ଗୋଟିଏ ପ୍ରଶ୍ନ ଯାହା ଆପଣଙ୍କ ଜୀବନକୁ ପରିବର୍ତ୍ତନ କରିଦେବ, କ’ଣ ସେହି ପ୍ରଶ୍ନ ଜାଣନ୍ତୁ…

ବନ୍ଧୁଗଣ ଆଜିର ଏହି ଲେଖାଟି ଆପଣଙ୍କ ପାଇଁ ବହୁତ୍ ମୂଲ୍ୟବାନ ଅଟେ। କାରଣ ଏହା ଆପଣଙ୍କ ଜୀବନର ପ୍ରକୃତ, ଅପ୍ରିୟ ସତ୍ୟ କଥାଟିକୁ ଆଗକୁ ଆଣିବ। ଜୀବନରେ ଏମିତି କିଛି କଥା, ଶବ୍ଦ ଅଛି ଯାହାକୁ ମଣିଷ କହି ପାରେ ନାହିଁ। କିନ୍ତୁ ତାକୁ ମଣିଷ ନିଜର ଭାବନା ଶକ୍ତି ଦ୍ଵାରା ମଧ୍ୟ ଚିନ୍ତା କରି ପାରି ନଥାଏ।ଭାବନାକୁ ମଧ୍ୟ ବୁଝେ ନାହିଁ।ସେହି ଭାବନାକୁ ବୁଝିବା ନିହାତି ଆବଶ୍ୟକ ଅଟେ।

ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ ଆଜିର ଏହି ଲେଖା ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। କାରଣ ବହୁତ୍ ଛୋଟ ଛୋଟ ଜିନିଷକୁ ଆମେ ଜୀବନରେ ହେୟ ଜ୍ଞାନ କରିଥାଉ ଯାହା ଆମକୁ ପରବର୍ତ୍ତୀ ସମୟରେ ବହୁତ୍ ସମସ୍ୟାର ସମ୍ମୁଖୀନ ହେବାକୁ ବାଧ୍ୟ କରିଥାଏ।

ଜୀବନରେ ଆମେ ବିଭିନ୍ନ ପ୍ରକାରର ସମ୍ପର୍କର ବନ୍ଧନରେ ବାନ୍ଧି ହୋଇ ରହିଥାଉ। ବନ୍ଧୁ ବାନ୍ଧବ, ସମ୍ପର୍କୀୟ ସହିତ ଦେଖା ହେଲେ ଆମେ ଅନେକ କଥା ପଚାରିଥାଉ। ଏବେ କଣ ସବୁ ଚାଲିଛି, କଣ କରୁଛନ୍ତି,ଘରେ ସମସ୍ତେ ଭଲ ଅଛନ୍ତି କି ନାହିଁ, ଚାକିରି ଜୀବନ କେମିତି କଟୁଛି, ପିଲାଛୁଆ ଭଲ ଅଛନ୍ତି କି ନାହିଁ, ଇତ୍ୟାଦି ଇତ୍ୟାଦି।ଏମିତି ଅନେକ କଥା ଆମେ ପଚାରି ଥାଉ। କିନ୍ତୁ କିଛି ଏମିତି କଥା ଅଛି ଯାହାକୁ ଆମେ ପଚାରି ନଥାଉ।

ଆଉ ସେହି ଗୋଟିଏ କଥା ପଚାରିବା ଦ୍ବାରା ଆମେ ଜଣଙ୍କର ଅଧିକ ନିକଟବର୍ତ୍ତୀ ହୋଇ ପାରିବା ଏବଂ ତାର ମନ୍ୟକୁ ବୁଝିବାକୁ ସକ୍ଷମ ହୋଇ ପାରନ୍ତେ।  ଆଉ ଏହା ଦ୍ବାରା ତା ଜୀବନରେ ଅଧିକ ଆନନ୍ଦ ଭରି ଦେଇ ପାରନ୍ତେ। ତେବେ ସେହି ପ୍ରଶ୍ନଟି କଣ? ଯାହା ମଣିଷକୁ ଭାବବିହ୍ୱଳ କରିଦିଏ।ସେହି ପ୍ରଶ୍ନଟି ହେଉଛି ତୁ ତ ଜୀବନରେ ଖୁସି ରେ ଅଛୁ ତ, କେମିତି ଅଛୁ କହ ?

ଏହି ପ୍ରଶ୍ନଟି ଏକ ଏମିତି ପ୍ରଶ୍ନ ଯାହା ଜଣଙ୍କୁ ଭାବିବାକୁ ମଜବୁର କରିଦିଏ ଯେ ନିଜ ବିଷୟରେ କିଛି ସମୟ ପାଇଁ ଚିନ୍ତା କରିବାକୁ। ପାଠପଢ଼ା ଜୀବନରୁ ଆରମ୍ଭ କରି ଚାକିରି ପାଇବା ବା ଅନ୍ୟ କିଛି କ୍ଷେତ୍ରରେ କର୍ମ କରିବା, ବିବାହ କରିବା, ପିଲା ଛୁଆଙ୍କ ଯତ୍ନ କରିବା ଆଦି ଏସବୁ ଭିତରେ ଜୀବନ ଅତିବାହିତ ହୋଇ ଚାଲେ। କିନ୍ତୁ କେହି ଜଣେ ଏହା ପଚାରି ନଥାନ୍ତି ଯେ ତୁ କେମିତି ଅଛୁ। ତୋ ଜୀବନରେ ତୁ ନିଜକୁ ଖୁସି ଅନୁଭବ କରାଇ ପାରୁଛୁ ତ?

ଆଉ ଏହାପରେ ସେହି ବ୍ୟକ୍ତି ଜଣଙ୍କ ଭାବିବାକୁ ବାଧ୍ୟ ହୁଏ ଏବଂ ସମସ୍ତ କଥା ଚିନ୍ତା କରେ ଆଉ ଭାବ ବିହ୍ୱଳ ମଧ୍ୟ ହୋଇ ଉଠେ। କାରଣ କର୍ମମୟ ଜୀବନରେ ସେ କେବେ ନିଜ କଥା ଭାବିବାକୁ ସମୟ ପାଏନି। କିମ୍ବା ନିଜର ଖୁସିକୁ ପରିମାପ କରିବା ପାଇଁ ସୁଯୋଗ ମଧ୍ୟ ପାଏ ନାହିଁ। ତେଣୁ ଏହି ପ୍ରଶ୍ନ ତାକୁ ଯେତିକି ଭାବ ବିହ୍ୱଳ କରେ ସେତିକି ଆଶ୍ୱସ୍ତି ମଧ୍ୟ ଦେଇଥାଏ। କହିବାର କଥା ହେଉଛି ଯଦି ପଦାର୍ଥ ମଣିଷକୁ ସବୁ ଖୁସି ଦେଇ ପାରନ୍ତା, ତେବେ ଦୁନିଆର ସବୁ ଧନୀ ଶ୍ରେଣୀର ଲୋକେ ଖୁସିରେ ରହିଥାନ୍ତେ।

ସେମାନଙ୍କ ସଂପର୍କରେ ବିଛିନ୍ନତା ନଥାନ୍ତା କିମ୍ବା ସେମାନେ ମାନସିକ ଅବସାଦ ଭିତରେ ରହି ନଥାନ୍ତେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।