କେନ୍ଦ୍ର କ୍ୟାବିନେଟର ବଡ ଘୋଷଣା ! ଲାଭବାନ ହେବେ ୪ କୋଟି ଛାତ୍ରଛାତ୍ରୀ, ଆପଣ ଙ୍କ ପିଲା ସ୍କୁଲ ରେ ପାଠ ପଢୁଥିଲେ ନିଶ୍ଚୟ ଦେଖନ୍ତୁ….

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ପଦକ୍ଷେପ।ଅନୁସୂଚିତ ଜନଜାତି ର ଶିକ୍ଷାର୍ଥୀ ମାନଙ୍କ ପାଇଁ ନେଲେ ବଡ଼ ପଦକ୍ଷେପ। ଅନୁସୂଚିତ ଜାତି ର ଶିକ୍ଷାର୍ଥୀ ମାନଙ୍କୁ ଏବେ ସରକାର୍ ପଢ଼ିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।ଏହା ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତା ରେ ହେବ ବୋଲି ନିଷ୍ପତ୍ତି ନିଆ ଯାଇଛି। ଯେଉଁଥିପାଇଁ ରାଜ୍ୟ ସରକାର ୪୦ ପ୍ରତିଶତ ଓ କେନ୍ଦ୍ର ସରକାର ୬୦ ପ୍ରତିଶତ ଅର୍ଥ ପ୍ରଦାନ କରିବେ ବା ଖର୍ଚ୍ଚକୁ ବହନ କରିବେ।

ତେବେ କେନ୍ଦ୍ର ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ଫଳରେ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ କ୍ୟାବିନେଟରେ ୫୯ ହଜାର କୋଟିର ବଜେଟ୍ ମଧ୍ୟ ପାରିତ ହୋଇଛି।

ଏହି ବଜେଟ୍ ର ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଦେକର କ୍ୟାବିନେଟ୍ ବୈଠକ ପରେ ଦେଇଛନ୍ତି । ଏହାଛଡା ଏହି କ୍ୟାବିନେଟରେ ଡିଟିଏଚ୍ ସେବାକୁ ନେଇ ମଧ୍ୟ କିଛି ଆଇନର ସଂଶୋଧନ କରା ଯାଇଛି।ଆଉ ଏହି ସଂଶୋଧିତ ଆଇନ ଅନୁସାରେ ୨୦ ବର୍ଷ ପାଇଁ ଡିଟିଏଚ୍ ଲାଇସେନ୍ସ କୁ ଜାରି କରାଯିବ ବୋଲି କୁହା ଯାଇଛି।

ତା ସହ ଡିଟିଏଚ୍ ସେବା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶକୁ ମଧ୍ୟ ଶତ ପ୍ରତିଶତ ଭାବରେ ଅନୁମତି ମିଳିଛି।ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହା ପୂର୍ବରୁ କ୍ୟାବିନେଟରେ ଏହି ସମ୍ବନ୍ଧୀୟ ଆଇନ ପାରିତ ହୋଇଥିଲେ ମଧ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଗାଇଡଲାଇନ କାରଣରୁ ଏହା କାର୍ଯ୍ୟକାରୀ ହୋଇ ପାରି ନଥିଲା।

କିନ୍ତୁ ଆଉ ଏବେ ଏହାକୁ ଲାଗୁ କରିବାରେ କୌଣସି ଅସୁବିଧା ନାହିଁ। କାରଣ ଏଥିପାଇଁ ଏହାକୁ କ୍ୟାବିନେଟ୍ ମଞ୍ଜୁରୀ ମଧ୍ୟ ମିଳିଛି। କ୍ୟାବିନେଟ୍ ତରଫରୁ ଏହାକୁ ପରିଷ୍କାର କରା ଯାଇଛି ଯେ ଏବେ ଏହା କାର୍ଯ୍ୟକାରୀ ହୋଇ ପାରିବ।ତେବେ ଏହାଛଡା
ଆଜିର କ୍ୟାବିନେଟରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ନିଷ୍ପତ୍ତି ଗ୍ରହଣ କରା ଯାଇଛି।

ଏହି ନିଷ୍ପତ୍ତି ଅନୁସାରେ ଦିଲ୍ଲୀରେ ପୂର୍ବରୁ ବା ଏବେ ଅନିୟମିତ ଭାବେ କଲୋନି ମାନଙ୍କରେ ରହୁଥିବା ଲୋକ ମାନଙ୍କୁ ଆଇନଗତ ଭାବେ ସଂରକ୍ଷଣ ଦେବାର ନିର୍ଦ୍ଦେଶ ଦିଆଯାଇଛି। ଯେଉଁ କାରଣରୁ ସେମାନେ ଏକ ସ୍ଥାୟୀ ବାସସ୍ଥାନ ସହିତ ଏକ ସୁରକ୍ଷିତ ସଂରକ୍ଷଣ ର ସୁବିଧା ପାଇ ପାରିବେ।ତେବେ ସୂଚନା ଅନୁସାରେ ୩୧ ଡିସେମ୍ବର ୨୦୨୦ରେ କାରଣ ଏହି ନିଷ୍ପତ୍ତି ପୂର୍ବରୁ ଏ ନେଇ ପ୍ରଚଳିତ ଥିବା ଆଇନ ଶେଷ ହେବାକୁ ଯାଉଚି। ତେଣୁ ସରକାର୍ ଏଥିପ୍ରତି ସଚେତନ ଥିବା ବେଳେ ଏହାର ଅବଧିକୁ ୩ ବର୍ଷ ପାଇଁ ବୃଦ୍ଧି କରିବାର ନିଷ୍ପତ୍ତି ନେଇଛନ୍ତି ।

ଯେଉଁ କାରଣରୁ ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଏ ନେଇ ପ୍ରଚଳିତ ଥିବା ଆଇନ କାର୍ଯ୍ୟକାରୀ ରହିବ।ଆଉ ଏହାର ବର୍ଦ୍ଧିତ ଅବଧି ଶେଷ ହେବା ପରେ ଯାଇ ସରକାର୍ ଏନେଇ ନିଷ୍ପତ୍ତି ପୁନର୍ବାର ଗ୍ରହଣ କରିବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।