ହେ ଭଗବାନ ! ଦେଖନ୍ତୁ ମହାପ୍ରଭୁ ଙ୍କ ଅଦ୍ଭୁତ ଦୃଶ୍ୟ । ଜଗନ୍ନାଥ ମନ୍ଦିର ଖୋଲିବା ପରେ ଘଟିଲା ଆଶ୍ଚର୍ଯ୍ୟ ଜଣକ ଘଟଣା….

ଖୋଲିଲା ମହା ପ୍ରଭୁ ଙ୍କ ଶ୍ରୀ ମନ୍ଦିର। ଭକ୍ତ ଆକୁଳ ଭାବରେ ଅନାଇ ବସିଛନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ସେହିପରି ମହାପ୍ରଭୁ ଜଗନ୍ନାଥ ମଧ୍ୟ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଭକ୍ତକୁ ପାଖରେ ପାଇ ଭକ୍ତଙ୍କୁ କୃତାର୍ଥ କରିବା ପାଇଁ ଅପେକ୍ଷାରତ ଥିଲେ।ଆଉ ସେ ସମୟ ଏବେ ଦଣ୍ତାୟମାନ ହୋଇଛି। ଭକ୍ତ ଭଗବାନ ଙ୍କ ମିଳନ ହେବାକୁ ଯାଉଛି।

ଆଉ ଏହି ସମୟରେ ଜଣେ ସାଧୁ ନାଗା ବାବା ମହାପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପରେ ତାଙ୍କର ଅନୁଭୂତି କୁ ଗଣମାଧ୍ୟମ ସମ୍ମୁଖରେ ଭାବ ବିହ୍ୱଳ ହୋଇ କହିଛନ୍ତି।ତାଙ୍କର ଏମିତି ଏକ ଦ୍ରୁଶ୍ଯ ଆଜି ସିଂହଦ୍ବାର ସମ୍ମୁଖରେ ଦେଖିବାକୁ ମିଳିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ତାଙ୍କ ଅନୁଭୂତି ଭିତ୍ତିରେ ପତିତପାବନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଏହି ନାଗା ସାଧୁ ଜଣଙ୍କ ବ୍ୟାକୁଳ ହୋଇ ସିଧା ୨୨ ପାହାଚ ଦେଇ ଦୌଡିବାକୁ ଲାଗିଲେ।ସେ ମହାପ୍ରଭୁଙ୍କ ଦିବ୍ୟ ଅନୁଭୂତି କୁ ସେ ଉଲ୍ଲେଖ କରିଛନ୍ତି। କିପରି ଭଗବାନଙ୍କୁ ଦର୍ଶନ କରିବା ପରେ ତାଙ୍କୁ ଦିବ୍ୟ ଅନୁଭବ ହେଉଛି ସେ ବିଷୟରେ କହିଛନ୍ତି।

ଭାବ ବିନୋଦିଆ କାଳିଆ ସାଆନ୍ତକୁ ଟିକେ ଦେଖିବା ପାଇଁ ସବୁ କଟକଣାକୁ ଭୁଲି ରତ୍ନ ସିଂହାସନ ଅଭିମୁଖେ ଦୌଡୁଥିଲେ ଏହି ନାଗା ସାଧୁ ଜଣଙ୍କ। ଆଉ ନାଗାଙ୍କୁ ଅଟକାଇବା ପାଇଁ ତାଙ୍କ ପଛରେ ଗୋଡାଇଥିଲେ ଦୁଇ ପୋଲିସ୍ କର୍ମଚାରୀ। ହେଲେ ସେ କିଛିବି ଖାତିର ନକରି ଦୋୖଡି ଚାଲିଥିଲେ ଦର୍ଶନ ପାଇବାକୁ।

ତେବେ ଦୀର୍ଘ ଦିନ ପରେ ଯଦିଓ ପ୍ରଶାସନିକ ଓ ମନ୍ଦିର ର କଟକଣା ଭିତରେ କେବଳ ସେବାୟତଙ୍କ ପରିବାରକୁ ପ୍ରଥମେ ଅନୁମତି ମିଳିଥିଲା ମହାପ୍ରଭୁ ଙ୍କୁ ଦର୍ଶନ କରିବା ପାଇଁ।ହେଲେ ଏହାରି ଭିତରେ ଏହି ନାଗା ସାଧୁ ଜଣଙ୍କ କଟକଣା ନ ମାନି ମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ସେ କହିଛନ୍ତି ସେ ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇବା ପାଇଁ ବ୍ୟସ୍ତ ହୋଇ ପଡ଼ିଥିଲେ। ୨୨ ପାହାଚ ଡେଇଁ ମନ୍ଦିରକୁ ପ୍ରବେଶ କରିଥିଲେ ସେ ଏବଂ ଏହାପରେ ଜଗନ୍ନାଥ ମନ୍ଦିର ପୋଲିସ ତାଙ୍କୁ କାବୁ କରିଥିଲେ ଏବଂ ତାଙ୍କୁ ମନ୍ଦିର ବାହାରକୁ ନେଇ ଆସିଥିଲେ।ତେବେ ଦୀର୍ଘଦିନର ପାଖାପାଖି ୯ ମାସ ପରେ ଆଜି ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି।

ଆଉ ଏଥିପାଇଁ ପ୍ରଥମେ ସେବାୟତ ଓ ତାଙ୍କ ପରିବାର ଦର୍ଶନ କାଳିଆ କୁ ଦର୍ଶନ କରିଛନ୍ତି।ଦୀର୍ଘ ମାସ ପରେ ଶ୍ରୀଜିଉଙ୍କୁ ଦର୍ଶନ କରି ଭାବବିହ୍ଵଳ ହୋଇ ପଡିଛନ୍ତି ସଭିଏଁ। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରା ଯାଇଛି। ସକାଳ ପୂର୍ବରୁ ସିଂହଦ୍ୱାର ଖୋଲିବା ପରେ ଆରମ୍ଭ ହୋଇଥିଲା ଦର୍ଶନ। ଆଉ ଏଥିପାଇଁ ମାର୍କେଟ ଛକରୁ ରାଜନଅର ଯାଏ ନିର୍ମାଣ ହୋଇଛି ଅସ୍ଥାୟୀ ବ୍ୟାରିକେଡ ସବୁ। ଏହି ବ୍ୟାରିକେଡ ଦେଇ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଯାଏଁ ଯାଉଛନ୍ତି।

ଆଉ ଏହି ସମୟରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।