ହେ ପ୍ରଭୁ ! ଗାଁ ଶ୍ମଶାନ ରେ ଏକା ସହ ଦୁଇ ପୁଅ ଙ୍କର ଜଳିଲା ଜୁଈ, ଦୟାକରି ଏହି ପିଲା ଦୁଇ ଜଣଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…..

କୁହାଯାଏ ମୃତ୍ୟୁ ଯେତେବେଳେ ଆସେ ଧୀରେ ଧୀରେ ଆସେ କାହାକୁ ଜଣାଇ ଆସେ ନାହିଁ । କେତେବେଳେ କାହାର ଜୀବନ ଚାଲିଯିବ ଏହା କାହାକୁ ମଧ୍ୟ ଜଣା ନଥାଏ। ତେବେ ଆପଣ ମାନେ ଦେଖି ଥିବେ କି ଅନେକ ଲୋକ ମାନଙ୍କ ର ଆକସ୍ମିକ ଦୁର୍ଘଟଣା ହୋଇ ଯାଏ। ଆଉ ସେଥିରେ ତାଙ୍କର ମୁର୍ତ୍ୟୁ ହୋଇ ଯାଏ।

ତେବେ ଏମିତି ଘଟିବ ବୋଲି ନା ସେ ଜାଣି ଥିଲେ ନା ଆଉ କୌଣସି ଲୋକ କୁ ଏହାର ପୂର୍ବ ସୂଚନା ଥିଲା। କୁହା ଯାଏ ମୃତ୍ୟୁ କେବେ ବୟସ ଦେଖେନି ସମ୍ପର୍କ ଦେଖେନି।ବେଳେ ବେଳେ ଆମେ ସତର୍କ ରହି ମଧ୍ୟ କିଛି କରି ପାରୁ ନାହିଁ । ତେବେ ଏମିତି କିଛି ଘଟଣା ବିଷୟ ରେ ଆମେ ପ୍ରତିଦିନ ସୋସିଆଲ ମିଡ଼ିଆ ଜରିଆ ରେ ଜାଣିବାକୁ ପାଇ ଥାଉ।ତେବେ ଏମିତି ଏକ ଘଟଣା ଆଜି ଆମ ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ ଆଉ ନିଜ କୁହା କୁ ଅଟକାଇ ପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା ;

ଘଟଣା ଟି ଆସିଛି ବାଲେଶ୍ଵର ଜିଲ୍ଲା ରୁ । ବାଲେଶ୍ୱର ଜିଲ୍ଲା ର ଜଳେଶ୍ଵର ର ବାଣିଦା ଗ୍ରାମ ରେ ଘଟି ଯାଇଛି ଏଭଳି ଏକ ହୃଦୟ ବିଦାରକ ଘଟଣା । ଯାହା କୁ ନେଇ ସାରା ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି । ବାଣିଦା ଗ୍ରାମ ର ବାସିନ୍ଦା ରନ୍ଜିତ ଦାସ ଙ୍କ ର ଦୁଇ ଜଣ ପୁଅ ଈଶ୍ବର ଏବଂ ସ୍ବାଧୀନ ଏକା ସହିତ ସଡକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଛନ୍ତି ।ବାଣିଦା ଗ୍ରାମର ଗାଁ ମୁଣ୍ଡ ମଶାଣୀ ରେ ଏକା ସହିତ ଜଳୁଛି ଦୁଇ ଭାଇ ଙ୍କ ଚିତା ।

ଯାହାକୁ ଦେଖି ପରିବାରରେ ଶୋକ ର ଛାୟା ଖେଳି ଯାଇଛି । ପ୍ରଥା ଅନୁସାରେ ବାପା ମୁଁହ ରେ ପୁଅ ନିଆଁ ଦେବା କଥା କିନ୍ତୁ ବିଧିର ବିଧାନ ଏମିତି ଯୋଉଠି ଦୁଇ ପୁଅ ଙ୍କ ମୁଁହ ରେ ନିଆଁ ଦେଲା ବାପା।ତେବେ ସୂଚନା ଅନୁସାରେ ଆଜି ସକାଳେ କମର୍ଦା କୋଚିଙ୍ଗ ସେଣ୍ଟର ଟ୍ୟୁସନ ପାଇଁ ଦୁଇ ଭାଇ ଯାଇଥିଲେ। ଟିୟୁଷନ ରୁ ଫେରିବା ବେଳେ ସାତସୁଳିଆ ଠାରେ ଏକ ଡମ୍ଫର ନିଜର ଭାର ସାମ୍ୟ ହରାଇ ସାମ୍ନା ପଟରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବଡବାପା ଅଳ୍ପକେ ବର୍ତି ଯାଇଥିଲେ।

ଏହା ପରେ ୧୦୮ ଯୋଗେ ସେମାନଙ୍କୁ ଜଳେଶ୍ଵର ହସ୍ପିଟାଲ୍ ନିଆ ଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ତେବେ ବଡ଼ ବାପା ଙ୍କ କହିବା ଅନୁସାରେ ଡମ୍ପର ଡ୍ରାଇଭର ନିଶାସକ୍ତ ହୋଇ ଗାଡି ଚଳାଉ ଥିଲେ ଯାହା ଫଳରେ ଏମିତି ଏକ ଦୁର୍ଘଟଣା ଘଟି ଯାଇଛି । ତେବେ ଏହି ଘଟଣା କୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ଆକ୍ସିଡେଣ୍ଟ ଘଟିଥିବା ସ୍ଥାନ ରେ ଗାଁ ରାସ୍ତା ଅଟକ କରି ଥିଲେ।ଏହା ସହିତ ରାସ୍ତା ରେ ରେ ଟାୟାର ଜାଳି ପରିବାର ଲୋକ ଙ୍କୁ ସରକାରୀ ସହାୟତା ଦେବାପାଇଁ ଦାବୀ କରିଥିଲେ।

ଘଟଣା ସ୍ଥଳରେ ତହସିଲଦାର ପହଞ୍ଚି ଲୋକ ମାନଙ୍କୁ ଆଶ୍ୱାସନା ଦେଇଥିଲେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।