ଶୀଘ୍ର ଗର୍ଭବତୀ ହେବାର ସହଜ ଉପାୟ ୧୦୦% ଗ୍ୟାରେଣ୍ଟି କାମ କରିବ

ବନ୍ଧୁଗଣ ମୁ ଆପଣଙ୍କୁ ଜଣାଇବି ଶୀଘ୍ର ଗର୍ଭବତୀ ହେବ ପାଇଁ କେତୋଟି ସହଜ ଉପାୟ l ଗର୍ଭବତୀ ହେବ ପ୍ରତେକ ମହିଳାଙ୍କ ଜୀବନର ଏକ ସୁଖଦ ଅନୁଭୂତି, କିନ୍ତୁ ଆଜିକାଲି ଗର୍ଭ ନାରହିବା ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l ବାରମ୍ବାର ଚେଷ୍ଟା କଲେ ମଧ୍ୟ ଗର୍ଭବତୀ ହେଇପାରୁନାହାନ୍ତି, ତେଣୁ ମୁ ଆଜି ଆପଣଙ୍କୁ ଜଣାଇବି ଏମିତି କିଛି ଉପାୟ ବିଷୟରେ ଯାହା ସାହାଯ୍ୟରେ ଆପଣ ଶୀଘ୍ର ଗର୍ଭବତୀ ହେଇପାରିବେ l ଏବେ ଚାଲନ୍ତୁ ଜାଣିବା ଏହି ଉପାୟ ବିଷୟରେ l

1. ପ୍ରଥମେ ହେଲା ଗର୍ଭନିରୋଧକ ବଟିକା ଖାଇବା ବନ୍ଦ କରନ୍ତୁ l ଗର୍ଭବତୀ ପାଇଁ ଚେଷ୍ଟା କରିବାର ତିନି ମାସ ଆଗରୁ ଗର୍ଭନିରୋଧକ ବଟିକା ଖାଇବା ସମ୍ପୂର୍ଣ ବନ୍ଦ କରନ୍ତୁ l ଯଦି ଆପଣ ଲମ୍ବା ସମୟ ଧରି ଗର୍ଭନିରୋଧକ ବଟିକା ସେବନ କରିଛନ୍ତି, ତେବେ ଏହା ଗର୍ଭଧାରଣ ସମସ୍ୟା ସୃଷ୍ଟି କରିଥାଏ l

2. ସଠିକ ସମୟରେ ସହବାସ କରନ୍ତୁ l ଗର୍ଭ ଧାରଣ ସମୟରେ ସହବାସ କରିବା ଜରୁରୀ ହେଇଥାଏ l ପ୍ରତେକ ମାସରେ ଏମିତି କେତୋଟି ଦିନ ଥାଏ, ଯେଉଁଦିନ ସହବାସ କଲେ ଗର୍ଭବତୀ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ଥାଏ l ଏହି ଦିନ ଗୁଡିକ ପ୍ରତେକ ମହିଳାଙ୍କ ପାଇଁ ଅଲଗା ଅଲଗା ହେଇଥାଏ l ଏହି ଦିନ ଗୁଡିକ ମହିଳା ମାନଙ୍କର ମାସିକ ଧର୍ମ ଉପରେ ନିର୍ଭର କରେ l ମାସିକ ଧର୍ମ ଆରମ୍ଭ ହେବା ଦିନରୁ ଏଗାର ଦିନ ଛାଡି ଦେଲା ପରେ ଲଗାତାର ପାଞ୍ଚଦିନ ଯାଏ ସହବାସ କଲେ ଗର୍ଭବତୀ ହେବାର ଯଥେଷ୍ଟ ସମ୍ଭାବନା ଅଧିକ ଥାଏ l

3. ଯଦି ଏହି ସମୟରେ ପୁରୁଷର ସ୍ପଞ୍ଜ ସ୍ତ୍ରୀ ର ଅଣ୍ଡା ସହିତ ମିଶିଯାଏ ତ, ହେଲେ ଗର୍ଭଧାରଣ ହେଇଥାଏ l ମାସିକ ଧର୍ମର କୋଡିଏ ଦିନ ପରେ କିନ୍ତୁ ଗର୍ଭଧାରଣ ହେବାର ସମ୍ଭାବନା କମିଯାଏ l ତେଣୁ ଏହି ସମୟରେ ଯେତେ ଚେଷ୍ଟା କଲେ ମଧ୍ୟ ଗର୍ଭଧାରଣ ହେଇପାରେନାହିଁ l ଯଦି ଆପଣ ଗର୍ଭବତୀ ହେବାକୁ ଚାହୁଁଛନ୍ତି, ତେବେ ଆପଣ ଆପଣଙ୍କ ର ମାସିକଧର୍ମର ତାରିଖ ମନେରଖନ୍ତୁ l ସେହି ସମୟର ଏଗାର ଦିନ ଛାଡି ଆଉ ସବୁଦିନ ସହବାସ କରନ୍ତୁ l

4. ନିଶାଦ୍ରବ୍ୟ ସେବନରୁ ଦୁରେଇ ରୁହନ୍ତୁ l

5. ସହବାସ କରିବାପରେ ତିରିଶ ମିନିଟ ପଯ୍ୟନ୍ତ ମହିଳାଙ୍କୁ ବେଡ଼ରେ ଚିତ ହେଇ ଶୋଇ ରହିବ ଆବଶ୍ୟକ l କାରଣ ଏମିତି ହେଲେ ପୁରୁଷଙ୍କ ସ୍ପଞ୍ଜ ମହିଳାଙ୍କ ଗର୍ଭାଶୟକୁ ପ୍ରବେଶ କରି ଫଟିଲାଇଜ କରିବାରେ ଯଥେଷ୍ଟ ଅଧିକ ହେଇଥାଏ l

6. ଗର୍ଭବତୀ ଥିବା ମହିଳାମାନେ ପ୍ରତିଦିନ ବ୍ୟାୟାମ କରିବା ଉଚିତ l ଉତ୍ତମ ଭୋଜନ କରିବା ଉଚିତ ଯାହା ଦ୍ଵାରା ସେଥିରୁ ଭିଟାମିନ, ମିନିରାଲସ ମିଳିପାରିବ l ଗର୍ଭବତୀ ଥିବା ମହିଳାମାନେ ରକ୍ତ ପରୀକ୍ଷା କରି ଶରୀରରେ ଥିବା ହିମୋଗ୍ଲୋବିନ ଏବଂ ଆଇରନ ର ପରିମାଣ ଠିକ ରଖିବା ଆବଶ୍ୟକ l

7. ଶରୀରର ଓଜନ ଠିକ ରଖନ୍ତୁ l ଏହା ପୁରୁଷ ଏବଂ ମହିଳାଙ୍କ ପ୍ରଜନନ ଉପରେ ପ୍ରଭାବ ପକାଏ l

8. ଗର୍ଭବତୀ ଥିବା ମହିଳା ମାନସିକ ଚାପରୁ ଦୁରେଇ ରୁହନ୍ତୁ ଆଉ ସବୁବେଳେ ଖୁସି ରୁହନ୍ତୁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।