କରୋନା ସମୟରେ ନୂଆ ପାର୍ଲିଆମେଣ୍ଟ ପରେ ନୂଆ ପ୍ରଧାନମନ୍ତ୍ରୀ ବାସଭବନ । ଖର୍ଚ୍ଚ ହେବ ୧୩୪୫୦ କୋଟି, ସରକାର ଙ୍କ ନିଷ୍ପତିରେ ଆପଣଙ୍କ ମତ କମେଣ୍ଟ କରନ୍ତୁ……

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଡିସେମ୍ବର ୧୦ ତାରିଖ ଦିନ ନୂଆ ସାଂସଦ ଭବନ ପାଇଁ ଭୂମି ପୂଜା କରିଥଲେ ।ତେବେ ଏହି ନୂତନ ସାଂସଦ ଟି ୧୩ ଏକର ଜମିରେ ୪ ମହଲା ବିଶିଷ୍ଟ ଏକ ନୂଆ ସାଂସଦ ଭବନ ହେବ ବୋଲି ନିଷ୍ପତି ନିଆ ଯାଇ ଥିଲା।ତେବେ ଏହା ପରେ ସେଣ୍ଟ୍ରାଲ ଭିଷ୍ଟାର ପୁନଃବିକାଶ ପାଇଁ ସରକାର ନୂଆ ପ୍ରସ୍ତାବ ଦେଇଛନ୍ତି।ତେବେ ପ୍ରଧାନ ମନ୍ତ୍ରୀ ଙ୍କ ର ଏହି ନୂତନ ବାସ ଭବନ ଟି ୧୦ ଟି ଚାରି ମହଲ ବିଶିଷ୍ଟ ବିଲ୍ଡିଙ୍ଗ ରହିବ ବୋଲି ସୂଚନା ମିଳିଛି।

ଵିଲ୍ଡିଂ ର ସର୍ବୋଚ୍ଚ ଉଚ୍ଚତା ୧୨ ମିଟର ରହିବ । ତେବେ ସୂଚନା ଅନୁସାରେ ଏହି ପ୍ରକଳ୍ପ ର କାର୍ଯ୍ୟ କୌଣସି ବି ପରିସ୍ଥିତି ରେ ବନ୍ଦ କିମ୍ବା ସ୍ଥଗିତ ରହିବ ନାହିଁ ବୋଲି କୁହା ଯାଉଛି ।

ତେବେ ସୂଚନା ଅନୁସାରେ ପୂର୍ବରୁ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଏକ କମିଟି ଅନୁଷ୍ଠିତ ହୋଇ ଥିଲା ଯେଉଁ କମିଟି ସାମ୍ନାରେ ସିପିଡବ୍ଲ୍ୟୁଡି ନିଜର ଏହି ନୂଆ ପ୍ରସ୍ତାବ ରେ କିଛି ବି କହି ନଥିଲେ କି ଏଇ ନୂଆ ପ୍ରସ୍ତାବ ବିଷୟ ରେ କୌଣସି ପ୍ରକାର ଉଲ୍ଲେଖ କରି ନଥିଲା ।ତେବେ ବର୍ତ୍ତମାନ ପରିସ୍ଥିତି ରେ ଏହା କୁ ନେଇ ଅନେକ ଚର୍ଚ୍ଚା ହୋଇ ଥିଲା ।ଏହା ସହିତ ପିଟିଆଇ ସୂଚନା ଅନୁସାରେ, ଏହି ନୂଆ ପ୍ରକଳ୍ପ ର ସଞ୍ଚାଳନ କରୁଥିବା କେନ୍ଦ୍ରୀୟ ପୂର୍ତ୍ତ ବିଭାଗ ଏନେଇ ବ୍ୟୟ ଅଟକଳ ରେ ମଧ୍ୟ ସଂଶୋଧନ କରି ସାରିଛି ।

ଜଣାଇ ଦେଉଚୁ ଯେ ପୂର୍ତ୍ତ ବିଭାଗ ପ୍ରଥମେ ୧୧୭୯୪ କୋଟିର ବ୍ୟୟ ଅଟକଳ ଏହି ପ୍ରକଳ୍ପ ପାଇଁ କରି ଥିଲା । ବର୍ତ୍ତମାନ ଯାହାକୁ ବୃଦ୍ଧି କରାଯାଇ ୧୩୪୫୦ କୋଟି ଟଙ୍କା ଜାଏ କରା ଯାଇଛି ।ତେବେ ପିଟିଆଇ ଅନୁସାରେ, ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଟି ୩୦୩୫୧ ବର୍ଗ ମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ରହିବ । ଏହା ସହିତ ଏହି ନୂତନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ୧୫ ଏକର ଜମିରେ ନିର୍ମିତ ହେବ ବୋଲି ନିଷ୍ପତି ଯାଇ ଥିବାର ସୂଚନା ମିଳିଛି।ଏହା ସହିତ ଏଥିରେ ୧୦ଟି ବିଲ୍ଡିଂ ରହିବ । ଯାହା ୪ ମହଲା ବିଶିଷ୍ଟ ହେବ ବୋଲି ନିଷ୍ପତି ନିଆ ଯାଇ ଥିବା ର ସୂଚନା ମିଳିଛି।

ତେବେ ଜଣାଇ ଦେଉଛୁ ଯେ ପ୍ରଥମେ ପୂର୍ତ୍ତ ବିଭାଗର ପ୍ରସ୍ତାବରେ ନୂଆ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ବାବଦରେ କୌଣସି ତଥ୍ୟ ଉଲ୍ଲେଖ ହୋଇ ନଥିଲା । ତେବେ ହଠାତ୍ ଏପରି କାହିଁକି କରା ଯାଇଥିଲା ଏହି ବିଷୟ ରେ କଣ କାରଣ ରହିଛି ଏହି ବିଷୟ ରେ କୌଣସି ପ୍ରକାର ତଥ୍ୟ ଜଣାପଡି ନାହିଁ। ବର୍ତ୍ତମାନ ସୂଚନା ଅନୁସାରେ ନୂତନ ପ୍ରଧାନ ମନ୍ତ୍ରୀ କାର୍ଯ୍ୟାଳୟ ତିଆରି ହେବା ପାଇଁ ନିଷ୍ପତି ନିଆ ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।