ଚାଷୀଙ୍କ ସହିତ କିଏ ? ବିଜେଡି, ବିଜେପି ଓ କଂଗ୍ରେସ ଭୂମିକାକୁ ନେଇ ଦ୍ଵନ୍ଦ ବଢ଼ୁଛି । ଆପଣଙ୍କ ମତାମତ କମେଣ୍ଟ କରନ୍ତୁ…

କେନ୍ଦ୍ର ସରକାର ଙ୍କ କୃଷକ ଆଇନ୍ କୁ ବିରୋଧ କରି ଦେଶ ରେ ବିଭିନ୍ନ ସ୍ଥାନ ରେ ଚାଷୀ ମାନେ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନ ଦିନକୁ ଦିନ ବଢ଼ିବାରେ ଲାଗିଛି । କୃଷକ ଙ୍କ ସ୍ଲୋଗାନ ରେ କମ୍ପି ଉଠୁଛି ସମଗ୍ର ଦେଶ । ତେବେ କେନ୍ଦ୍ର ସରକାରଙ୍କ ବିରୋଧ ରେ ଚାଷୀ ମାନଙ୍କ ଆନ୍ଦୋଳନ ଏବେ ସରକାର ଙ୍କ ମୁଣ୍ଡ ବିନ୍ଧା ର କାରଣ ହେଲାଣି । ତେବେ ସମୟ ଯେତିକି ବଢୁଛି ଆନ୍ଦୋଳନ ସେତିକି ଉଗ୍ର ହେଉଛି । ତେବେ ଏହି ଆନ୍ଦୋଳନ ର ପ୍ରଭାବ ଓଡ଼ିଶା ରେ ମଧ୍ୟ କମ୍ ପଡିନି ।

ଚାଷୀ ମାନେ ଏବେ ନିଜ ମନ୍ତବ୍ୟ ରୁ ପଛକୁ ହଟିବା ପାଇଁ ରାଜି ନୁହଁନ୍ତି। ଏମିତି ପରିସ୍ଥିତି ରେ ରାଜ୍ୟ ର ପ୍ରମୁଖ ରାଜନୈତିକ ଦଳ ମଧ୍ୟ ସମସ୍ୟା ରେ ପଡିଛନ୍ତି। ଏବେ ପ୍ରଶ୍ନ ଉଠୁଚି ଯେ କେଉଁ ରାଜନୈତିକ ଦଳ କୃଷକ ଓ କୃଷି ସହିତ ଅଛନ୍ତି ଓ ତାଙ୍କୁ ସପୋର୍ଟ କରୁଛନ୍ତି।

ଗଣ ମାଧ୍ୟମ ରେ ପ୍ରକାଶ ପାଇଥିଲା ଯେ କୃଷକ ଙ୍କୁ ସମସ୍ତେ ସପୋର୍ଟ କରିବେ କିନ୍ତୁ ଏଯାଏ କୌଣସି ରାଜନୈତିକ ଦଳ କୃଷକ ମାନଙ୍କ ସହିତ ହାତ ମିଳାଇ ନାହାନ୍ତି । ତେବେ ଚାଷୀ ମାନଙ୍କ ଭାରତ ବନ୍ଦ ଡାକରା ରେ କଂଗ୍ରେସ ସମର୍ଥନ କରିଥିବା ର ଜଣା ପଡ଼ିଥିଲା କିନ୍ତୁ ଭାରତ ବନ୍ଦ ଦିନ କଂଗ୍ରେସ ର ସେମିତି ଉପସ୍ଥିତି ଜଣା ପଡି ନଥିଲା ।

ତେବେ ଚାଷୀ ଙ୍କୁ ସମର୍ଥନ କରିବା ପାଇଁ ଓଡ଼ିଶା କଂଗ୍ରେସ ସରକାର ଙ୍କ ଉପରେ ସେମିତି କିଛି ଚାପ ପକାଇ ପାରି ନାହିଁ । ତେବେ କେତୋଟି ଜିଲ୍ଲା କୁ ଜିଲ୍ଲା ଛାଡ଼ି ଦେଲେ ଅନ୍ୟ ଜିଲ୍ଲା ମାନଙ୍କ ରେ ରାଜନେତା ମାନଙ୍କ ର କୃଷକ ମାନଙ୍କ ପ୍ରତି ସେପରି କିଛି ଆନ୍ତରିକତା ନାହିଁ ବୋଲି ସ୍ପଷ୍ଟ ଜଣା ପଡିଛି। ତେବେ କେନ୍ଦ୍ର ରେ ବିଜେପି ସରକାର ଥିବାରୁ ଏହାର ଆଭିମୁଖ୍ୟ ଜଣା ପଡି ନାହିଁ।ଏବେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଗଣମାଧ୍ୟମକୁ କହିଛନ୍ତି, ବିରୋଧୀ ଦଳମାନେ କୃଷି ଆଇନ ନେଇ ଲୋକ ମାନଙ୍କୁ ଭ୍ରମିତ କରୁଛନ୍ତି।

ତେବେ ଓଡ଼ିଶା ର 5 ଟି ସ୍ଥାନ ରେ ସମାବେଶ କରି କୃଷକ ମାନଙ୍କୁ ବୁଝାଇବା ପାଇଁ ନିଷ୍ପତି ନିଆ ଯାଇଛି। 5 ଟି ସ୍ଥାନ ମଧ୍ୟରେ ବାଲେଶ୍ଵର , ବରଗଡ଼ , ଜୟପୁର , ଢେଙ୍କାନାଳ ଓ କଟକ ରେ ଏହି ସମାବେଶ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆ ଯାଇଛି । ତେବେ ଏହି ଅବସର ରେ ଦଳ ନିଜର ମତ ରଖି କହିଛି ଯେ ସରକାର ଙ୍କ ପାଖରେ ଯଦି କାଳିଆ ଯୋଜନା ପାଇଁ ପଇସା ନାହିଁ ତେବେ ପିଏମେ କିସାନ ଯୋଜନା ରେ କିପରି ଟଙ୍କା ଦେବେ ଓ ଏହାର ତାଲିକା ପ୍ରଦାନ କରନ୍ତୁ ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ ଉଠାଇ ଅଛନ୍ତି ।

ତେବେ ବାକି ରହିଲା ବିଜେଡ଼ି , ବିଜେଡି ଚାଷୀ ମାନଙ୍କୁ ସପୋର୍ଟ କରିବ କି ନାହିଁ ଏହି ବିଷୟ ରେ କିଛି ସ୍ପଷ୍ଟ ଜଣା ପଡି ନାହିଁ। ତେବେ ଓଡ଼ିଶା ବନ୍ଦ ପୂର୍ବରୁ ବିଜେଡ଼ି କହିଥିଲା ଯେ ସେମାନେ ଆନ୍ଦୋଳନରେ ନୁହେଁ, ବରଂ ଆଲୋଚନାରେ ବିଶ୍ବାସ କରନ୍ତି।କିନ୍ତୁ ଏବେ ବିଜେଡି ର ବିଶେଷ ଭୂମିକା ଜଣା ପଡି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।