” ପରୀ ” ଘଟଣାର ପର୍ଦାଫାଶ । ଶେଷରେ ଧରା ପଡିଲା ” ପରୀ ” କୁ ମାରିଥିବା ଦୋଷୀ….ଏଇ ସେହି ଲୋକ ଯିଏ କି…..

ଧରା ପଡ଼ିଲା ପରୀ ହତ୍ୟାକାରୀ। ଜଣେ ଅଭିଯୁକ୍ତ ଙ୍କୁ ଗିରଫ କଲା ଏସାଈଟି । ନୟାଗଡ଼ ଜିଲ୍ଲା ଯଦୁପୁର ଗାଁ ରୁ ଜଣଙ୍କୁ ଗିରଫ କଲା ଏସାଈଟି । ଆସନ୍ତା କାଲି ଅର୍ଥାତ୍ ସୋମବାର ଦିନ ଅଭିଯୁକ୍ତ ସ୍ଵତନ୍ତ୍ର ପୋସ୍କ କୋର୍ଟ ରେ ହାଜିର୍ କରାଯିବ। ଅଭିଯୁକ୍ତ ବିରୋଧ ରେ ୩୬୪, ୩୦୩,୩୦୧,ଓ ୩୬୬ ଆଇପିଶି ଧାରା ମାମଲା ରୁଜ୍ଜୁ ହୋଇଛି।

ତେବେ ଗତ ଦୁଇ ଦିନ ହେବ ପରି ହତ୍ୟାକାରୀ କୁ ଚିହ୍ନଟ କରିଥିଲେ ଏସାଈଡି । ଆଉ ଆଜି ତାକୁ ଗିରଫ କରିଥିବାର ସୂଚନା ମିଳିଛି । ଜୁଲାଇ ୨୩ ତାରିଖ ରେ ତାଙ୍କ ଘର ପଛ ପଟରୁ ମିଳିଥିଲା ମୃତ ଦେହ।

ତେବେ ଅଭିଯୁକ୍ତ କିଏ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଗତ କାଲି ଏସାଈଟି ସରୋଜ ସେଠୀ ଓ ତାଙ୍କ ମା ଓ ଭଉଣୀ କୁ ଉଠାଇ ନେଇ ଥିଲା । ତେବେ ୧୨ ଘଣ୍ଟା ପଚରା ଉଚରା କରିବା ପରେ ସରୋଜ ସେଠୀ ଙ୍କ ମା ଓ ଭଉଣୀ ଙ୍କୁ ଏସାଈଡି ଛାଡ଼ି ଦେଇଛି କିନ୍ତୁ ସରୋଜ ସେଠୀ ଙ୍କୁ ଅଟକ ରଖିଛି ଏସାଇଟି । ପଚରା ଉଚରା କରାଯିବ ସହିତ ସମସ୍ତଙ୍କ ର ଲାଇଭ ଦିତେକ୍ସନ ଟେଷ୍ଟ କରା ଯାଇଥିବାର ସରୋଜ ସେଠୀ ଙ୍କ ଭଉଣୀ କହିଛନ୍ତି।

ତେବେ ସରୋଜ ସେଠୀ ହେଉଛନ୍ତି ପରି ର ଗାଁ ଲୋକ ତଥା ତାଙ୍କ ପଡୋଶୀ । ଏସାଇଟିି ତାଙ୍କୁ ଉଠାଇବା ପୂର୍ବରୁ ଦୁଇ ଥର ପଚରା ଉଚରା ମଧ୍ୟ କରି ଥିଲା । ପରି ଘର ର ପଡୋଶୀ ହୋଇଥିବା ତାଙ୍କ ବାରି ପଛ ପଟରୁ ପରି ର ଶବ ଉଧାର କରା ଯାଇଥିଲା। ଏସାଇଟି ମୁଖ୍ୟ ଅଧିକାରୀ ଙ୍କ ନାମ ରେ ସରୋଜ ଅଭିଯୋଗ ମଧ୍ୟ ଆଣି ଥିଲେ ।

ତାଙ୍କୁ ପରି ମାମଲା ରେ ଫସାଉ ଥିବାର ଓ ପର୍ବତାଇ ଥିବାର ଓ ଏଥିପାଇଁ ତାଙ୍କୁ ୫ ଲକ୍ଷ ଟଙ୍କା ଯାଚୁ ଥିବାର ମଧ୍ୟ କହି ଥିଲେ । ଆଉ ଏଭଳି କ୍ଷେତ୍ର ରେ ସରୋଜ ସେଠୀ ଙ୍କ ଅଭିଯୋଗ ଭିକ୍ତିହିନ ବୋଲି ଓଡ଼ିଶା ପୋଲିସ ତରଫରୁ ସ୍ପଷ୍ଟୀକରଣ ରଖା ଯାଇଛି। ତେବେ ଗତ ଜୁଲାଇ ୧୪ ତାରିଖ ରେ ପରି ଗାଁ ଦାଣ୍ଡ ରେ ଖେଳୁ ଥିଲା ଦୀର୍ଘ ସମୟ ଜାଏ ଘରକୁ ଫେରି ନଥିଲା । ଝିଅ କୁ ନପାଇବା ରୁ ପରି ର ପରିବାର ପକ୍ଷରୁ ସଦର ଥାନା ରେ ଅଭିଯୋଗ କରା ଯାଇଥିଲା। ଏଭଳି ସ୍ଥିତିରେ ସେହି ମାସ ୨୩ ତାରିଖ ରେ ପରି ର ଶବ ଉଧାର କରା ଯାଇଥିଲା।

ତେବେ ଦୀର୍ଘ ଚାରି ମାସ ଧରି ପୋଲିସ ତଦନ୍ତ କରୁଥିବା ର କହୁଥିଲେ ମଧ୍ୟ ଅଭିଯୁକ୍ତ ଙ୍କ ପାଖରେ ପହଞ୍ଚିବା ପାଇଁ ଫେଲ୍ ମରିଥିଲା। ତେବେ ଅଭିଯୁକ୍ତ ବିଜେଡ଼ି ଦଳର ହୋଇଥିବାରୁ ଓ ସେମାନଙ୍କୁ ନୟାଗଡ଼ ବିଧାୟକ ଡାକ୍ତର ପ୍ରମୋଦ ସୁରକ୍ଷା ଦେଉଥିବାର ଅଭିଯୋଗ ଆସିଥିଲା । ତେବେ ସ୍ଥାନୀୟ ପୋଲିସ ଠାରୁ ନ୍ୟାୟ ପାଇବାରେ ବିଫଳ ହେବାରୁ ପରି ର ବାପା ମା ଭୁବନେଶ୍ଵର ବିଧାନସଭା ସାମ୍ନା ରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

ଆଉ ଏହି ଘଟଣା ଭିନ୍ନ ମୋଡ଼ ନେଇଥିଲା ବିଭିନ୍ନ ମୋଡ଼ ରୁ ଶ୍ୱର ଉଠିବା ପରେ ସରକାର ଏସାଈଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।