ସତ୍ୟ ଘଟଣା ! ଦେଖନ୍ତୁ ହଠାତ ଉଭା ହେଲେ ପ୍ରଭୁ ହନୁମାନ କଲେ ଚମତ୍କାର, ଦେଖି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ…..

ଭଗବାନ ହେଉଛନ୍ତି ସର୍ବଜ୍ଞ, ସର୍ବ ବ୍ୟାପି ଏବଂ ସର୍ବ ଶକ୍ତିମାନ।ଆଉ କିଛି କ୍ଷେତ୍ରରେ ଆମେ ଭଗବାନଙ୍କ ଅପାର ମହିମା କୁ ଅନୁଭବ କରିପାରୁ ବିଭିନ୍ନ ରୂପରେ। ଅନେକ ସ୍ଥାନରେ ଆପଣ ମାନେ ଭଗବାନ ଙ୍କ ଅଲୌକିକ ପ୍ରତିଭା କୁ ଦେଖିବାକୁ ଅଥବା ଶୁଣିବାକୁ ପାଇଥିବେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ।ଆପଣ ଜାଣିଛନ୍ତି କଳିଯୁଗର ଜୀବନ୍ତ ଠାକୁର ରୂପରେ ପ୍ରଭୁ ଶ୍ରୀ ହନୁମାନ ଙ୍କୁ ମନା ଯାଇଥାଏ।

ହନୁମାନ ସମସ୍ତ ସଙ୍କଟ ଏବଂ ସମସ୍ୟା ରୁ ଭକ୍ତଙ୍କୁ ଉଦ୍ଧାର କରିଥାନ୍ତି , ଯେଉଁ କାରଣରୁ ତାଙ୍କୁ ସଙ୍କଟ ମୋଚନ ବୋଲି କୁହାଯାଏ।ତେବେ ସେ ସବୁବେଳେ ଭକ୍ତ ଙ୍କୁ ସାହାଯ୍ୟ କରନ୍ତି ଯଦି ଭକ୍ତ ତାଙ୍କୁ ଅସୁବିଧାରେ ଡାକି ଦିଏ।

ତେବେ ବାସ୍ତବ କ୍ଷେତ୍ରରେ ଆମେ ଏହିସବୁ ଘଟଣା ବଳୀକୁ ସହଜରେ ମଧ୍ୟ ବିଶ୍ଵାସ କରିବା ପାଇଁ ସମର୍ଥ ହୋଇ ନଥାଉ। ସେହିଠାରୁ ଆମକୁ ପ୍ରମାଣ ମିଳେ ଯେ କିଛି ଏହିଭଳି ଅଦୃଶ୍ୟ ଶକ୍ତି ରହିଛି ଯାହା ର ପ୍ରଭାବ ବାସ୍ତବରେ କିଛି ଏମିତି ଘଟଣା କିମ୍ବା ସଂକେତ ଦେଇଥାଏ ଯାହା ସହଜରେ ବିଶ୍ୱାସ ଉପଯୋଗୀ ହୋଇ ନଥାଏ।

ସେହିଭଳି ଏକ ଘଟଣା ସମ୍ପର୍କରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଶୁଣିଲା ପରେ ଆଉ ଏହି ଘଟଣା କୁ ନିଜେ ଦେଖିବା ପରେ ଆପଣ ବିଶ୍ୱାସ କରି ପାରିବେନି ଏବଂ ଭାବିବାକୁ ବାଧ୍ୟ ହେବେ ଯେ କଣ ପ୍ରକୃତରେ ଏହା କିପରି ସମ୍ଭବ ପର ଅଟେ ଏବଂ ଏହା ପଛର ପ୍ରକୃତ ରହସ୍ୟ କଣ ଅଟେ।

କାରଣ ଏହା ଏକ ଅଦ୍ଭୁତ ଘଟଣା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଚି।ଏହି ଘଟଣାରେ ରମେଶ ନାମକ ଜଣେ ବ୍ୟକ୍ତି ଯିଏକି ଭଗବାନଙ୍କୁ ବହୁତ୍ ନିଷ୍ଠାର ସହ ପୂଜା କରୁଥିଲେ ଏବଂ ସେ ବଡ଼ ଭକ୍ତ ଥିଲେ ହନୁମାନଙ୍କ।ସେ ନୀତି ନିୟମରେ ହନୁମାନଙ୍କ ପୂଜା ପାଠ କରିବା ସହିତ ପ୍ରତିଦିନ ହନୁମାନ ଚାଳିଶା ମଧ୍ୟ ପାଠ କରୁଥିଲେ।

ସେ ବିବାହ କରିବେ ନାହିଁ ବୋଲି ମନସ୍ଥ କରି ସଂକଳ୍ପ କରିଥିଲେ। ତେବେ ବାପା ମାଆ ବହୁତ୍ ବୃଦ୍ଧ ହୋଇ ଯାଇଥିବାରୁ ସେମାନେ ବାଧ୍ୟ କରିବା କାରଣରୁ ଶେଷରେ ସେ ଏଥିରେ ରାଜି ହୋଇଥିଲେ ଓ ବିବାହ କରିଥିଲେ ନିଜର ସଂକଳ୍ପ କୁ ଭାଙ୍ଗି।ଏହାପରେ ତାଙ୍କର ହନୁମାନଙ୍କ ପ୍ରତି ଥିବା କର୍ତ୍ତବ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଲା।

ସେ ପୂର୍ବଭଳି ପୂଜା ପାଠ କଲେନାହିଁ। ଅସହାୟଙ୍କୁ ମଧ୍ୟ ପୂର୍ବଭଳି ସାହାଯ୍ୟ କଲେ ନାହିଁ। ଗରିବ ଲୋକଙ୍କୁ ଅଣଦେଖା କଲେ ଓ ଧୀରେ ଧୀରେ ଭଗବାନଙ୍କ ପୂଜାପାଠ କୁ ପାସୋରି ଦେଲେ। ଭଗବାନ ହନୁମାନ ବିଭିନ୍ନ ଉପାୟରେ ଏହାର ପରୀକ୍ଷା ନେଲେ କିନ୍ତୁ ସେ ପୂର୍ବ ଭଳି ରହିଲେ ନାହିଁ। ଏହାପରେ ସମୟ ଆସିଲା ସେ ପୁଣି ଦରିଦ୍ର ହୋଇଗଲେ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ଛାଡି ଚାଲିଗଲେ। ଶେଷରେ ସେ ଦିନେ ସବୁ କଥା ଭାବି ହନୁମାନଙ୍କ ଫଟୋ ଦେଖି କାନ୍ଦିଲେ ଓ ନିଜ ଭୁଲ୍ କର୍ମକୁ ବୁଝି ପାରିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।