ଦେଖନ୍ତୁ ଭିଡ଼ିଓ । ନା ଗୁଗଲ୍ ପେ, ନା ଫୋନ ପେ, ସିଧା ପକେଟ୍ ପେ : ମହିଳା ଟ୍ରାଫିକ୍ ପୋଲିସ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ୍ ଛିଃ ଛିଃ..

ଲାଞ୍ଚ କାରବାର, ଦୁର୍ନୀତି ଭଳି ଶବ୍ଦ ସହିତ ଆପଣ ମାନେ ନିଶ୍ଚୟ ଅବଗତ ଥିବେ। କାରଣ ଆଜିର ଦୁନିଆରେ ଏହା ଏକ ସାଧାରଣ କଥା ହୋଇଗଲାଣି। କିଛି କାମ କୁ ସହଜରେ ହାସଲ କରିବାକୁ ହେଉ କିମ୍ବା ଭୁଲ୍ ରୁ ପାର ପାଇବା ପାଇଁ ହେଉ, ଲାଞ୍ଚ ନେବା ଆଉ ଦେବା ଅଧିକାଂଶ ଲୋକଙ୍କ ଅଭ୍ୟାସ ରେ ପରିଣତ ହୋଇ ଗଲାଣି। ଯେଉଁ କାରଣରୁ ଆମ ଦେଶରେ ଦୁର୍ନୀତି ର ମାତ୍ରା ବଢ଼ିବାରେ ଲାଗିଚି।

କୌଣସି ଜିନିଷରେ ସ୍ୱଚ୍ଛତା ଆସୁନାହିଁ। ଆଉ ଯାହାର ପରିଣାମ ଭୋଗୁଛନ୍ତି ଗରିବ ଜନ ସାଧାରଣ ମାନେ। ତେବେ ସେହିଭଳି ଏକ ଖବର ଏବେ ସୋସିଆଲ ମିଡିଆରେ ବହୁତ୍ ଚର୍ଚ୍ଚା ହେବାରେ ଲାଗିଛି।

ଯାହାକୁ ଦେଖିଲେ ଆପଣ ବି ସ୍ପଷ୍ଟ ହୋଇଯିବେ ଯେ ପ୍ରକୃତରେ ଲାଞ୍ଚ ନେବା ପାଇଁ କିପରି ଉପାୟ ଆପଣାଉ ଅଛନ୍ତି ଏହି ଟ୍ରାଫିକ ପୋଲିସ୍ କର୍ମଚାରୀ ଜଣଙ୍କ। ତେବେ ଭାଇରାଲ ହେଉଥିବା ଏହି ଭିଡିଓ ଟି ହେଉଛି ପିମ୍ପରି ଛିଞ୍ଚୱାଡ଼ର ର।ଇଣ୍ଟରନେଟରେ ଭାଇରାଲ୍ ହେଉଥିବା ଏହି ଭିଡିଓ ରେ ଦୁଇଜଣ ମହିଳା ଏକ ସ୍କୁଟିରେ ଯାଉଥିବା ବେଳେ ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇ ଅଛନ୍ତି।ତେବେ ଯାହା ଜଣା ପଡୁଛି ଏଠାରେ ଟ୍ରାଫିକ ପୋଲିସ ଜଣଙ୍କ ଦୁଇଜଣ ମହିଳାଙ୍କୁ ଅଟକାଇ ଡ୍ରାଇଭିଙ୍ଗ୍ ଲାଇସେନ୍ସ ଏବଂ ଦରକାରୀ କାଗଜପତ୍ର ଦେଖାଇବାକୁ କହୁଛନ୍ତି।

ଏହାପରେ ସେମାନେ ସେଠି ଛିଡ଼ା ହୋଇଛନ୍ତି।ଏହି ସମୟରେ ଦେଖା ଯାଉଛି ଯେ ସ୍କୁଟିରେ ଥିବା ଦୁଇଜଣ ମହିଳା ଙ୍କ ଭିତରୁ ଜଣେ ମହିଳା, ଟ୍ରାଫିକ୍ ପୋଲିସ ଆଡକୁ ଯାଇ ତାଙ୍କ ସହ କଥାବାର୍ତ୍ତା କରିଛନ୍ତି।ଏବଂ ଟ୍ରାଫିକ୍ ପୋଲିସ ଓ ମହିଳାଙ୍କ ମଧ୍ୟରେ କଣ କଥାବାର୍ତ୍ତା ହୋଇଥିଲା ତାହା ଯଦିଓ ସ୍ପଷ୍ଟ ହୋଇନି କିନ୍ତୁ ଟ୍ରାଫିକ୍ ପୋଲିସ ସହ କଥାବାର୍ତ୍ତା ହେବାପରେ ଉକ୍ତ ମହିଳା ଜଣଙ୍କ ଟ୍ରାଫିକ ପୋଲିସ ବିପରୀତ ଦିଗକୁ ମୁହଁ କରି ଛିଡ଼ା ହେବାପରେ ସେ ନିଜ ପକେଟରୁ ଟଙ୍କା କାଢି ଟ୍ରାଫିକ ପୋଲିସଙ୍କ ପକେଟରେ ପୁରେଇ ଦେଉଛନ୍ତି।

ଆଉ ଅନ୍ୟ ଜଣେ ମହିଳା ସେମିତି ସ୍କୁଟି ଉପରେ ବସିଛନ୍ତି।ଆଉ ଏହାପରେ ଟ୍ରାଫିକ ପୋଲିସ ଜଣଙ୍କ ସେମାନଙ୍କୁ ସେଠାରୁ ଯିବାକୁ ଦେଉଛନ୍ତି।ଆଉ ଏହିସବୁ ଘଟଣାର ଭିଡିଓ ରେକର୍ଡ ହୋଇଛି ସି ସି ଟିଭି କ୍ୟାମେରା ରେ।ଏହାପରେ ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହୋଇଛି। ପରେ ଭିଡିଓକୁ ଦେଖି ଲୋକେ ନାନା ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।

ଟ୍ରାଫିକ ଚେକିଂ କଡ଼ା କଡ଼ି ହେବା ପରେ ଲାଞ୍ଚ ନେଇ ଟ୍ରାଫିକ ପୋଲିସ ଲୋକଙ୍କୁ ଛାଡି ଦେଉଛନ୍ତି ବୋଲି ଲୋକେ କହିଛନ୍ତି।ତେବେ ଏହି ଭିଡିଓ ରେ ଧରା ପଡିଥିବା ମହିଳା ଜଣଙ୍କ ହେଲମେଟ ନ ପିନ୍ଧି ଗାଡ଼ି ଚଳାଉଥିବା ର ଦେଖିବାକୁ ମିଳୁଛି।ଏତେ ପରେ ବି ଲୋକେ ସଚେତନ ନହେବା ବିଡମ୍ବନା ର ବିଷୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।