ହାଇକୋର୍ଟଙ୍କ ଐତିହାସିକ ରାୟ – ବିବାହ ଆଗରୁ ରଖାଯାଉଥିବା ଶାରୀରିକ ସମ୍ପର୍କକୁ କୁହାଯିବ ନାହିଁ ଦୁର୍ଷ୍କମ । ବଦଳିଲା ଗୁରୁତ୍ୱପୂର୍ଣ୍ଣ ଆଇନ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

ପୁଣି ଆସିଲା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ସହମତି ସହିତ ହେଉଥିବା ଶାରିରୀକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ। ବିବାହ ପ୍ରତିଶ୍ରୁତି ଦେଇ ପୁଅ ଝିଅ ମାନଙ୍କ ମଧ୍ୟରେ ରହୁଥିବା ଯୌନ ସମ୍ପର୍କ କୁ କୁହା ଯିବନି ବଳାତ୍କାର। କୌଣସି ପରିସ୍ଥିତିରେ ଏଭଳି ସମ୍ପର୍କକୁ ଦୁଷ୍କର୍ମ ର ଶ୍ରେଣୀଭୁକ୍ତ କରା ଯାଇ ପାରିବ ନାହିଁ। କାହିଁକି ନା ଏହା ମହିଳାଙ୍କ ସହମତି ରେ ହୋଇଥାଏ ଏବଂ ଏପରି ସ୍ଥଳରେ ଏଭଳି ମାମଲା କୁ କୌଣସି ବି ପରିସ୍ଥିତି ରେ ଦୁଷ୍କର୍ମ ବୋଲି କୁହା ଯାଇ ପାରିବ ନାହିଁ।

ତେବେ ଆପଣଙ୍କୁ କହି ରଖୁଛୁ ଯେ ଦିଲ୍ଲୀ ହାଇକୋର୍ଟ ର ବିଚାରପତି ବିଭୁ ବାଖ୍ରୁ ଙ୍କ ନେତୃତ୍ଵ ରେ ଗଠିତ ଏକ ଖଣ୍ଡପୀଠ ରେ ଏଭଳି ଏକ ମାମଲାର ବିଚାର କରି କୋର୍ଟ ଏଭଳି ରାୟ ଦେଇଛନ୍ତି।

କୋର୍ଟ ପକ୍ଷରୁ ଏକଥା ସ୍ପଷ୍ଟ କରା ଯାଇଛି ଯେ ବିବାହ ଆଗରୁ ସହମତି ରେ ସ୍ଥାପନ ହେଉଥିବା ଶାରିରୀକ ସମ୍ପର୍କ କୁ ଆଉ ଅନୈତିକ କୁହାଯାଇ ପାରିବ ନାହିଁ। କାରଣ ଏହା ଉଭୟ ଯୁବକ ଏବଂ ଯୁବତୀଙ୍କ ସହମତି କ୍ରମେ ହୋଇଥାଏ। ଆଉ ଏହାପରେ ଶାରିରୀକ ସମ୍ପର୍କ ରଖି ଯଦି ଯୁବକ ଜଣଙ୍କ ଆଉ କାହାକୁ ବିବାହ କରିଗଲେ ତେବେ ସେ ଏବେ ଆଉ ଦଣ୍ଡ ପାଇବେ ନାହିଁ କିମ୍ବା ଦୋଷୀ ସାବସ୍ତ୍ୟ ହେବେ ନାହିଁ।

ତେବେ ଭାରତୀୟ ପିଙ୍ଗଳ କୋର୍ଟ ର ଧାରା ୩୭୫ ଅନୁସାରେ ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ଧରି ଶାରିରୀକ ସମ୍ପର୍କ ରଖିବା ରେ ଉଭୟ ମହିଳା ଏବଂ ପୁରୁଷଙ୍କ ସହମତି ରହିଥାଏ। ତେଣୁ ଏହାକୁ କୌଣସି ମତେ ବଳାତ୍କାର ବା ଦୁଷ୍କର୍ମ କୁହା ଯାଇ ପାରିବ ନାହିଁ।ତେବେ ସୂଚନା ମୁତାବକ ଜଣେ ମହିଳାଙ୍କ ଅଭିଯୋଗ ଅନୁସାରେ ୨୦୦୮ ରୁ ୨୦୧୫ ପର୍ଯ୍ୟନ୍ତ ଜଣେ ଯୁବକ ବିବାହ ର ପ୍ରତିଶୃତି ଦେଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ସେ ତାଙ୍କୁ ପରେ ବିବାହ ନକରି ଆଉ ଜଣଙ୍କୁ ବିବାହ କରିଥିଲେ।

ଫଳରେ ମହିଳା ଜଣଙ୍କ ସଂପୃକ୍ତ ପୁରୁଷଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ କରିଥିଲେ।ଏହାପରେ ଦିଲ୍ଲୀ ହାଇକୋର୍ଟ ଏଭଳି ରାୟ ଶୁଣାଇବା ସହ ଯୁବକଙ୍କୁ ଦୋଷମୁକ୍ତ କରିଛନ୍ତି। ତେବେ ଆମେ ଆପଣଙ୍କୁ କହି ରଖୁଛୁ କି ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ସ୍ଥାପନ ଯଦିଓ ଆମ ସମାଜରେ ଗ୍ରହଣୀୟ ନୁହେଁ କିନ୍ତୁ ଅଧିକାଂଶ ଯୁବକ ଯୁବତୀ ଏଭଳି ସମ୍ପର୍କ ରଖୁଛନ୍ତି।

ଅନ୍ୟ କ୍ଷେତ୍ରରେ ପ୍ରେମରେ ବିଫଳ କିମ୍ବା ପ୍ରତିଶୋଧ ପରାୟଣ ହୋଇ ଅନେକ କ୍ଷେତ୍ରରେ ଯୁବତୀ ମାନେ ଏହାର ଫାଇଦା ଉଠାଇ ପୁରୁଷ ମାନଙ୍କ ନାମରେ ମିଥ୍ୟା ଆରୋପ ଆଣିଥିବାରୁ ଏବେ ଆଉ ଏଥିପାଇଁ ଦଣ୍ଡ ବିଧାନ କରାଯାଇ ପାରିବ ନାହିଁ।ଏହି ନିଷ୍ପତ୍ତି କୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।