ଦେଖନ୍ତୁ ଭିଡ଼ିଓ ! ବଡ ଖୁଲାସା । ପରୀ ହତ୍ୟାର ଦୋଷ ନେବା ଲାଗି ୫ ଲକ୍ଷ ଯାଚିଥିଲେ ଅରୁଣ ବୋଥ୍ରା…ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ…

ଦିନକୁ ଦିନ ନୟାଗଡ଼ ଜିଲ୍ଲାର ପରି ମୃତ୍ୟୁ ମାମଲା ନୂଆ ମୋଡ଼ ନେବାରେ ଲାଗିଛି।ଏବେ ଏହା ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆପଣ ଜାଣିଛନ୍ତି ପରି ମୃତ୍ୟୁ ମାମଲା ର ତଦନ୍ତ ଭାର ରାଜ୍ୟ ସରକାର ଏସ ଆଇ ଟି ଟିମ୍ ଉପରେ ନ୍ୟସ୍ତ କରିଛନ୍ତି। ଏହାର ତଦନ୍ତ ପ୍ରକ୍ରିୟା ମଧ୍ୟ ଚାଲିଛି। ତେବେ ସୂଚନା ଅନୁସାରେ, ନୟାଗଡ଼ ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ତଦନ୍ତ ଚାଲିଥିବା ବେଳେ ଏହାର ପ୍ରାଥମିକ ରିପୋର୍ଟ ଗତକାଲି ଓଡ଼ିଶା ହାଇକୋର୍ଟ ରେ ଦାଖଲ ହୋଇଛି।

ଏହାପରେ ଏହାକୁ ନେଇ ନିକଟରେ ଏକ ରିପୋର୍ଟ୍ ସାମ୍ନାକୁ ଆସିଥିଲା ଯେ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରା ଯାଇଛି।ତେବେ ଏହାକୁ ନେଇ ସ୍ବତନ୍ତ୍ର ତଦନ୍ତ କାରୀ ଦଳର ତତ୍ପରତା ମଧ୍ୟ ବୃଦ୍ଧି ପାଇଛି।

ପରୀ ସହ ଦୁଷ୍କର୍ମ ଘଟଣା ଉଲ୍ଲେଖ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିବା ପରେ ଏହି ଘଟଣା ଏକ ଭିନ୍ନ ମୋଡ ନେଇଥିଲା।ପରେ ପୁଣି ଏବେ ଅରୁଣ ବୋଥ୍ରାଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। ଯିଏକି ପରି ମୃତ୍ୟୁ ମାମଲା ର ତଦନ୍ତ ପାଇଁ ଗଠନ ହୋଇଥିବା ଦଳର ମୁଖ୍ୟ ଅଟନ୍ତି।ତେବେ ଅରୁଣ ପରୀ ହତ୍ୟା ଘଟଣାର ଦୋଷ ମୁଣ୍ଡାଇବାକୁ ଜଣେ ଯୁବକଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିବା ପରି ସଙ୍ଗୀନ ଅଭିଯୋଗ ହୋଇଛି ଅରୁଣ ଙ୍କ ନାମରେ।ଅରୁଣଙ୍କ ନାଁରେ ଆସିଛି ଏହିଭଳି ଏକ ଅଭିଯୋଗ ଯାହା ସମସ୍ତଙ୍କୁ ଭୟଭୀତ କରିବା ସହିତ ସମସ୍ତଙ୍କ ଚିନ୍ତା ବଢ଼ାଇଛି।

ତେବେ ଯାହା ସୂଚନା ରହିଛି ସେହି ଅନୁସାରେ, ପରୀ ହତ୍ୟା ଘଟଣାର ଦୋଷ ମୁଣ୍ଡାଇବାକୁ ଜଣେ ଯୁବକଙ୍କୁ ୫ ଲକ୍ଷ ଟଙ୍କା ଯାଚି ଛନ୍ତି ଅରୁଣ ବୋଥ୍ରା।ଆଉ ଟଙ୍କା ନେଇ ତାଙ୍କୁ ଦୋଷୀ ସଯାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ରେ କୁହା ଯାଇଛି। ଏହାଛଡା ସେଥିପାଇଁ ଉକ୍ତ ଯୁବକଙ୍କ ରକ୍ତ, ଲାଳ ଓ ପ୍ୟାଣ୍ଟସାର୍ଟ ନମୁନା ନେଇଛନ୍ତି ଏସ ଆଇ ଟି ଟିମ୍।

ଦୋଷ ମାନି ନେବାକୁ ଅରୁଣ ବୋଥ୍ରା ସାର୍‌ ମୋତେ ୫ ଲକ୍ଷ ଯାଚିଥିଲେ। ତେବେ ସବୁଠାରୁ ବଡ କଥା ହେଉଛି ଯେଉଁ ଯୁବକ ଙ୍କୁ ମିଛରେ ଦୋଷ ମାନିବାକୁ କୁହା ଯାଉଛି ତାର ବୟସ ୧୮ ବର୍ଷ।ଆଉ ଏହାରି ଭିତରେ ଅରୁଣ କହିଛନ୍ତି ମୁଁ ଠିକ୍ କରିଦେବି ଏବଂ ଆମେ ତୋର ବୟସ ୧୭ ବର୍ଷ କରି ଦେଖାଇ ଦେବୁ।

ବୟସ ପାଇଁ କୌଣସି ଚିନ୍ତା କରିବାକୁ ପଡ଼ିବ ନାହିଁ ବୋଲି ଅରୁଣ କହିଥିଲେ।ତୁ କେବଳ ରାଜି ହେଇଯା ଆଉ ସବୁ କଥା ତୋର ବୁଝାଯିବ ଏବଂ ସବୁ ଠିକ୍ ହୋଇଯିବ ବୋଲି ବୋଥ୍ରା କହିଥିବା ନେଇ ଉକ୍ତ ଯୁବକ ଗଣମାଧ୍ୟମକୁ କହିଛନ୍ତି।ତେବେ ଆପଣଙ୍କୁ ଜଣାଇ ଦେଉଛୁ କି ଏହି ଯୁବକ ଜଣଙ୍କ ହେଉଛନ୍ତି ଯଦୁପୁର ଗାଁର ସରୋଜ ସେଠୀ ନାମକ ବ୍ୟକ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।