ନୂଆବର୍ଷରୁ ନୂଆ ନିୟମ । ୨୦୨୧ ଜାନୁଆରୀ ୧ ରୁ ହେବାକୁ ଯାଉଛି ଏହି ୭ଟି ବଡ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ, ଜାଣି ରଖନ୍ତୁ ନଚେତ୍ ହଇରାଣରେ ପଡିବେ…

ଆଉ ଅଳ୍ପ କେତୋଟି ଦିନ ପରେ ଆସୁଛି ନବବର୍ଷ ୨୦୨୧।ଏହି ନବବର୍ଷ ରେ ଆପଣଙ୍କ ପାଇଁ କିଛି ଏମିତି ପରିବର୍ତ୍ତନ ହେବାକୁ ଯାଉଛି ଯାହା ଆପଣଙ୍କୁ ଜାଣିବା ନିହାତି ଦରକାର। କାରଣ ଏସବୁ ପରିବର୍ତ୍ତନର ସିଧା ପ୍ରଭାବ ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି। ଆଉ ଏହା ନ ଜାଣିଲେ ଆପଣଙ୍କ ପକେଟ୍ ଉପରେ ଏହାର ପ୍ରଭାବ ପଡିବ ।

ତେବେ ଚେକ୍ ପେମେଣ୍ଟ ଠାରୁ ଆରମ୍ଭ କରି ଫାଷ୍ଟ୍ୟାଗ୍, ୟୁପିଆଇ ପେମେଣ୍ଟ ଓ ଜିଏସଟି ରିଟର୍ଣ୍ଣର ନିୟମ ଆଦିରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଏହିସବୁ ହେବାକୁ ଥିବା ପରିବର୍ତ୍ତନ ବିଷୟରେ।

୧) ଜିଏସଟି ରିଟର୍ଣ୍ଣ ନିୟମରେ ପରିବର୍ତ୍ତନ-ତେବେ ଏହି ନୂଆ ନିୟମ ପରେ ଟ୍ୟାକ୍ସପେୟର୍ସଙ୍କୁ ମାତ୍ର ୮ ରିଟର୍ଣ୍ଣ ଭରିବାକୁ ହେବ। ତେବେ ଏମାନଙ୍କ ମଧ୍ୟରୁ ୪ ଜିଏସଟିଆର୍ ୩ବି ଓ ୪ ଜିଏସଟିଆର୍ ୧ ରିଟର୍ଣ୍ଣ ଭରିବାକୁ ହେବ। ଏହାଛଡା ସରଳ, ତ୍ରୈମାସିକ ଗୁଡ୍ସ ଏଣ୍ଡ୍ ସର୍ଭିସେଜ୍ ଟ୍ୟାକ୍ସ (GST) ରିଟର୍ଣ୍ଣ ଫାଇଲିଂ ସୁବିଧା କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ମିଳିବ।

୨) କାର ଦରରେ ବୃଦ୍ଧି- ୨୦୨୧ ପରଠାରୁ କାର କିଣିବା ମହଙ୍ଗା ହୋଇଯିବ। ପୂର୍ବ ଅପେକ୍ଷା ଅଧିକ ଟଙ୍କା ଆପଣଙ୍କୁ ଦେବାକୁ ପଡ଼ିବ। ଏଥିପାଇଁ କିଛି କାର କମ୍ପାନୀ ଗୁଡ଼ିକ ଘୋଷଣା ମଧ୍ୟ କରିଛନ୍ତ।

୩) ହ୍ୱାଟ୍ସଆପ୍ କରିବନି କାମ- ୨୦୨୧ ପରଠାରୁ ହ୍ୱାଟ୍ସଆପ୍ ସମସ୍ତ ଫୋନ୍ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ରେ କାମ କରିବ ନାହିଁ। ପୁରୁଣା ସଫ୍ଟୱେୟାର ରେ ଏହାର ଫଙ୍କସନ୍ ହୋଇ ପାରିବ ନାହିଁ।

୪) ଚେକ୍ ପେମେଣ୍ଟ ସିଷ୍ଟମ- ଚେକ୍ ପେମେଣ୍ଟ ସିଷ୍ଟମ ଜରିଆରେ ୫୦,୦୦୦ ଟଙ୍କା ବା ଏଥିରୁ ଅଧିକ ପେମେଣ୍ଟରେ ଆପଣଙ୍କୁ କିଛି ଜରୁରୀ ସୂଚନାକୁ କନଫର୍ମ କରିବାକୁ ହେବ। ଯେମିତି କି ଚେକ୍ ଜାରି କରିଥିବା ବ୍ୟକ୍ତି ଏହି ସୂଚନା ଏସଏମଏସ୍, ମୋବାଇଲ୍ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଂ ବା ଏଟିଏମ୍ ଭଳି ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଦେଇ ପାରିବ।

୫) ଫାଷ୍ଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ ହେବ- ଜାନୁୟାରୀ ୨୦୨୧ ପାଖରୁ ସମସ୍ତ ୪ ଚକିଆ ଯାନରେ ଫାଷ୍ଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। କାରଣ ଏବେ ବିନା ଫାଷ୍ଟ୍ୟାଗରେ ଜାତୀୟ ରାଜପଥରେ ଟୋଲ୍ ପାର୍ ହେଲେ ଆପଣଙ୍କୁ ଏଥିପାଇଁ ୨ ଗୁଣା ଚାର୍ଜ ଦେବାକୁ ପଡ଼ିବ।

୬) ୟୁପିଆଇ ପେମେଣ୍ଟ କ୍ଷେତ୍ରରେ ପରିବର୍ତ୍ତନ- ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ତରଫରୁ ହୋଇଥିବା ନିଷ୍ପତ୍ତି ଅନୁସାରେ ୧ ଜାନୁୟାରୀରୁ ୟୁପିଆଇ ଜରିଆରେ ପେମେଣ୍ଟ କରିବା ଆପଣଙ୍କ ପାଇଁ ମହଙ୍ଗା ରହିବ। ଏଥିପାଇଁ ଥର୍ଡ ପାର୍ଟି ଆପ୍ସ ଉପରେ ଅଧିକ ଚାର୍ଜ ଲାଗିବ।

୭) ଲ୍ୟାଣ୍ଡଲାଇନ କଲ୍ କ୍ଷେତ୍ରରେ ପରିବର୍ତ୍ତନ- ୨୦୨୧ ଜାନୁଆରୀ ୧ ପରେ ଯଦି ଆପଣ ଲ୍ୟାଣ୍ଡଲାଇନରୁ ମୋବାଇଲ କୁ କଲ୍ କରୁଛନ୍ତି ତେବେ ଆପଣଙ୍କୁ ଲଗାଇବାକୁ ପଡିବ ଜିରୋ। ନଚେତ୍ ଆପଣଙ୍କ ଫୋନ୍ ଲାଗିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।