁ ଚାଲି ଆସେ ଭିକ ମାଗିବା ପାଇଁ। ଏଥିପାଇଁ କୁହା ଜାଏ କୌଣସି ଜିନିଷ ର ସ୍ଥାୟୀତ୍ବ ନାହିଁ ।ତେବେ ଆଜି ଆମେ ଏମିତି ଏକ ଘଟଣା ବିଷୟ ରେ ଜାଣିବା ଯେଉଁଠି ଗ୍ଲାମର ଦୁନିଆ ରୁ ଅଭିନେତ୍ରୀ ସିଧା ଆସି ଯାଇଛନ୍ତି ରାସ୍ତା କଡକୁ ଆଉ ନିଜ ଜୀବନ ବଞ୍ଚାଇବା ପାଇଁ ଦୁଇ ଓଳା ଦୁଇ ମୁଠା ଖାଇବା ପାଇଁ ଭିକ ମାଗୁଛନ୍ତି।ତେବେ କିଏ ସେ ଅଭିନେତ୍ରୀ କେମିତି ଦାଣ୍ଡର ଭିକାରୀ ସାଜିଲେ ଆସନ୍ତୁ ଜାଣିବା।

କୁହା ଯାଏ ଆମ ଭାଗ୍ୟ ରେ ଯାହା ଲେଖା ଥାଏ ସେଇଆ ହୁଏ। ଭାଗ୍ୟ ରେ ଯେତିକି ଦିନ ପାଇଁ ସୁଖ ଲେଖା ହୋଇଥାଏ ସେତିକି ଦିନ ଯାଏଁ ଆମେ ସୁଖ ଭୋଗ କରି ଥାଉ ଆଉ ଯେତିକି ଦିନ ଯାଏଁ ଦୁଃଖ ଲେଖା ଥାଏ ସେତିକି ଦିନ ଯାଏଁ ଦୁଃଖ ଭୋଗ କରୁ।

ସେହି ପରି କିଛି ଘଟିଛି ୮୦ ଦଶକରେ ଓଲିଉଡ୍‌ ଇଣ୍ଡଷ୍ଟ୍ରି ରେ ଅନେକ ଚରିତ୍ର ରେ ଅଭିନୟ କରି ନାଁ କମାଇ ଥିବା ଅଭିନେତ୍ରୀ ମୀରା ମହାନ୍ତି ଙ୍କ ସହିତ । ଗ୍ଲାମର ଦୁନିଆ ଓ ମେକ୍ ଅପ୍ ଦୁନିଆ ରୁ ଅଭିନେତ୍ରୀ ଜଣଙ୍କ ସିଧା ଆସି ଯାଇଛନ୍ତି ରାସ୍ତା ପାଖକୁ । ଅଭାବ , ଅନାହାର, ଅନଟନରେ କାଳ କାଟୁଛନ୍ତି ଅଭିନେତ୍ରୀ । ଏହା ସହିତ ପେଟର ଭୋକ ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଭିକ୍ଷୁକ ସାଜିଛନ୍ତି ଆଉ ବସ୍ତିର ଏକ ଅନ୍ଧାର କୋଣ ରେ ପଡ଼ି ଗୁମୁରି ଗୁମୁରି କାନ୍ଦୁଛନ୍ତି।

ମୀରା ମହାନ୍ତି ଏବେ ବିଏମ୍‌ସି ର ୫୭ ନମ୍ବର ୱାର୍ଡ ମାଉସୀ ମା ଫ୍ଲାଏ ଓଭର ତଳେ ଥିବା ଏକ ବସ୍ତିର ଝୁମ୍ପୁଡ଼ି ଘରେ ନିଜ ଜୀବନ ଯାପନ କରୁଛନ୍ତି।ଏବେ ତାଙ୍କ ବୟସ ପ୍ରାୟ ୬୦ ରୁ ଉର୍ଦ୍ଧ ହେଲାଣି । ପରିବାର କହିବାକୁ ଗଲେ ବିଧବା ବୋହୂ ଓ ନାତୁଣୀ ଟିଏ ଅଛନ୍ତି ଆଉ ପୁଅ ଏକ ଦୁର୍ଘଟଣା ରେ ଜୀବନ ହରାଇ ଅଛି । ତେଣୁ ବାଧ୍ୟ ହୋଇ ଭିକ୍ଷା ମାଗିବାକୁ ରାସ୍ତା କୁ ଗୋଡ଼ କାଢ଼ିଛନ୍ତି ମୀରା ମହାନ୍ତି।

ତେବେ ମୀରା ମହାନ୍ତି କୌଣସି ଛୋଟ ଅଭିନେତ୍ରୀ ନୁହନ୍ତି ୮୦ ଦଶକ ରେ ସେ ଯାଯାବର, ତ୍ରିନାଥ ମେଳା, ସୁବର୍ଣ୍ଣ ସୀତା, ସମ୍ପୂର୍ଣ୍ଣ ରାମାୟଣ, ପ୍ରତିଧ୍ୱନୀ ପରି ଅନେକ ଓଡ଼ିଆ ଫିଲ୍ମ୍ ରେ ସେ ଅଭିନୟ କରିଥିଲେ। କେବଳ ସେତିକି ନୁହେଁ କଟକର କଳାଶ୍ରୀ ଥିଏଟର, ଜନତା ରଙ୍ଗମଞ୍ଚ, ଅର୍ଣ୍ଣପୂର୍ଣ୍ଣା ଥିଏଟର, ଏକାମ୍ର ଥିଏଟର ରେ ମଧ୍ୟ ଜଣେ ସଫଳ ଅଭିନେତ୍ରୀ ଭାବେ ସେ ପ୍ରସିଦ୍ଧି ଲାଭ କରିଛନ୍ତି।

ତେବେ ପୂର୍ବରୁ କେନ୍ଦ୍ରୀୟ ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କୁ କଳାକାର ଭତ୍ତା ହିସାବ ରେ ୩୦୦୦ ଟଙ୍କା ଲେଖାଏଁ ମିଳୁଥିଲା। କିନ୍ତୁ କରୋନା ବ୍ୟାଧି ଆସିବା ପରେ ୮ ମାସ ହେବ ତାଙ୍କୁ ଭତ୍ତା ମିଳିଲା ନାହିଁ । ଶାଶୁ ବୋହୂ କୁ କେବଳ ବିଧବା ଭତ୍ତା ହିସାବ ରେ ୧୦୦୦ ଟଙ୍କା ମିଳୁଛି । ସେଥିରେ ଚଳିବା କଷ୍ଟ ତେଣୁ ବାଧ୍ୟ ହୋଇ ରାସ୍ତା କୁ ଓହ୍ଲାଇ ପଡିଛନ୍ତି ଅଭିନେତ୍ରୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।