ଦେଖନ୍ତୁ ଭିଡ଼ିଓ । ବିଚ୍‌ ରାସ୍ତାରେ ଯୁବକକୁ ଲଙ୍ଗଳା କରି ଉଠବସ କରାଇଲେ, ପୋଲିସ୍‌ ସାଜିଲା ଦେଖଣାହାରୀ; ଭିଡିଓ ଭାଇରାଲ….

ଆପଣ ତ ଆଗରୁ ଅନେକ ଏମିତି କିଛି ଘଟଣା ସଂସ୍ପର୍ଶରେ ଆସିଥିବେ ଯାହାକୁ ଦେଖି ଏହା ମନକୁ ବି ଆସିଥିବ ଯେ ପ୍ରକୃତରେ ଏ କି ପ୍ରକାର ନ୍ୟାୟ ଏବଂ ବିଚାର। କାରଣ ଆଗରୁ ବି ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ କହିଛୁ ଯେଉଁଥିରେ ଗାଆଁ ରେ ଲୋକ ମାନଙ୍କ ଦ୍ଵାରା ଏକ ଭିନ୍ନ ଧରଣର ବିଚାର ହୋଇ ଥିବାର ଦେଖାଯାଏ। ଯାହା ସାଧାରଣ ନ୍ୟାୟ ଦେବା ପ୍ରକ୍ରିୟା ଠାରୁ ଭିନ୍ନ। ତାକୁ ଆମେ କଙ୍ଗାରୁ କୋର୍ଟ ବୋଲି କହିଥାଉ।

ସେହିପରି ପୁଣି ଏବେ ଏକ କଙ୍ଗାରୁ କୋର୍ଟ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଶୁଣି ଆପଣ ନିଶ୍ଚିତ ଅବାକ୍ ହୋଇଯିବେ। ସାଧାରଣରେ ଆପଣ କେବେ ଶୁଣିଛନ୍ତି କି କାହାକୁ ସର୍ବ ସମ୍ମୁଖରେ ଉଲଗ୍ନ କରି ମାଡ଼ ମାରିବା।

କାହାର ଭୁଲ୍ ପାଇଁ ଆଇନ୍ କାନୁନ୍ ରହିଥିବା ବେଳେ ଏ ପ୍ରକାର ଏକ ଭିନ୍ନ ନ୍ୟାୟ ପନ୍ଥା ଟିକେ ଅଜିବ ଲାଗୁଥିବ ନିଶ୍ଚିତ। କିନ୍ତୁ ଏହିପରି ଘଟଣା ଟି ପ୍ରକୃତରେ ହିଁ ଘଟିଛି।ତେବେ ଏହି ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲାରେ।ଏହି ଜିଲ୍ଲାର ଉଦଳା ଥାନା ଅଧିନ ରେ ଥିବା ରାଜ୍ୟ ରାଜପଥ ପାର୍ଶ୍ୱରେ ଘଟଣାଟି ଘଟି ଥିବାର ଦେଖିବାକୁ ମିଳିଛି। ଏଠାରେ ଯୁବକଙ୍କୁ ଉଲଗ୍ନ କରି ମାଡ ମରା ଯାଉଥିବାର ଦେଖା ଯାଇଛି।

ଏହି ଘଟଣାକୁ ସ୍ଥାନୀୟ ଲୋକେ କ୍ୟାମେରା ରେ ମଧ୍ୟ ରେକର୍ଡ କରିଛନ୍ତି। ଏବଂ ପରେ ଏହି ନିନ୍ଦନୀୟ ଏବଂ ଆପତ୍ତି ଜନକ ଘଟଣାର ଭିଡିଓ ସେୟାର ହେବା ପରେ ଏବେ ଏହି ଭିଡିଓ ଟି ଭାଇରାଲ ହେବାରେ ଲାଗିଛି। ତେବେ ଲୋକେ ଏହାକୁ ଦେଖି କିଛି ପ୍ରତିବାଦ କରୁ ନଥିବା ମଧ୍ୟ ଦେଖିବାକୁ ମିଳିଛି। କେବଳ ଲୋକେ ନୁହନ୍ତି ଏଠାରେ ଯାହା ଦେଖିବାକୁ ମିଳିଛି ଏହି ଭିଡିଓରେ ପୋଲିସ କର୍ମୀ ମଧ୍ୟ ଛିଡା ହୋଇ ଦେଖଣାହାରୀ ସାଜିଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି।

ତେବେ ସୂଚନା ମୁତାବକ ଯାହା ଜନା ପଡିଛି ଏହି ଭିଡିଓ ରେ ମାଡ ଖାଉଥିବା ଯୁବକ ଜଣକ ବାହାରୁ ଆସିଥିବା ବେଳେ ସ୍ଥାନୀୟ ଯୁବକ ତାଙ୍କୁ ସର୍ବ ସମ୍ମୁଖରେ ଏଭଳି ବ୍ୟବହାର ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି।ତା ସହିତ ଯୁବକଙ୍କୁ ଉଲଗ୍ନ କରି ମାଡ ମରା ଯାଉଥିବାର ଏଠାରେ ଦେଖା ଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି ହେବାରେ ଲାଗିଛି।

ଏହି ଭଳି ଏକ ଘଟଣା ଘଟିବା ପରେ ସମସ୍ତେ ସ୍ତବ୍ଧ ହୋଇ ଯାଇଥିବା ବେଳେ ଘଟଣାଟି ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ତେବେ ଏହିଭଳି ଘଟଣା ଘଟିଥିବା ବେଳେ ଥାନାରେ କୌଣସି ମାମଲା କାହା ପକ୍ଷରୁ କାହା ନାମରେ ବି ରୁଜୁ ହୋଇନାହିଁ। ଅନ୍ୟପଟେ କୂହା ଯାଉଛି କି ପ୍ରେମ ସମ୍ପର୍କରୁ ନେଇ ଏଭଳି ଘଟଣା ଘଟିଛି। କିନ୍ତୁ ଏହାର କାରଣ ଜଣା ପଡ଼ିନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।