Health Tips – ପାନ ମଧୁରୀ ଖାଇବାର ଉପକାରିତା ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପାନ ମଧୁରୀ ଆମ ଘର ରହିଥାଏ l ପାନ ମାଧୁରୀକୁ ଆମେ ପାଞ୍ଚ ଫୁଟଣରେ ବ୍ୟବହାର କରା ଯାଇଥାଏ l ଆମ ଘରେ କୌଣସି ମିଠା ଜିନିଷ ତିଆରି କଲେ ମଧ୍ୟ ପାନ ମଧୁରିକୁ ବ୍ୟବହାର କରିଥାଉ l ଆମେ ଖାଦ୍ୟ ଖାଇ ସରିଲା ପରେ ଆମେ ପାନ ମଧୁରିକୁ ଆମେ ଚୋବାଇଲେ ଆମର ଖାଦ୍ୟ ହଜମ ହୋଇଥାଏ l ଏହାର ମିଠା ସ୍ୱାଦ ଓ ତାର ସୁଗନ୍ଧ ବହୁତ ଭଲ ହୋଇଥାଏ l

ଖାଇ ସରିଲା ପରେ ଏହାକୁ ସେବନ କଲେ ମଧ୍ୟ ଆମର ପାଟି ବାହାରୁ ଥିବା ଗନ୍ଧ ଦୂର ହୁଏ l ଦାନ୍ତ ମଧ୍ୟ ସଫା ହୋଇଯାଏ l ପାନ ମଧୁରି ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ l ତେବେ ଚାଲନ୍ତୁ ଜାଣିବା ପାଇଁ ପାନ ମଧୁରିର ଉପକାରିତା ବିଷୟରେ ଜାଣିବା l

1. ପାନ ମଧୁରି ଖାଇଲେ ଆମ ହଜମ କ୍ରିୟାରେ ହଜମ କରିବାରେ ସାହାର୍ଯ୍ୟ କରିଥାଏ l ଖାଦ୍ୟ ଖାଇ ସରିଲା ପରେ ଆମ ପାକସ୍ଥଳୀରେ ଆବଶ୍ୟକ ହୋଇଥିବା ଏନଜ଼ାଏମର କ୍ଷରଣକୁ ତୁରାନ୍ୱିତ କରି ଥାଏ l ଏହା ବ୍ୟତୀତ ଆମ ଶରୀରର ଅନ୍ତ ନଳୀର ହେଉଥିବା ପୋଡା ଜଳାକୁ ଦୂର କରିଥାଏ l କୋଷ୍ଠ କଠିନ୍ୟରୁ ମୁକ୍ତି ପାଇବା ପାଇଁ ହେଲେ ଆମକୁ ପାନ ମଧୁରିକୁ ସବୁ ଦିନ ସେବନ କଲେ l ଏହି ରୋଗରୁ ରକ୍ଷା ପାଇ ପାରିବା l

2. ପାନ ମଧୁରି ମଧ୍ୟ ଆମ ପେଟର ଏସିଡ଼ିଟିକୁ ମଧ୍ୟ ଦୂର କରିଥାଏ l ପାନ ମଧୁରିରେ ଥିବା ଆସ୍ପାରିକ ଏସିଡ ନାମକ ତତ୍ତ୍ୱ ଯୋଗୁଁ ଏହା ପେଟରେ ସୃଷ୍ଟି ହେଉଥିବା ଗ୍ୟାସର ଅସୁବିଧାରୁ ଦୁରେଇ ରଖେ l ପାନ ମଧୁରିରେ ଭିଟାମିନ c, ଅମିନୋ ଏସିଡ,କବାଲାଟ ଆଉ ମାଗ୍ନେସିୟମ ଆଦି ଭରି ରହିଥାଏ l

ଯାହା ଆମ ଆଖିକୁ ମଧ୍ୟ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ l ଏହା ଆମର ପାଟିର ଦୁର୍ଗନ୍ଧକୁ ଦୂର କରିଥାଏ l ପାନ ମଧୁରି ର ଅନେକ ପ୍ରକାରର ସୁଗନ୍ଧିତ ତେଲ ରହିଥାଏ l ଏହା ବ୍ୟତୀତ ଏଥିରେ ଆଣ୍ଟିବ୍ୟାକଟେରିଆଲ ଗୁଣ ରହିଥାଏ l ଏହା ଯୋଗୁଁ ଆମ ପାଟିରେ ଥିବା ଖରାପ ବ୍ୟାକଟେରିଆକୁ ନାଶ କରିଥାଏ l ଫଳରେ ଦାନ୍ତ ମାଢି ସଂକ୍ରମଣର ଚିନ୍ତା ନଥାଏ l

3. ଯଦି ଆପଣଙ୍କ ଦାନ୍ତରେ ସଂକ୍ରମନ ହୋଇଛି କିମ୍ବା ପାଟିରୁ ଦୁର୍ଗନ୍ଧ ବାହାରୁ ଥିଲେ l ତେବେ ଗୋଟିଏ ଗ୍ଲାସ ପାଣିରେ ପାନ ମଧୁରି ପକାଇ ଫୁଟାନ୍ତୁ l ଏହି ପାଣି ଉଷୁମ ହେଲା ପରେ ଏଥିରେ କୁଳୁକୁଚା କରନ୍ତୁ l ପାନ ମଧୁରିରେ ସେବନ କଲେ ମାସିକ ଯନ୍ତ୍ରଣାରୁ ରକ୍ଷା କରିଥାଏ l ଏହା ଗର୍ଭ ଓ ପେଳବିକରେ ମଧ୍ୟ ରକ୍ତ ନିୟନ୍ତ୍ରିତ ଭାବରେ ରକ୍ତ ପ୍ରବାହ କରାଇ l ଏହି ସମୟରେ ହେଉଥିବା ଯନ୍ତ୍ରଣାରୁ ଦୂର କରିଥାଏ l ଏହି ପରି ପାନ ମଧୁରିକୁ ସେବନ କଲେ l ଆମକୁ ବହୁତ ଉପକାର ମଧ୍ୟ ମିଳିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।