ବାପା ଜେଲରେ ଥିବା ବେଳେ ମା’ ଆରପାରିରେ : ଶୀତୁଆ ରାତିରେ ଦୋକାନ ବାହାରେ କୁକୁର ସହିତ ପ୍ରତିଦିନ ରାତି କାଟୁଛି ଏହି ବାଳକ ! ଏପିଲାଟି ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…

ମଣିଷର ବିପଦ କେତେବେଳେ, କେଉଁ ପରିସ୍ଥିତି ରେ ଆସିବ କେହି କହି ପାରିବେନି। ଏପରି ଏକ ଛୋଟ ଅସହାୟ ପିଲା ବିଷୟରେ ଆପଣ ମାନେ ଜାଣିବାକୁ ଯାଉଛନ୍ତି ଯାହା ଜାଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ। ଏ ସଂସାରରେ ଯାହାର କେହି ନାହିଁ ତାହାଙ୍କୁ ସ୍ୱୟଂ ଭଗବାନ ସାହା ହୁଅନ୍ତି । ସଂସାରରେ ଏମିତି କିଛି ଲୋକ ଥାଆନ୍ତି ଯେକି ଅନ୍ୟକୁ ସବୁବେଳେ ସାହାଯ୍ୟ କରିଥାନ୍ତି ଏବଂ ମାନବିକାର ପରିଚୟ ଦେଇଥାନ୍ତି।

ଜଣେ ବ୍ୟକ୍ତି ଏପରି କରି ଦେଖାଇଛନ୍ତି। ଉତ୍ତରପ୍ରଦେଶର ଜନପଦ ମୁଜାଫରନଗର ଜିଲ୍ଲାରେ ଗୋଟିଏ ବାଳକ କୁକୁରକୁ ଧରି ଶୋଇଥିବାର ଫୋଟୋ ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ଛାଡିଥିଲେ । ଏବେ ଫୋଟୋଟି ସୋସିଆଲ ମିଡ଼ିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି।

ଜିଲ୍ଲାର ଏସଏସପି ଅଭିଷେକ ଯାଦବ ଭାଇରାଲ ଫଟୋକୁ ଦେଖିବା ପରେ ଫୋଟୋରେ ଥିବା ବାଳକକୁ ଖୋଜିବା ପାଇଁ ସେ ପୋଲିସ ଟିମ ଗଠନ କରିଥିଲେ। ଉକ୍ତ ଟିମ ଗଠନ ହେବା ପରେ ବାଳକଟିକୁ ଖୋଜାଖୋଜି ଆରମ୍ଭ ହୋଇଥିଲା ପରେ ବାଳକଟିକୁ ଉଦ୍ଧାର କରିବାରେ ପୋଲିସ ସଫଳ ହେଇଥିଲେ।

ଉଦ୍ଧାର ବଳକଟିକୁ ଶିଶୁ ଓ ମହିଳା କଲ୍ୟାଣ ବିଭାଗକୁ ହସ୍ତାନ୍ତର କରିଥିଲେ। ବାଳକଟି କିପରି ଭଲ ପାଠ ପଢିବ ଏବଂ ଉପଯୁକ୍ତ ଯତ୍ନ ନିଆଯାଇ ପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଥିଲେ। ଜିଲ୍ଲା ପୋଲିସ ବରିଷ୍ଠ ଅଧିକାରୀଙ୍କ ନିର୍ଦେଶକ୍ରମେ ଅସହାୟ ବାଳକଟିକୁ ନିଜ ଆୟତ୍ତକୁ ନେଇଥିଲେ। ଏହି ବାଳକଙ୍କ ନାମ ଅଙ୍କିତ। ବାଳକଟିର ବୟସ ପ୍ରାୟ ୯ରୁ ୧୦ ହେବ ବୋଲି ଯାହା ଅନୁମାନ କରାଯାଉଛି।

ସ୍ଥାନୀୟଲୋକଙ୍କ ପ୍ରତିକ୍ରିୟା ଅନୁସାରେ ପିଲାଟିର ବାପା ଜେଲରେ ଥିବାବେଳେ ମାଆ ତାଙ୍କର ମୃତ୍ୟୁ ବରଣ କରିସାରିଛନ୍ତି। ବାଳକଟି ତାର ବାପା,ମାଆ ପରିବାର ବ୍ୟତୀତ ଅନ୍ୟ କୌଣସି ବନ୍ଧୁ ବାନ୍ଧବଙ୍କ ବିଷୟରେ ସଠିକ ବିଷୟରେ କହିପାରୁନାହିଁ। ଦୁଃଖର ବିଷୟ ,ବାଳକଟି ଏକ ଚାହା ଦୋକାନରେ କାମକରି ବହୁତ କଷ୍ଟରେ ପେଟ ପୋଷୁଥିଲା।

ବାଳକଟି ସହିତ ଏକ କୁକୁର ଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ଫୋଟୋରେ । ସେହି କୁକୁରରକୁ ସେ ଡାନି ନାମରେ ଡାକୁଥିଲା । ମୁଜାଫରନଗରରେ ଶିବ ଚକ ବଜାରରେ ଥିବା ଏକ ଦୋକାନ ଆଗରେ ରାତିର ଅସହ୍ୟ ଥଣ୍ଡାରେ ଅଙ୍କିତ ପ୍ରାୟତଃ ତାଙ୍କ କୁକୁର ଡାନି ସହ ଶୋଇଥାଆନ୍ତି। କଥାରେ ଅଛି ଯାହାର କେହି ନାହାନ୍ତି ତାହାକୁ ଭଗବାନ ସାହାଯ୍ୟ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।