ଚର୍ଚ୍ଚାରେ ପ୍ରଣବଙ୍କ ପୁସ୍ତକ : କଂଗ୍ରେସର ବିପର୍ଯ୍ୟୟ ପାଇଁ ସୋନିଆ, ମନମୋହନ ଦାୟୀ । ଆପଣଙ୍କ ମତାମତ କମେଣ୍ଟ କରନ୍ତୁ….

ଦିବଂଗତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଜଣେ ଶ୍ରେଷ୍ଠ ଏବଂ ବରିଷ୍ଠ ରାଜନୀତିଜ୍ଞ ଭାବରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି। ତାଙ୍କର ଶାସନ ଏବଂ ତାଙ୍କର ବ୍ୟକ୍ତିତ୍ଵ ବେଶ୍ ଆକର୍ଷଣୀୟ। ଜଣେ ମିଷ୍ଟଭାଷୀ ଏବଂ ଉଦାର ଚେତନାର ବ୍ୟକ୍ତି ଭାବରେ ସେ ବେଶ୍ ଆଦୃତି ଲାଭ କରିଛନ୍ତି।ତେବେ ସେ ଥିଲେ କଂଗ୍ରେସର ଜଣେ ବରିଷ୍ଠ ନେତା। ଅନେକ ବଡ଼ ବଡ଼ ପଦବୀରେ ସେ ଅବତୀର୍ଣ୍ଣ ମଧ୍ୟ ହୋଇଛନ୍ତି।

ତେବେ ଚଳିତ ବର୍ଷ ଅଗଷ୍ଟ ମାସରେ ୮୪ ବର୍ଷ ବୟସରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।ତେବେ ପ୍ରଣବ ମୁଖାର୍ଜୀଙ୍କ ଏକ ପୁସ୍ତକ ଖୁବ୍‌ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି। ଯେଉଁ ପୁସ୍ତକର ନାମ ହେଉଛି ‘ଦି ପ୍ରେସିଡେନସିଆଲ ଇୟର୍ସ’।

ଏଥିରେ କଂଗ୍ରେସର ପତନକୁ ନେଇ ଅନେକ କିଛି ଅଜଣା କଥା ବର୍ଣ୍ଣନା କରା ଯାଇଛି। ଏହି ପୁସ୍ତକ ସେ ତାଙ୍କ ଦେହାନ୍ତ ପୂର୍ବରୁ ଲେଖା ଯାଇଥିଲା।ଆସନ୍ତା ବର୍ଷ ୨୦୨୧ ରେ ବଜାରକୁ ଆସିବାକୁ ଥିବା ଏହି ପୁସ୍ତକରେ ୨୦୧୪ରେ କଂଗ୍ରେସର ପରାଜୟର କାରଣ ବାବଦରେ ଅନେକ କିଛି ବିଶ୍ଲେଷଣ କରାଯାଇଛି।

ଏହି ପୁସ୍ତକରେ କଂଗ୍ରେସ ପରାଜୟ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦାୟୀ କରାଯାଇଛି । ତେବେ ଏହି ପୁସ୍ତକକୁ ନେଇ ଏହା ପ୍ରକାଶ ପରେ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଯଦି ୨୦୦୪ରେ ସେ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ୨୦୧୪ରେ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିନଥାନ୍ତା ବୋଲି ପୁସ୍ତକରେ ପ୍ରଣବ ଲେଖିଛନ୍ତି।

ସେ ଏଥିପାଇଁ ବହୁତ୍ ଆଗ୍ରହୀ ମଧ୍ୟ ଥିଲେ। ଏପରିକି ଦଳର କିଛି ସଦସ୍ୟ ମଧ୍ୟ ଏକଥା ମାନୁଥିଲେ।କିନ୍ତୁ ସେ ରାଷ୍ଟ୍ରପତି ହେବା ପରେ ରାଜନୀତିରୁ ସମ୍ପୂର୍ଣ୍ଣ ଦୂରରେ ରହିଥିଲେ। ତାଙ୍କ ମତରେ ସୋନିଆ ଦଳକୁ ସମ୍ଭାଳିବାରେ ଅସମର୍ଥ ରହିଥିଲେ। ସଂସଦରେ ମନମୋହନ ସିଂ ଅନୁପସ୍ଥିତ ରହୁଥିବାରୁ ଅନେକ ସାଂସଦଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଥିଲା।ସେ ଏହି ପୁସ୍ତକରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଯଦିଓ ଶାସନ କରିବାର ନୈତିକ ଅଧିକାର ପ୍ରଧାନମନ୍ତ୍ରୀଙ୍କ ପାଖରେ ରହିଥାଏ ।

କିନ୍ତୁ ପ୍ରଧାନମନ୍ତ୍ରୀ ପଦରେ ରହିଥିବା ମନମୋହନଙ୍କୁ କେବଳ ମେଣ୍ଟ ସମ୍ଭାଳିବା ପାଇଁ ପରାମର୍ଶ ଦିଆ ଯାଉଥିଲା ବୋଲି ସେ କହିଛନ୍ତି।ଆଉ ଏହାର ପ୍ରଭାବ ସିଧା ସଳଖ ସରକାର ଉପରେ ପଡୁଥିଲା ବୋଲି ସେ ପୁସ୍ତକରେ ଉଲ୍ଲେଖ କରିଛନ୍ତି।ତେବେ ଏହି ପୁସ୍ତକ ‘ଦି ପ୍ରେସିଡେନସିଆଲ ଇୟର୍ସ’ କୁ ରୂପା ପ୍ରକାଶନ ପ୍ରକାଶିତ କରିବ।

୨୦୨୧ରେ ପାଠକମାନେ ଏହାକୁ କିଣି ପାରିବେ।ତେବେ ଯାହା ଜଣା ପଡିଛି ଏହି ପୁସ୍ତକରେ ପଶ୍ଚିମବଙ୍ଗର ଏକ ଗ୍ରାମରୁ ପ୍ରଣବଙ୍କ ରାଷ୍ଟ୍ରପତି ଭବନ ଯାଏଁ ଯାତ୍ରା ବାବଦରେ ସମସ୍ତ କଥା ଉଲ୍ଲେଖ ରହିଛି।ତେବେ ଏହି ପୁସ୍ତକରେ ବିଶେଷ ଭାବରେ କଂଗ୍ରେସର ବିପର୍ଯ୍ୟୟ ସମ୍ପର୍କରେ ବିଶଦ ଭାବେ ଆଲୋଚନା ହୋଇଚି ବୋଲି କୁହା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।