ଓଡିଶା ସରକାର ଙ୍କ ନୂଆ ନିୟମ । ଲିଫ୍ଟ ଦେଉଥିଲେ ହୋଇଯାଆନ୍ତୁ ସାବଧାନ । ନଚେତ ହୋଇପାରେ ଜେଲ…..

ଗାଡ଼ି ଚାଳକ ହୁଅନ୍ତୁ ସାବଧାନ। ଯଦି ଆପଣ ଦୁଇ ଚକିଆ ଯାନ ଚଳାଉଛନ୍ତି ତେବେ ଏତିପ୍ରତି ହୁଅନ୍ତୁ ସଚେତନ। କାରଣ ଆଗକୁ ଆହୁରି କଡ଼ାକଡ଼ି ହେବାକୁ ଯାଉଛି ଗାଡ଼ି ଚଳାଚଳ।ତେବେ ଏବେର ନିୟମ ଅନୁସାରେ ଏଣିକି ଗାଡ଼ିରେ ଦୁଇଜଣ ଯାଉଥିଲେ ଡବଲ୍ ହେଲମେଟ୍ ବାଧ୍ୟତାମୂଳକ କରିଛନ୍ତି ସରକାର୍। ଯଦି ଆପଣଙ୍କ ପାଖରେ ଡବଲ୍ ହେଲମେଟ୍ ନଥିବ, ଅର୍ଥାତ୍ ଗାଡ଼ି ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧି ନଥିବେ ତାହେଲେ ଆପଣ ଧରାପଡ଼ିଲେ ଆପଣଙ୍କ ଡିଏଲ୍ ବାତିଲ୍ ହେବ।

ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ସଚେତନ ପାଇଁ ସ୍ପଷ୍ଟ କରା ଯାଇଛି। ତେଣୁ ଏବେ ହେଲମେଟ ନ ଘରୁ ବାହାରନ୍ତୁ ନାହିଁ। ତେଣୁ ଏଥିପ୍ରତି ଆପଣ ସାବଧାନ ରୁହନ୍ତୁ।

କାରଣ ଏବେ ଡବଲ୍ ହେଲମେଟ୍ ଚେକିଂ ଆରମ୍ଭ ହୋଇ ଥିବାରୁ ଏମିତି ଚେତାବନୀ ଦେଇଛନ୍ତି ଓଡ଼ିଶାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।ସେ ଆହୁରି କହିଛନ୍ତି ଯେ ଯଦି ଆପଣଙ୍କ ପାଖରେ ଅଧିକ ଏକ ଏକ୍ସଟ୍ରା ହେଲମେଟ୍ ନାହିଁ ତେବେ ଆପଣ କାହାକୁ ଲିଫ୍ଟ ଦିଅନ୍ତୁ ନାହିଁ। କାରଣ ଯଦି ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ନ ପିନ୍ଧିଥିବେ, ତାହେଲେ ଚାଳକଙ୍କ ଡିଏଲ୍ ବାତିଲ୍ ହେବ।

ତେଣୁ ଏଥିପ୍ରତି ଚାଳକ ସଚେତନ ହେବା ଆବଶ୍ୟକ। ଏହାଛଡା ଆସନ୍ତା ୩ ମାସ ଭିତରେ ଓଡ଼ିଶା କୁ ଆସିବେ ସୁପ୍ରିମକୋର୍ଟ ଙ୍କ ସଡ଼କ ସୁରକ୍ଷା କମିଟି। ଏଥିପାଇଁ ଚାଲିଛି ପ୍ରସ୍ତୁତି।ତେଣୁ ଏଥିପାଇଁ ତା ପୂର୍ବରୁ ଏହି କମିଟି ପକ୍ଷରୁ ସଡ଼କ ସୁରକ୍ଷା ନେଇ ଯେଉଁ ସବୁ ନିର୍ଦ୍ଦେଶ ଦିଆ ଯାଇଥିଲା, ତାକୁ ନେଇ ରାଜ୍ୟ ପରିବହନ ଓ ପୁଲିସ ବିଭାଗ ମିଳିତ ଭାବେ ପ୍ରସ୍ତୁତି କରୁଛନ୍ତି।

ଏହାଛଡା ଗତ ବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ସଡ଼କ ସୁରକ୍ଷା ନେଇ ଯେଉଁ ସବୁ ନିୟମ କରିଥିଲେ, ତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଦୁର୍ଘଟଣା ପ୍ରବଣ ରାଜ୍ୟ ଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଏହାକୁ ଭଲ ଭାବରେ ଚିହ୍ନଟ କରି ସେହି ସବୁ ରାଜ୍ୟରେ ନିୟମ କୁ କଡ଼ାକଡ଼ି କରିବାକୁ ନିର୍ଦେଶ ମଧ୍ୟ ଦିଆ ଯାଇଛି।ସେହି କ୍ରମରେ ଅଧିକ ଦୁର୍ଘଟଣା ଘଟୁଥିବା ସ୍ଥାନକୁ ସୁପ୍ରିମକୋର୍ଟଙ୍କ କମିଟି ନିଜେ ଗସ୍ତ କରିବେ ବୋଲି ଜଣା ପଡିଛି।

ଆଉ ଏହି ଗସ୍ତ ସମୟରେ କମିଟି ସେଠାରେ ନୂଆ ବ୍ଲାକ୍ ସ୍ପଟ୍ ଚିହ୍ନଟ କରିବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ତେଣୁ ଆପଣ ସରକାରଙ୍କ ଏହି ନିୟମ କୁ ପାଳନ କରି ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟକୁ ମଧ୍ୟ ସୁରକ୍ଷା ଦେଇ ପାରିବେ। ସର୍ବୋପରି କହିବାକୁ ଗଲେ ଆପଣ ଏହା ଦ୍ବାରା ଏକ ସଚେତନତା ବାର୍ତ୍ତା ପ୍ରଦାନ କରି ପାରିବେ ଏବଂ ନିଜେ ସୁରକ୍ଷିତ ବାତାବରଣ ମଧ୍ୟ ସୃଷ୍ଟି କରି ପାରିବେ। ତେଣୁ ହେଲମେଟ କୁ ସାଙ୍ଗରେ ନେଇ ଘରୁ ବାହାରିବାକୁ ଭୁଲନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।