ନୂଆ ବର୍ଷରେ ପିକନିକ୍ କରିବାକୁ ଚାହୁଁଥିଲେ ଓଡିଶାର ଏହି ୫ଟି ସ୍ଥାନକୁ ଯାଆନ୍ତୁ, ବୁଲିବା ସହ ବଣଭୋଜିର ମଜା ପାଇବେ…

ସାଧାରଣତଃ ବର୍ଷା ଋତୁ ପରେ ଶୀତ ଋତୁ ଆସିଥାଏ। ଏହି ଋତୁରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରାଯାଇଥାଏ। ଏବେ ଆରମ୍ଭ ହୋଇଯାଇଛି ପିକନିକ ଓ ବଣ ଭୋଜି। ଆଉ କିଛି ଦିନ ପରେ ଆସିବ ନୂଆ ବର୍ଷ। ହେଲେ ଏହି ବର୍ଷ ସବୁ କରୋନା ଯୋଗୁ ମାଡ଼ ଖାଇଲା ହୋଲି,ଦୋଳ,ଦୀପାବଳି,ଦଶହରା ଭଳି କେତେକ ପର୍ବ ଓ ପର୍ବାଣୀ । ନୂଆ ବର୍ଷ ଉପରେ ମଧ୍ୟ ପ୍ରଭାବ ପଡିପାରେ।

କରୋନା ସଂକ୍ରମଣ ନ କମିଥିଲେ ମଧ୍ୟ କିଛି ମାତ୍ରାରେ ହ୍ରାସ ପାଇଛି। ତେବେ ଏହି ପରିସ୍ଥିତିରେ ବଣଭୋଜି ଏବଂ ନୂଆବର୍ଷର ମଜା ନେବାକୁ ଚାହୁଁଥିଲେ ଆଜି ଆପଣଙ୍କୁ ଓଡ଼ିଶାର କିଛି ସ୍ଥାନ ବିଷୟରେ କହିବୁ ଯେଉଁଠି ଆପଣ ମଜା ନେଇ ପାରିବେ।

୧- ଦାରଜିଙ୍ଗ: ଦାଜିଲିଙ୍ଗ ନୁହେଁ, ଏହା ଓଡ଼ିଶାର ଦାଜିଲିଙ୍ଗ। ଓଡ଼ିଶାର ଏହା ଏକ ରୋମାଞ୍ଚକର ସ୍ଥାନ। ଏହା ଆମର ଓଡ଼ିଶାର ଶିଳ୍ପନାଗରୀ ରାଉରକେଲା ଠାରେ ଅବସ୍ଥିତ। ଦାରଜିଙ୍ଗ ରାଉରକେଲା ଠାରୁ ୫୧ କିଲୋମିଟର ଦୂରରେ ବ୍ରାହ୍ମଣ ନଦୀକୂଳରେ ଅବସ୍ଥିତ। ଏହାଠାରୁ ୨ କିଲୋମିଟର ଦୂରରେ ଦେଓଧର ଗଣ୍ଡ। ଏହି ସ୍ଥାନ ବହୁତ ମନୋହର।

୨- ସପ୍ତଶଯ୍ୟା: ଏହା ଏକ ପାହାଡ଼ ଉପରେ ଅବସ୍ଥିତ, ଢେଙ୍କାନାଳ ସହର ଠାରୁ ମାତ୍ର ୧୧ କିଲୋମିଟର ଅବସ୍ଥିତ। ଏହା ଏକ ପ୍ରସିଦ୍ଧ ସ୍ଥାନ। ଏହାର ଶିଖରରେ ରୋମାଞ୍ଚକର ସ୍ଥାନ ୨ ଟି ହେଲା ସପ୍ତଋଷି ମନ୍ଦିର ଏବଂ ରଘୁନାଥ ମନ୍ଦିର। ଏହାକୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କ ଭିଡ ଲାଗେ।

୩-ଦାରିଙ୍ଗବାଡି: ଏହାକୁ ଆମେ ଓଡ଼ିଶାର କାଶ୍ମୀର କହିପାରିବା। ଦାରିଙ୍ଗବାଡି ଏକ ବଡ ରୋମାଞ୍ଚକର ସ୍ଥାନ। ଏଠାରେ ଶୀତ ଦିନରେ ବରଫ ପଡେ ତେଣୁ କାଶ୍ମର ସହ ଏହାକୁ ତୁଳନା କରାଯାଇଛି। ଏହା ଫୁଲବାଣୀ ଠାରୁ ମାତ୍ର ୧୩୫ କିଲୋମିଟର ଦୂରରେ ଅବସ୍ଥିତ।

୪-ତପ୍ତପାଣି: ତପ୍ତପାଣି ଏକ ଆକର୍ଷଣୀୟ ଏବଂ ମନୋରମା ସ୍ଥାନ। ଏହା ଆମର ଗଂଜାମ ଜିଲ୍ଲାରେ ଅବସ୍ଥିତ, ଆଉ ବଣଭୋଜି କରିବା ପାଇଁ ପ୍ରକୃଷ୍ଠ। ଏଠାରେ ଶୀତ ଦିନେ ଗାଧୋଇବାଟା ବହୁତ ଅଲଗା କାରଣ ଏହି ଗରମ ପାଣି ବାହାରିଥାଏ। ଶୈବପୀଠ ଏବଂ ମୃଗବିହାର ଆଉ ଏକ ପ୍ରସିଦ୍ଧ ପିକନିକ ସ୍ଥଳୀ। ତପ୍ତପାଣି ବ୍ରହ୍ମପୁର ଠାରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ।

୫-ଜିରାଙ୍ଗ ଏବଂ ଖସଡ଼ା: ଏମିତି ଏକ ସ୍ଥାନ ଯାହାକୁ ଆମେ ନେପାଳ କହିଲେ କମ ହୋଇଯିବ। ଏଠାରେ ନେପାଳର ମଜା ନେଇପାରିବେ। ଏହି ୨ ଟି ସ୍ଥାନ ଗଜପତି ଜିଲ୍ଲାରେ ଅବସ୍ଥିତ। ଏଠାରେ ବୁଲିବା ପାଇଁ ବହୁତ ଦୂରରୁ ଶୀତ ଦିନେ ଆସନ୍ତି। ଏହିସ୍ଥାନ ବୁଲିବା ପାଇଁ ଲୋକଙ୍କୁ ଟାଣି ଆଣେ। ଏଠାକାର ଝରଣା ଆଉ ପରିବେଶ ପର୍ଯ୍ୟଟକଙ୍କୁ ବେଶ ମନୋହର କରେ। ଏହି ସ୍ଥାନକୁ ଆସିଲେ ଥରେ କେବେ ଭୁଲିହେବନି।

ଓଡ଼ିଶାର ଏହିଭଳି ସ୍ଥାନକୁ ଆସିଲେ ଏଠାକାର ପରିବେଶ ଆଉ ଯିବାକୁ ଦେବନି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।