ଅଦ୍ଭୁତ ଘଟଣା ! ଓଡ଼ିଶାରେ ସ୍ତ୍ରୀକୁ ଛାଡି ଆମେରିକା ଚମ୍ପଟ ମାରିଲେ ସ୍ୱାମୀ, ଘଟଣା ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ….

ଭାରତୀୟ ସଂସ୍କୃତିରେ ବିବାହ କୁ ଏକ ପବିତ୍ର ବନ୍ଧନ ବୋଲି କୁହାଯାଏ ।ସଂସାର ରେ ବିବାହ ହେଉଛି ଏକ ପବିତ୍ର କାର୍ଯ୍ୟ ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ।କାରଣ ସ୍ୱାମୀ ସ୍ତ୍ରୀ ଙ୍କ ଯୋଡ଼ି କୁ ସ୍ୱୟଂ ଭଗବାନ ବ୍ରହ୍ମା ପୂର୍ବରୁ ତିଆରି କରିଥାନ୍ତି ଏବଂ ପୃଥିବୀ ଲୋକରେ ସେହି ଦୁଇ ଜଣଙ୍କ ମିଳନ କରାନ୍ତି।ତେଣୁ ଭଗବାନ ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଯୋଡ଼ି କୁ ଅନେକ ଚେଷ୍ଟା କରି ମଧ୍ୟ କେହି ଭାଙ୍ଗି ପାରନ୍ତି ନାହିଁ।

ବିବାହର ଅର୍ଥ ଦୁଇ ଦେହର ମିଳନ ହୋଇ ନଥାଏ,ଏହା ଦୁଇ ଆତ୍ମାର ମିଳନ ହୋଇ ଥାଏ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କି ବିବାହ କେବଳ ଦୁଇ ଦେହ ଏବଂ ଦୁଇ ମନକୁ ଏକ କରି ନଥାଏ,ବରଂ ଏହା ଦୁଇ ପରିବାର କୁ ମଧ୍ୟ ଏକ କରି ଥାଏ।ବିବାହର ଅନେକ ପରମ୍ପରା ଏବଂ ରୀତିନୀତି ରହି ଥାଏ।ତେବେ ବେଳେ ବେଳେ ଏହି ପବିତ୍ର ବନ୍ଧନ ରେ ବହୁତ୍ ତିକ୍ତତା ଦେଖିବା ପାଇଁ ମିଳିଥାଏ । ଏମିତି ଏକ ଘଟଣା ବିଷୟ ରେ ଆଜି ଆମେ ଜାଣିବା ଯାହାକୁ ଶୁଣିବା ପରେ ଆପଣଙ୍କ ର ବିବାହ ପ୍ରତି ବିଶ୍ଵାସ ଉଠି ଯିବ।

ଘଟଣା ଟି ଆସିଛି ଢେଙ୍କାନାଳ ର ଗୁଡ଼ିଆନାଳି ଅଂଚଳ ରୁ ସେହି ଅଞ୍ଚଳ ର ସୁବ୍ରତ କୁମାର ନାଥ ଯିଏକି ଆମେରିକା ରେ ଏକ ବଡ଼ କମ୍ପାନୀ ରେ ଚାକିରି କରୁଛନ୍ତି ତାଙ୍କ ବିରୋଧ ରେ ତାଙ୍କ ପତ୍ନୀ ସରୋଜିନୀ ବେହେରା ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ତାଙ୍କ ଅଭିଯୋଗ ଅନୁସାରେ ୨୦୧୯ ମସିହା ମେ ୧୨ ତାରିଖରେ କଟକ ଜିଲ୍ଲା ନିଆଳି ରେ ସରୋଜିନୀ ଙ୍କ ସହିତ ସୁବ୍ରତଙ୍କର ବାହାଘର ହୋଇଥିଲା । ସୁବ୍ରତ ଆମେରିକା ରେ ଚାକିରି କରୁଥିବା ଜଣେ ସଫ୍ଟୱେୟାର ଇଂଜିନିୟର ଅଟନ୍ତି।

ଭଲ ଦରମା ସାଙ୍ଗକୁ ଉଚ୍ଚ ପଦବୀ ରେ ଚାକିରି କରି ମଧ୍ୟ ଏପରି ଏକ ଛୋଟ କାମ କରିଛନ୍ତି ସୁବ୍ରତ ଯାହାକୁ ଶୁଣିଲେ ଆପଣ ବିଶ୍ୱାସ କରିବେ ନାହିଁ । ବିବାହ ର ଦୁଇ ମାସ ପରେ ଆମେରିକା କୁ ସରୋଜିନୀ କୁ ନେଇ ଯିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କର ଆଉ ଦେଖା ନାହିଁ କି କଥାବାର୍ତ୍ତା ନାହିଁ। ଏପଟେ ଶାଶୁଘର ଲୋକ ମାନେ ମଧ୍ୟ ସରୋଜିନୀ ଙ୍କ ଉପରେ ଆରମ୍ଭ କରିଦେଲେ ଅତ୍ୟାଚାର । ଗରିବ ଘର ଝିଅ ଆମେରିକା ଯାଏନି, ସ୍ୱାମୀ ସହ ରହିବାର ଓଉକାତ ନାହିଁ’ ବୋଲି କହି ମାନସିକ ଚାପ ଦେବା ଆରମ୍ଭ କରିଥିଲେ ସୁବ୍ରତ ଙ୍କ ପରିବାର ଲୋକ ।

କେବଳ ଏତିକି ନୁହେଁ ସୁବ୍ରତ ସରୋଜିନୀ ଙ୍କୁ ବିବାହ କରିବା ପୂର୍ବରୁ ଆଉ ଥରେ ବିବାହ ମଧ୍ୟ କରିଥିଲେ ଯାହା ବିଷୟ ରେ ସରୋଜିନୀ ଥିଲେ ଅନବିଜ୍ଞ । ସ୍ବାମୀ ଙ୍କ ର ଏହିଭଳି କାଣ୍ଡ ର କୌଣସି ପ୍ରକାର ସୁଚନା ନଥିଲା ସରୋଜିନୀ ଙ୍କୁ। କିଛି ଉପାୟ ନପାଇ ଥାନା ରେ ଅଭିଯୋଗ କରିଛନ୍ତି ସରୋଜିନୀ। ଏପଟେ ସ୍ବାମୀ ମଧ୍ୟ ଫୋନ୍ ଉଠାଉ ନାହାନ୍ତି ।

ଅନ୍ୟପଟେ ଯେତେବେଳେ ସୁବ୍ରତଙ୍କ ବାପା ଦେବବ୍ରତ ନାଥଙ୍କ ସହିତ ଏହି ବିଷୟ ରେ ଯୋଗାଯୋଗ କରାଯିବା ବେଳେ ସେ ଏହି ଘଟଣାରେ ଚୁପ ରହିବା ସହିତ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ଦେବବ୍ରତ ନାଥ।  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।