ଦିନ ରେ ଦୁଇ ଥର ଏହାକୁ କର ଯାହା ଚାହିଁବ ତାହା ନିଶ୍ଚୟ ହେବ ୧୦୦% ଗ୍ୟାରେଣ୍ଟି

ମଣିଷକୁ ଭଗବାନ ଏ ପୃଥିବୀ ପୃଷ୍ଠକୁ ପଠାଇଛନ୍ତି, ତାଙ୍କର ଏକ ଅଂଶ ବିଶେଷ କରି। ପ୍ରତ୍ୟେକ ମଣିଷ ଭିତରେ ଏକ ଅନ୍ତର୍ନିହିତ ଶକ୍ତି ଲୁଚି ରହିଛି। ଶହ ଶହ ଶକ୍ତିର ଭଣ୍ଡାର ହେଉଛି ମଣିଷ।ସେ ସବୁ ଜିନିଷକୁ ବୁଝି ପାରିବ, ତାର କାମରେ ଲଗାଇ ପାରିବ,ସେ ଯାହା ଚାହିଁବ ତାହା କରି ପାରିବ ମଧ୍ୟ। ମଣିଷ ତା ଜୀବନରେ ଯାହା ଚାହିଁବ ତାହା ସୃଷ୍ଟି କରି ପାରିବ। ଏଥିପାଇଁ ଆପଣଙ୍କୁ ନିଜର ଆତ୍ମବିଶ୍ବାସ ଏବଂ ଦୃଢ଼ତା କୁ ବଢ଼ାଇବାକୁ ପଡ଼ିବ।

ସବୁବେଳେ ଗୋଟେ କଥା ମନେ ରଖିବେ ଆପଣ ମାନେ ଯାହା ବିଚାର କରୁଛନ୍ତି ଯାହା ଭାବୁଛନ୍ତି ତାହା ଦିନେ ନା ଦିନେ ଆପଣଙ୍କ ଜୀବନରେ ପ୍ରତିଫଳିତ ହୋଇଥାଏ।

ସେଥିପାଇଁ ଏକ ସୁନ୍ଦର୍ କଥାଟିଏ ରହିଛି। ଯଦି ଆପଣ ଆପଣଙ୍କ ମସ୍ତିଷ୍କ ଭିତରେ ଅଳିଆ ପୁରାଇବେ ତେବେ ଦିନେ ନା ଦିନେ ସେହି ଅଳିଆ ହିଁ ବାହାରିବ। ସେହିପରି ଭଲ କଥା ସକାରାତ୍ମକ ଚିନ୍ତାଧାରା କୁ ପୁରାଇବା ଦ୍ବାରା ଏହା ଭଲ ଭାବନାରେ ପ୍ରତିଫଳିତ ହୋଇଥାଏ। ସୁନ୍ଦର୍ ବିଚାର ଉନ୍ନତ ଧରଣର ଭାବନା ମନ ମସ୍ତିଷ୍କରେ ସୃଷ୍ଟି କରିବେ ତାହା ମଧ୍ୟ ଅନୁରୂପ ରୂପ ଧାରଣ କରିବ। ସେଥିପାଇଁ କୁହାଯାଏ ଆପଣଙ୍କ ବିଚାର ଦିନେ ନା ଦିନେ ପଦାର୍ଥ ର ରୂପ ନିଏ।

ତେଣୁ ଆପଣ ଯେମିତି ନିଜକୁ ପ୍ରସ୍ତୁତ କରିବେ ପ୍ରଥମରୁ, ଆପଣ ସେହିପରି ହିଁ ହୋଇଯିବେ। କାରଣ ଆପଣଙ୍କ ଚିନ୍ତାଧାରା ଏବଂ ଆପଣଙ୍କ ଭାବନା ହିଁ ଆପଣଙ୍କୁ ଆଗକୁ ନେଇଥାଏ। ଯେମିତି ମନ ହେବ ସେମିତି କର୍ମରେ ମଧ୍ୟ ଏହା ପ୍ରତିଫଳିତ ହେବ। ଏଥିରେ କୌଣସି ସନ୍ଦେହ ନାହିଁ। ଆଜି ଆପଣ ଦୁନିଆରେ ଯେତେ ବି ଆଶ୍ଚର୍ଯ୍ୟ ଜନକ ସୃଷ୍ଟି ଦେଖୁଛନ୍ତି ସେସବୁ ସବୁ ମଣିଷର ର ବିଚାର ଶକ୍ତି ଯୋଗୁଁ ସମ୍ଭବ ହୋଇଛି।ଆଉ ସେହି ବିଚାର ଜୀବନରେ ସଫଳତା ଆଣି ଦେଇଥାଏ।

ତେଣୁ ସବୁବେଳେ ଭଲ ବିଚାର ଏବଂ ସକାରାତ୍ମକ କଥା କୁ ମନ ଭିତରେ ଆଣିବା ଉଚିତ୍। ଆମର ସାଧାରଣତଃ ଦୁଇଟି ମନ ରହିଥାଏ। ଗୋଟିଏ ହେଉଛି ଚେତନ ଏବଂ ଅନ୍ୟଟି ହେଉଛି ଅବଚେତନ ମନ। ଏହି ଚେତନ ମନ ଯାହା ଆମେ ଦୈନନ୍ଦିନ ଜୀବନରେ ଗୋଟିଏ ଜିନିଷକୁ ଜାଣିବା ପରେ ତାହାକୁ ଭାବୁଛୁ ଏବଂ ସେ ପାଇଁ ଚିନ୍ତା କରୁଛୁ।

କିନ୍ତୁ କିଛି ସମୟ ପରେ ବା କିଛିଦିନ ପରେ ଆମେ ପୁଣି ପୂର୍ବବସ୍ଥା କୁ ଫେର ଯାଉଛୁ। କିନ୍ତୁ ଅବଚେତନ ମନ ଯେଉଁ କଥାକୁ ଥରେ ଶୁଣି ଥାଏ ଏବଂ ଏହାକୁ ଗଭୀର ଚେତନା ଭିତରକୁ ନେଇଥାଏ ତାହା ହାସଲ ନହେବା ପର୍ଯ୍ୟନ୍ତ ସେ ସେଥିରେ ଲାଗି ପଡ଼ିଥାଏ। ତାକୁ କୌଣସି ମତେ ପାଇବାକୁ ଚେଷ୍ଟା କରିଥାଏ। ମନ ଭିତରେ ସେହି କଥା ଆପଣଙ୍କୁ ବାରମ୍ବାର ଉକ୍ତ କାର୍ଯ୍ୟକୁ କରିବା ପାଇଁ ପ୍ରେରଣା ଯୋଗାଇ ଥାଏ।ଆଉ ମଣିଷ ସେଥିପାଇଁ ତାର ଚେତନାର ଉଚ୍ଚ ସ୍ତରକୁ ଯାଇ ସବୁ ଜିନିଷକୁ ଚିନ୍ତନ କରିଥାଏ ଓ ନିଜକୁ ପରିମାର୍ଜିତ କରି ସଫଳତା ପାଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।