ଶୁଣନ୍ତୁ ଅଡିଓ ରେକଡିଂ – ପୁଣି ସୋସିଆଲ ମିଡ଼ିଆରେ ଭାଇରାଲ୍ ମନ୍ତ୍ରୀ ଅରୁଣ ସାହୁ ଙ୍କର ଏକ ଅଡିଓ ରେକର୍ଡ, ପରୀ ର ନ୍ୟାୟ ପାଇଁ ଅଧକରୁ ଅଧକ ସେୟାର କରନ୍ତୁ…

ଏବେ ପରୀ ହତ୍ୟା ମାମଲାରେ ସାରା ରାଜ୍ୟରେ ଏକ ପ୍ରକାର ରାଜନୈତିକ ଉଷ୍ମତା ବା ତାତି ଦେଖିବାକୁ ମିଳୁଛି। ଯେଉଁ ଘଟଣା ପରେ ବିଦ୍ରୋହ ଏବଂ ପ୍ରତିବାଦ ଏକ ସାଙ୍ଘାତିକ ରୂପ ନେବା ପରେ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ଅନୁସନ୍ଧାନ କାରୀ ଦଳ ବା ଏସ ଆଇ ଟି ଟିମ୍ ଗଠନ କରିଛନ୍ତି ଏବଂ ତାଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏହି SIT ଟିମ୍ ଠିକ୍ ଭାବରେ କାର୍ଯ୍ୟ ଭାର ତୁଲାଇବ କି ନାହିଁ।

କାରଣ ଏହି ଟିମ୍ ହେଉଛି କୋର୍ଟ ମନିଟର୍ ନୁହଁ ବରଂ ଏହା ସରକାରଙ୍କ ଦ୍ଵାରା ପରିଚାଳିତ ବା ନିର୍ଦ୍ଦେଶରେ କାମ କରୁଥିବା ଟିମ୍।ଏହି ଟିମ୍ ସରକାରଙ୍କ ଅଧୀନରେ। କିନ୍ତୁ ଉଚିତ୍ ତଦନ୍ତ ସହ ନ୍ୟାୟ ପାଇଁ ଏହା ଉପରେ ବିଶ୍ୱାସ ରଖିଛନ୍ତି ରାଜ୍ୟ ସରକାର।

କିନ୍ତୁ ସବୁଠାରୁ ବଡ଼ କଥା ହେଉଚି ଏହି ବୋଥ୍ରା ଏବଂ ତାଙ୍କ ଦଳ କେତେଦୂର ନ୍ୟାୟ ଦେବାରେ ସହାୟକ ହୋଇ ପାରିବେ ଏହି ଘଟଣାକୁ। ଏହାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ଏବେ ଉଠିବାରେ ଲାଗିଛି ଯେ ଉପଯୁକ୍ତ ଦୋଷୀ, ପରୀ ର ହତ୍ୟାକାରୀ କୁ ଧରି ପାରିବେ ତ ଏହି ଦଳ? ଏହିଭଳି ପ୍ରଶ୍ନ ଉଠିବା ରେ ଲାଗିଛି।

ପରୀ କୁ ମାରିବା ପାଇଁ ଯେଉଁ କେମିକାଲ ର ବ୍ୟବହାର କରା ଯାଇଛି ତାହା କେଉଁଠୁ ଆସିଲା ଏବଂ କିଏ ଆଣିଲା ଏହାର ଅଭିଯୁକ୍ତ କୁ ଚିହ୍ନଟ କରି ପାରିବେ ତ? ଯେତେବେଳେ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର କହୁଛନ୍ତି କି ଶବ ଏତେ ମାତ୍ରାରେ ଜଳି ଯାଇଛି ଯେ ତାକୁ ଦୁଷ୍କର୍ମ ହୋଇଛି କି ନାହିଁ କହିବା ସମ୍ଭବପର ନୁହଁ।

ତେବେ ସେହି କ୍ଷେତ୍ରରେ ଏହି ଘଟଣାକୁ କିପରି ସାମ୍ନା କରିବେ ବୋଥ୍ରା ଏବଂ ତାଙ୍କ ଟିମ୍ ଯାହା ଏବେ ଏକ ବଡ଼ ଚ୍ୟାଲେଞ୍ଜ କହିଲେ ଚଳେ।ଏହିଭଳି ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ଭିତରେ ଲୋକଙ୍କ ନଜର ରହିଛି ଏହି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଉପରେ।ତେବେ ଏହାରି ଭିତରେ ରାଜନୈତିକ ଦଳ ମାନେ ଧାରଣା ରେ ବସି ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିବା ସହିତ ତାଙ୍କୁ କାହିଁକି ଜେରା କରା ଯାଉନାହିଁ ।

ଅଭିଯୁକ୍ତ ବାବୁଲି ନାୟକ ଙ୍କୁ କାହିଁକି ପୋଲିସ୍ ପଚରଉଚରା କରୁନି ଏବଂ କଲ୍ ରେକର୍ଡ ରେ ଶୁଣା ଯାଉଥିବା କଥା ର ସତ୍ୟତା କୁ କାହିଁକି ଅନୁସନ୍ଧାନ କରା ଯାଉନାହିଁ, ଏହିଭଳି ତମାମ ପ୍ରଶ୍ନ ଏବେ ଉଠିବାରେ ଲାଗିଛି।ଅନ୍ଧାରରେ ବାଡ଼ି ବୁଲାଇଲା ଭଳି ପ୍ରଥମେ ଏହି କେଶ୍ କୁ କୌଣସି ଦିଶା ମିଳି ନଥିବା ବେଳେ ଯେତେବେଳେ ପ୍ରଭାବ ଶାଳୀ ମନ୍ତ୍ରୀ ଙ୍କ କଲ୍ ରେକର୍ଡ ସାମ୍ନା କୁ ଆସିଲା ସେତେବେଳେ ଏହା ସ୍ପଷ୍ଟ ହେଲା ଯେ କେଉଁଠି ନା କେଉଁଠି ମନ୍ତ୍ରୀ ଙ୍କ ସଂପୃକ୍ତି ଏଠାରେ ରହିଛି ଏବଂ ସେ ଏହାକୁ ଚପାଇ ଦେବାକୁ ଜୋରଦାର ପ୍ରୟାସ ମଧ୍ୟ କରୁଛନ୍ତି।

ଯେଉଁ କାରଣରୁ ସେ ଅନ୍ୟ ଉପରେ ଚାପ ମଧ୍ୟ ପକାଉଛନ୍ତି ବୋଲି ତାଙ୍କ କଲ୍ ରେକର୍ଡ ରୁ ସ୍ପଷ୍ଟ ହୋଇ ଯାଉଛି। ନିଜ କ୍ଷମତା ଏବଂ ପଦବୀ ର ବ୍ୟବହାର କରି ସେ ଏହି ଘଟଣାକୁ ଏକ ଭିନ୍ନ ଦିଶା ଦେବାକୁ ଯେଉଁ ଅପ ଚେଷ୍ଟା କରୁଛନ୍ତି ତାକୁ ନେଇ ବିରୋଧୀ ସିବିଆଇ ତଦନ୍ତ ମଧ୍ୟ ଦାବି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।