ଆଜିର ରାଶିଫଳ, 23 ଡିସେମ୍ବର 2020, ବୁଧବାର, ପ୍ରଭୁ ଗଣେଶ ଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତି ହେବ ସୁଦୃଢ….

ଆଜି ହେଉଛି ଇଂରାଜୀ ବର୍ଷ ୨୦୨୦ ମସିହା ଡିସେମ୍ବର ମାସ ୨୩ ତାରିଖ ବୁଧବାର। ପୌଷ ୨ ଦିନ, ଶୁକ୍ଳପକ୍ଷ ନବମୀ। ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ ବିଷୟରେ କୁହା ଯାଇଥାଏ ।ତେବେ ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ।ତେବେ ଜାଣନ୍ତୁ କଣ କହୁଛି ଆଜି ଆପଣଙ୍କ ରାଶି।

ମେଷ- ପ୍ରତିଦ୍ୱନ୍ଦ୍ୱିତା ହେତୁ ବ୍ୟବସାୟ ଓ ପରିବହନରେ ସାମାନ୍ୟ ସମସ୍ୟା ଦେଖାଦେବ। ବାଧ୍ୟବାଧକତାରେ ସରକାରୀ କାମରେ ବିଶେଷ ଭ୍ରମଣ ସ୍ବାସ୍ଥ୍ୟ ହାନିର କାରଣ ହୋଇପାରେ।

ବୃଷ- ଆର୍ଥିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହିପାରନ୍ତି। ଦିନଟି ଆପଣଙ୍କ ପାଇଁ ମଧ୍ୟମ ଫଳ ପ୍ରଦାନ କରିବ। ସାମାନ୍ୟ ବିଚଳିତ ରହି ପାରନ୍ତି।

ମିଥୁନ- ପ୍ରତ୍ୟେକ ଦିଗରୁ ଅସୁବିଧା ଭିତର ଦେଇ କାମ କରିବାକୁ ପଡିପାରେ। ଅପରକୁ ସାହାଯ୍ୟ ପରିପ୍ରେକ୍ଷୀରେ ଅଯଥା କଷ୍ଟ ଅନୁଭବ କରିବାକୁ ପଡିପାରେ।

କର୍କଟ- ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ ଓ ସାଧାରଣ କଥାକୁ ଅସାଧାରଣ ଭାବେ ଚିନ୍ତା କରିବେ।ପରିବହନ,ପ୍ଳଟିଙ୍ଗ କାରବାର, ଆଲୋଚନା ଓ କଚେରି ମାମଲା କ୍ଷେତ୍ରରେ ଶୁଭ ଫଳ ପାଇବେ ।

ସିଂହ- ଏକ ଗୁରୁତ୍ୱପୂର୍ଣ୍ଣ କାମରେ ଯାଇଥିବା ବନ୍ଧୁଙ୍କ ଫେରିବା ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି। କେତେକ ମନଗଢା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିବେ।

କନ୍ୟା- କେତେକ ବ୍ୟକ୍ତିଗତ କାରଣରୁ ପାରିବାରିକ କ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଦୀର୍ଘଦିନର ପୁରୁଣା ରୋଗ ସକାଶେ ବିଶେଷ ଚିନ୍ତିତ ରହିପାରନ୍ତି।

ତୁଳା- ପରିବାରରେ ସହମତି ଓ ସହଯୋଗ ଅଭାବରୁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ଆଶା କରୁଥିବା ଦିଗରୁ ଅର୍ଥ ପାଇବା କଷ୍ଟକର ହୋଇପଡିବ।

ବିଛା- ଭୁଲ୍‌ ବୁଝାମଣା କାରଣରୁ ଶିକ୍ଷା,ସନ୍ତାନ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବାରେ ଅବହେଳା କରିପାରନ୍ତି।

ଧନୁ- ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ସାମାଜିକ ସ୍ତରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।

ମକର- ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି , ଋଣ ସୂତ୍ରରେ ଅର୍ଥଲାଭ କରିବେ ଓ ବ୍ୟବସାୟ, ବାଣିଜ୍ୟରେ ଉନ୍ନତି ଘଟିବ।କଳା, ସାହିତ୍ୟରେ ଉନ୍ନତି କରିବେ ଓ ଏହା ସହ ବାଣିଜ୍ୟ, ବ୍ୟବସାୟରେ ମଧ୍ୟ ଲାଭବାନ ହେବେ।

କୁମ୍ଭ- ଗୃହସୀମାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ଗବେଷଣା, ସଭାସମିତି, କଳା, ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।ମିଠା କଥା ଦ୍ୱାରା ଅନ୍ୟକୁ ଆପ୍ୟାୟିତ କରି କାମ ହାସଲ କରିବେ ।

ମୀନ- ଦୀର୍ଘଦିନରୁ ପରସ୍ପର ପଡୁ ନ ଥିବା ପୁଅ ବୋହୂଙ୍କ କଥା ମନକୁ ବେଶି ଆନ୍ଦୋଳିତ କରିବ । ଆତ୍ମୀୟଙ୍କୁ ଦେଇଥିବା ଅର୍ଥକୁ କେନ୍ଦ୍ରକରି କିଛି ସମସ୍ୟା ଦେଖାଦେଇପାରେ । ଭୁଲ୍‌ ବୁଝାମଣାଜନିତ ସମ୍ପର୍କରେ ଫାଟ ସୃଷ୍ଟି ହେବା କାରଣରୁ କର୍ମକ୍ଷେତ୍ରରେ ପରସ୍ପରକୁ ସନ୍ଦେହ କରିପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।