Breking News – ଏବେ ଏବେ ଆସିଲା ବଡ ଦୁଖଦଃ ଖବର । ଆଜି ପୁଣି ବଲିଉଡ ର ପ୍ରସିଦ୍ଧ ଅଭିନେତା ଙ୍କର ହେଲା କରୋନା ରେ ମୃତ୍ୟୁ । ସାରା ଦେଶରେ ଖେଳିଗଲା ଶୋକର ଛାୟା….

ଅନେକ ବିଶିଷ୍ଟ ବ୍ୟକ୍ତିତ୍ଵ ଏବଂ ଦିବଙ୍ଗତ କଳାକାର ତଥା ବିଜ୍ଞ ରାଜନୀତିଜ୍ଞ ସହିତ ଲୋକପ୍ରିୟ କଣ୍ଠଶିଳ୍ପୀ ମାନଙ୍କୁ ଆମ ନିକଟରୁ ଛଡାଇ ନେଇଛି ଚଳିତ ବର୍ଷର ଅଶୁଭ ସମୟ। ସେହିପରି ଏବେ ଯାଉ ଯାଉ ପୁଣି ଏକ ବଡ଼ ଦୁଃଖ ଦେଇଗଲା ବର୍ଷ ୨୦୨୦।ଏହି ବର୍ଷ ୨୦୨୦ ରେ ଋଷି କପୁର, ଇରଫାନ ଖାନ୍‌, ଓ୍ଵାଜିଦ୍‌ ଖାନ୍‌,ସରୋଜ ଖାନ୍‌, ସୁଶାନ୍ତ ସିଂହ ରାଜପୁତଙ୍କ ସମେତ ଅନେକ ବଡ଼ ବଡ଼ କଳାକାରଙ୍କୁ ହରାଇଛି ବଲିଉଡ୍‌।

ଯେଉଁ କାରଣରୁ ହିନ୍ଦୀ ସିନେମା ଜଗତରେ ସୃଷ୍ଟି ହୋଇଚି ଏକ ଅଭାବନୀୟ ସ୍ଥିତି। ତେବେ ଆଉ ମାତ୍ର ଦିନ କେଇଟା ପରେ ବିଦାୟ ନେବ ଏହି ବର୍ଷ ୨୦୨୦, କିନ୍ତୁ ଅଶୁଭ ଖବରର ଧାରା ଏବେ ବି ଜାରି ରହିଛି।

ଏକ କାଳ ବର୍ଷ ଭାବରେ ଏହା ପରିଗଣିତ ହୋଇଛି।ତେବେ ବର୍ଷ ଶେଷରେ ଯାଉ ଯାଉ ବଲିଉଡ୍‌କୁ ପୁଣି ଏକ ବଡ଼ ଦୁଃଖ ଦେଇଛି ବର୍ଷ ୨୦୨୦। ନିକଟରେ ହିନ୍ଦୀ ସିନେମା ଜଗତର, ବଲିଉଡ୍‌ ର ଲୋକପ୍ରିୟ ଫିଲ୍ମ ପ୍ରଡ୍ୟୁସର ପରଭେଶ ସି ମେହେରାଙ୍କ ପରଲୋକ ଘଟିଛି। ସେ ଏବେ ଆଉ ଆମ ଗହଣରେ ନାହାନ୍ତି।

ତେବେ ସୂଚନା ଅନୁସାରେ, ଦୀର୍ଘ ଦିନ ଧରି ଅସୁସ୍ଥତା ଭିତରେ ଏବଂ କରୋନା ସହ ଲଢେଇ କରିବା ପରେ ଶୁକ୍ରବାର ଶେଷରେ ତାଙ୍କ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ପରଭେଶ ସି। ତେବେ ଯାହା ଜଣା ପଡିଛି ସେ ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ସମୟରେ ତାଙ୍କର ବିୟୋଗ ଘଟିଛି।

ତେବେ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୭୧ ବର୍ଷ ବୟସ ହୋଇଥିଲା। କରୋନା ସଂକ୍ରମିତ ହେବା ପରେ ପ୍ରାୟ ଏକ ମାସ ଧରି ସେ ଏହି ରୋଗ ସହ ଲଢ଼େଇ କରିଥିଲେ।ଆଉ ଏହାପରେ ତାଙ୍କର ଶେଷ ସମୟ ନିକଟତର ହୋଇଥିଲା।ସେ ଚିକିତ୍ସା ଧୀନ ଅବସ୍ଥାରେ ୧୮ ଡିସେମ୍ବର ସନ୍ଧ୍ୟା ୪ଟା ରେ ସେ ମୁମ୍ବାଇର ବ୍ରିଚ୍‌କ୍ୟାଣ୍ଡି ହସ୍ପିଟାଲ ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବୋଲି ସୂଚନା ରହିଚି। ତାଙ୍କର ପରିବାର ରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଏହା ବ୍ୟତୀତ ତାଙ୍କର ଜଣେ ବଡ଼ ଭଉଣୀ ଓ ତିନି ସାନ ଭାଇ ଉମେଶ, ରାଜେଶ ଓ ରାଜୀବ ଅଛନ୍ତି।

ତାଙ୍କର ଏଭଳି ବିୟୋଗ ସମସ୍ତଙ୍କୁ ଗଭୀର ଦୁଃଖ ଦେଇଛି ଏବଂ ସମସ୍ତ ପରିବାର ବର୍ଗ ଏଥିରେ ଭାଙ୍ଗି ପଡ଼ିଛନ୍ତି।ତେବେ ଆପଣଙ୍କୁ କହି ରଖୁଛୁ ଯେ ପ୍ରଦ୍ୟୁସର୍ ମେହେରା ବଲିଉଡ୍‌ରେ ଅନେକ ଫିଲ୍ମ ପ୍ରଡ୍ୟୁସ କରିଛନ୍ତି ଏବଂ ସଫଳତା ମଧ୍ୟ ପାଇଛନ୍ତି।ସେସବୁ ମଧ୍ୟରୁ ରାମ ଜାନେ, ଚମତ୍କାର, ପ୍ୟାର କେ ଦୋ ପଲ୍‌, ଅଶାନ୍ତି, ଶିକାର-ଦ ହଣ୍ଟର ଆଦି ଫିଲ୍ମରେ ପ୍ରଯୋଜନା କରିଛନ୍ତି ପରଭେଶ ସି।ତେବେ ମନୋରଞ୍ଜନ ଜଗତରୁ ଏଭଳି ଖବର ବାସ୍ତବରେ ସିନେପ୍ରେମୀ ମାନଙ୍କୁ ମଧ୍ୟ ମର୍ମାହତ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।