ଦେଖନ୍ତୁ ଭିଡ଼ିଓ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଫିଟନେସ ଭିଡ଼ିଓ ଭାଇରାଲ…୬୦ ଲକ୍ଷ ଲୋକ ଦେଖି ସାରିଲେଣି…..

ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଦୀର୍ଘଦିନ ଧରି ଓଡ଼ିଶାର ଶାସନ ଭାର ସମ୍ଭାଳି ଆସୁଛନ୍ତି। ତାଙ୍କର ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଯୋଗୁଁ ଲୋକେ ଏବେବି ତାଙ୍କୁ ଭଲପାଇବା ଦେଇ ଆସୁଛନ୍ତି। ଓଡ଼ିଶାର ଏକ ଅପ୍ରତିଦ୍ଵନ୍ଦୀ ନେତା ଭାବରେ ନବୀନ ପଟ୍ଟନାୟକ ଦୀର୍ଘ ୨୨ ବର୍ଷ ଧରି ଓଡ଼ିଶାର ଜନ ସାଧାରଣଙ୍କ ସୁବିଧା ଅସୁବିଧାକୁ ବୁଝି ଆସୁଛନ୍ତି। ତାଙ୍କର ଲୋକପ୍ରିୟତା ଏବେବି ରହିଛି।

ମୁଖ୍ୟମନ୍ତ୍ରୀ ଭାବରେ ଏତେ ବର୍ଷ ଧରି ଓଡ଼ିଶାର ଶାସନ ଭାର ତୁଲାଇବା ରେ ସେ ହେଉଛନ୍ତି ପ୍ରଥମ ରାଜନେତା। ତାଙ୍କର ସ୍ୱଚ୍ଛ ଶାସନ ଏବଂ ଦୀର୍ଘ ଦିନର ବିଜୟ ପରେ ଆଜି ଓଡିଶା ର ଘରେ ଘରେ ସେ ପରିଚିତ ଏବଂ ସମସ୍ତଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ଅଟନ୍ତି।

ନିକଟ ଅତୀତରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଥିଲା। ସକାଳ ସମୟରେ ତାଙ୍କର ଯୋଗାଭ୍ୟାସ ଏବଂ ବ୍ୟାୟାମ ର ଏକ ଭିଡିଓ ରେକର୍ଡ କରା ଯାଇ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରା ଯାଇଥିଲା।

ତେବେ ଏହା ଏବେ ବହୁତ୍ ମାତ୍ରାରେ ଭାଇରାଳ ହୋଇ ଲୋକ ମାନଙ୍କ ଦ୍ଵାରା ଆଦୃତ ହୋଇଛି।ଏହା ଥିଲା ନିର୍ବାଚନ ସମୟ। ଏ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର ଦେଖିବାକୁ ମିଳୁଥିଲା। ନିର୍ବାଚନ ପୂର୍ବରୁ ମଧ୍ୟ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲା ଗସ୍ତ କରୁଥିଲେ ନବୀନ। ଆଉ ଖରାତରାରେ ପ୍ରଚାର କରି ନବୀନ ବ୍ୟସ୍ତ ବହୁଳ ହୋଇ ପଡ଼ିଥିଲେ।

ଆଉ ଏତେ ସବୁ କାର୍ଯ୍ୟ କରିବା ପାଇଁ ନବୀନ କେମିତି ଫିଟ୍‌ ଅଛନ୍ତି ବୋଲି ଅନେକଙ୍କ ପ୍ରଶ୍ନ ଓ ସନ୍ଦେହ ଥିବା ବେଳେ, ସୋସିଆଲ ମିଡିଆରେ ଆସିଥିଲା ନବୀନଙ୍କ ଏକ ନୂଆ ଭିଡ଼ିଓ। ପ୍ରତି ଦିନ ସକାଳୁ କିପରି ସେ ୱାକିଂ ଓ ଜଗିଂ ଏବଂ ଏହାସହ ବ୍ୟାୟମ କରନ୍ତି ତାହା ଏହି ଭିଡିଓ ରେ ଦେଖିବାକୁ ମିଳୁଛି।ସେ ଏହି ଭିଡିଓ ରେ ଯୋଗ ମଧ୍ୟ କରୁଥିବାର ଦେଖା ଯାଉଛି।ଆଉ ଏହାସହ ଭିଡିଓରେ ବୃକ୍ଷାସନ ମୁଦ୍ରାରେ ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କେବଳେ ସେତିକି ନୁହଁ ଆପଣ ଏହାସହ ଦେଖିବାକୁ ପାଉଥିବେ ଯେ ଜିମ୍‌ରେ ମଧ୍ୟ କିଛି ସମୟ ବିତାଉଛନ୍ତି ନବୀନ।ଏହି ଭିଡିଓରେ ଚିନ୍‌ ଅପ୍‌ ମାରିବାର ଭିଜୁଆଲ ମଧ୍ୟ ରହିଛି। ଏହାପରେ ଡମ୍‌ବେଲସ ଓ ୱେଟ୍‌ ବାର ଉଠାଇବା ଓ ସାଇକଲିଂ କରୁଥିବା ର ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ।ଆଉ ଏହା ଦେଖିବାକୁ ମିଳୁଛି ଯେ ଭିଡିଓ ଶେଷରେ ନବୀନ କହୁଛନ୍ତି ଯେ, ଗେଟିଂ ରେଡି ଟୁ ଫାଇଟ୍‌ ଫର ଦ ପିପୁଲ ଅଫ ଓଡ଼ିଶା।ତେବେ ଏହି ଭିଡିଓ ଦେଖି ଆପଣ ବି ଅନୁମାନ ଲଗାଇ ପାରିବେ ମୁଖ୍ୟମନ୍ତ୍ରୀ ଏବେବି କେମିତି ନିଜର ଫିଟନେସ କୁ ବଜାୟ ରଖି ପାରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।