ଖୁସି ଖବର – ଲାଡଲି ଯୋଜନା : ଝିଅ ଜନ୍ମ ହେବା ପରେ 36000 ଟଙ୍କା ଦେବେ ସରକାର ଜାଣନ୍ତୁ ଏହା କିପରି ପାଇବେ…ସେୟାର କରି ସମସ୍ତଙ୍କୁ ଜଣାନ୍ତୁ……

ବର୍ତ୍ତମାନ ଅନେକ କ୍ଷେତ୍ରରେ ଝିଅ ମାନଙ୍କୁ ଆଗ୍ରାଧିକାର ଦିଆ ଯାଉଛି।ଝିଅ ମାନଙ୍କ ବିକାଶ ସହିତ ସୁରକ୍ଷିତ ଭବିଷ୍ୟତ ଏବଂ ସେମାନଙ୍କ ଅଧିକାରର ରକ୍ଷା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସମୟରେ ଭିନ୍ନ ଭିନ୍ନ ଯୋଜନା ମାନ ଜାରି କରା ଯାଇଥାଏ।ତେବେ ଝିଅ ମାନଙ୍କୁ ଆଗ୍ରାଧିକାର ଦେବା ଭିତ୍ତିରେ ସରକାର ଅନେକ କ୍ଷେତ୍ରରେ ସେମାନଙ୍କ ପାଇଁ ବହୁତ ଯୋଜନା ଚାଲୁ ରଖିଛନ୍ତି ଏବଂ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି।

ସେହି କ୍ରମରେ ସେମାନଙ୍କ ଶିକ୍ଷାଠାରୁ ଆରମ୍ଭ କରି ଝିଅ ମାନଙ୍କ ଜୀବନ ଧାରଣ ରେ ଯେକୌଣସି ମୁହୂର୍ତ୍ତ ପର୍ଯ୍ୟନ୍ତ ସରକାରୀ ସ୍କିମର ଫାଇଦା ସେମାନଙ୍କୁ ମିଳିବାରେ ଲାଗିଛି।

ଝିଅର ଜନ୍ମ ପାଖରୁ ତାର ବିବାହ ଏବଂ ଭବିଷ୍ୟତ ଜୀବନରେ ମଧ୍ୟ ତାର କିପରି ଏକ ସୁରକ୍ଷିତ ଭବିଷ୍ୟତ ରହି ପାରିବ ସେଥିପ୍ରତି ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିଭଳି ଏବେ ସରକାର୍ ଏକ ନୂତନ ଯୋଜନା ରେ ଝିଅ ମାନଂକ ପାଇଁ ଆଣୁଛନ୍ତି ଆଉ ଏକ ଫାଇଦା।ଏହି ଯୋଜନା ରେ ଯେଉଁ ଘରେ ଝିଅ ଜନ୍ମ ହେବ,ସେହି ପିତା ମାତା ଙ୍କୁ ୩୬୦୦୦ ଟଙ୍କା ଆର୍ଥିକ ସହାୟତା ମିଳିବ।ତେବେ ଆସନ୍ତୁ ଜାଣିବା ଏହି ଯୋଜନା ସମ୍ବନ୍ଧୀୟ କିଛି ନିୟମ ଏବଂ ପ୍ରକ୍ରିୟା ବିଷୟରେ।

କଣ ଏହି ଯୋଜନା- ଝିଅ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ପାଇଁ ପ୍ରୋତ୍ସାହନ ଦେବା ସହିତ ସେମାନଙ୍କୁ ଆଗକୁ ବଢ଼ାଇବା ପାଇଁ ସରକାରଙ୍କ ଏହି ଯୋଜନା।ଏହି ଯୋଜନାରେ ଆପଣ ଙ୍କୁ ଏକାଥରେ ସବୁ ଟଙ୍କା ଦିଆଯିବ ନାହିଁ। ଅଲଗା ଅଲଗା ଉପାୟ ରେ ଆପଣ ଏହାକୁ ପାଇବେ।

ବୟସ ସୀମା- ଏଥିପାଇଁ ଆପଣଙ୍କ ଝିଅର ବୟସ ୧୮ ବର୍ଷ ହେବା ପରେ ଯାଇ ଆପଣ ଏହି ଟଙ୍କାକୁ ଉଠାଇ ପାରିବେ।ପ୍ରଥମ ଶ୍ରେଣୀ ପଢିବା ପାଖରୁ ସରକାର ଏଥିପାଇଁ ସହାୟତା କରିବେ।ଏବଂ ଯଦି ଝିଅ ନବମ ,ଦଶମ,ଏକାଦଶ ଓ ଦ୍ଵାଦଶ ଯାଏ ପଢେ, ତାହାଲେ ସରକାର ପ୍ରତି ଶ୍ରେଣୀ ପାଇଁ ୫ ହଜାର ଲେଖାଏଁ ଟଙ୍କା ଯୋଗାଇ ଦେବେ।

କାହାକୁ ମିଳିବ- ତେବେ ଏହି ଯୋଜନାର ଲାଭ ପାଇବାକୁ ହେଲେ ଅର୍ଥାତ୍ ୩୬୦୦୦ ଟଙ୍କା କୁ ପାଇବାକୁ ହେଲେ ଆପଣଙ୍କ ଝିଅ ଦିଲ୍ଲୀ ସରକାର ଙ୍କ ସ୍ୱୀକୃତି ପ୍ରାପ୍ତ୍ ସ୍କୁଲ ରେ ପଢୁଥିବା ଦରକାର୍।ଏହା ସହିତ ଆବେଦନ କାରୀ ଜଣଙ୍କ ଦିଲ୍ଲୀ ର ନିବାସୀ ହୋଇ ଥିବା ଆବଶ୍ୟକ ଅଟେ।ଆଉ ତାଛଡା ଘରର ବାର୍ଷିକ ଆୟ ଏକ ଲକ୍ଷ ଟଙ୍କାରୁ କମ ହୋଇ ଥିବା ଦରକାର।ତେବେ ଯାଇ ଏହି ସହାୟତ ମିଳିବ। ତେବେ ଆପଣ ଏହି ଆବେଦନ ପାଇଁ ଏସବିଆଇ ରେ ଆପଣଙ୍କୁ ଯୋଗାଯୋଗ ସହ ଦେଖା କରିବାକୁ ପଡ଼ିବ।

ଏହା ସହ କଲ୍ୟାଣ ଯୋଜନା ଅଧିକାରୀ ଙ୍କ ପାଖରୁ ଏ ସମ୍ବନ୍ଧିତ ସବୁ ତଥ୍ୟ ଆପଣ ଜାଣି ପାରିବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।