ହେ ଭଗବାନ ! ଅଢେଇ ବର୍ଷର ବାଳକ ବଞ୍ଚେଇଲା ୭ ଜଣଙ୍କ ଜୀବନ । ଏହି ଛୋଟ ଛୁଆଟି ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ….

ଏବେ ସୋସିଆଲ ମିଡିଆରେ ଗୋଟିଏ କଥାକୁ ନେଇ ଚର୍ଚ୍ଚା। ଯିଏ ହେଉଛନ୍ତି ଅଢେଇ ବର୍ଷର ୟଶ୍ ଓଝା। କୁହା ଯାଉଛି ଆଜି ସେ ଦୁନିଆରେ ନଥିଲେ ବି ଅମର ହୋଇ ଯାଇଛନ୍ତି। ସାନ ସିନା ଦାନ ତା ମହାନ।ଏହି କଁଅଳ ବୟସରେ ତାର ଜୀବନ ଦ୍ଵୀପ ଲିଭି ଯାଇଛି ସିନା ହେଲେ ଯିବା ପୂର୍ବରୁ ସେ ୭ ଜଣଙ୍କ ଜୀବନକୁ ବଞ୍ଚାଇ ଦେଇ ଯାଇଛି।

ବାସ୍ତବରେ ତାଙ୍କର ଏହି ଦାନ କେବେବି ଆଉ ଫେରାଇ ହେବନି। କାରଣ ଏହି କୁନି ବାଳକ ଆଉ ଏ ଦୁନିଆରେ ନାହିଁ। ଯେଉଁଥି ପାଇଁ କେବଳ ଭାରତ ନୁହେଁ ବିଶ୍ଵର ବିଭିନ୍ନ ପ୍ରାନ୍ତରୁ ୟସ୍ ଙ୍କ ଆତ୍ମାର ସଦଗତି କାମନା କରୁଛନ୍ତି ଲୋକେ। ହେଲେ ସେ ଆଉ ଫେରି ଆସି ପାରିବେନି।

ଗୁଜରାଟ ର ସୁରଟ ସହରର ଏହି କୁନି ବାଳକ ୟଶ। ଖେଳୁଥିବା ବେଳେ ବାଲକୋନୀରୁ ପଡି ଯାଇ ତଳେ ପଡି ମୁଣ୍ଡ ମାଡ଼ ହୋଇଯିବା ପରେ ସେ ଅଚେତ୍ ହୋଇ ପଡ଼ିଥିଲା।ଏହାପରେ ତାକୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆ ଯାଇଥିଲା। କିନ୍ତୁ ଡିସେମ୍ବର ୧୪ ତାରିଖରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଥ କାରଣରୁ ମୃତ୍ୟୁ ହୋଇଛି ବୋଲି ଘୋଷଣା କରି ଦେଇଥିଲେ।ଏହାପରେ ବାପା ସଞ୍ଜୀବ ଓଝା ଓ ମାଆ ଅର୍ଚ୍ଚନା ୟଶ୍ ର ଅଙ୍ଗ ଦାନ କରିବା ପାଇଁ ଚାହିଁଥିଲେ। ୟଶ୍ ସର୍ବ କନିଷ୍ଠ ଶିଶୁ ଭାବେ ତାଙ୍କର ହାର୍ଟ, ଲିଭର୍, ଫୁସଫୁସ ଏବଂ ଆଖି ଦାନ କରିଛନ୍ତି।

ତାଙ୍କର ଅଙ୍ଗ ଦାନ ଆଜି ଅନେକଙ୍କ ଜୀବନରେ ଆଣି ଦେଇଛି ନୂତନ ଜୀବନର ସଂଚାର।ତେବେ ୟଶ ଙ୍କ ହୃତପିଣ୍ଡ ଋଷ ର ଜଣେ ୪ ବର୍ଷର ଶିଶୁ ଏବଂ ଫୁସଫୁସ ୟୁକ୍ରେନ୍ ର ଜଣେ ୪ ବର୍ଷର ଶିଶୁ ଶରୀରରେ ପ୍ରତିରୋପଣ କରା ଯାଇଛି।ସେହିପରି ୟଶ ର ଦୁଇଟି କିଡନୀ ଜଣେ ୧୩ ବର୍ଷର ଝିଅ ଏବଂ ଜଣେ ୧୭ ବର୍ଷର ଝିଅ ଶରୀରରେ ପ୍ରତିରୋପଣ କରା ଯାଇଛି।

ଏହାଛଡା ତାଙ୍କର ଲିଭର କୁ ମଧ୍ୟ ଜଣେ ୨ ବର୍ଷର ଝିଅକୁ ଦାନ କରା ଯାଇଛି।ତେବେ ଏହି କୁନି ବାଳକ ଏବେ ସିନା ଦୁନିଆରେ ନାହାନ୍ତି ହେଲେ ସେ ୭ ଜଣଙ୍କ ଜୀବନ ବଞ୍ଚାଇ ପାରିବାରେ ସଫଳ ହୋଇଛନ୍ତି। ସୁରଟ ର ଏହି କୁନି ବାଳକ ଧରା ପୃଷ୍ଠରୁ ବିଦାୟ ନେବା ସମୟରେ ସେ ଏମିତି କାମ କରି ଯାଇଛନ୍ତି ଯେଉଁ ପାଇଁ ସେ ସମସ୍ତଙ୍କ ହୃଦୟରେ ଏବେ ଜୀବିତ ହୋଇ ରହି ପାରିଛନ୍ତି।

ମରି ବି ଆଜି ସେ ଅମର ହୋଇ ଯାଇଛନ୍ତି। ସେଥିପାଇଁ ଆଜି ତାଙ୍କୁ ଏକ ସ୍ବତନ୍ତ୍ର ସ୍ଥାନ ଦେଇଛନ୍ତି ବିଶ୍ଵ ବାସୀ ତାଙ୍କ ହୃଦୟରେ। କାରଣ ବିଶ୍ଵର ବିଭିନ୍ନ ପ୍ରାନ୍ତରୁ ୟସ୍ ଙ୍କ ଆତ୍ମାର ସଦଗତି କାମନା କରୁଛନ୍ତି ବିଶ୍ୱବାସୀ। ଅଢେଇ ବର୍ଷର ବାଳକ ୭ ଜଣଙ୍କ ଜୀବନ ବଞ୍ଚାଇ ସେ ଆଜି ପାଲଟି ଯାଇଛନ୍ତି ମହାନ୍ ଆତ୍ମା। ଯିଏକି ଦୁନିଆରେ ନିଜେ ନଥାଇ ମଧ୍ୟ ଅନ୍ୟ ମାନଙ୍କୁ ବଞ୍ଚିବାର ସୁଯୋଗ ଦେଇ ଯାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।