ଦେଖନ୍ତୁ ଭିଡ଼ିଓ । ପୁଣି ସାମ୍ନାକୁ ଆସିଲା ବର୍ଷା ଏବଂ ଅନୁଭବଙ୍କ ଝଗଡା ହେଉଥିବାର ନୂଆ ଭାଇରାଲ ଭିଡିଓ…ଛିଃ ଛିଃ ଶେଷରେ ଅନୁଭବ…..

କିଛି ଦିନ ହେଲା ସାଂସଦ ଅନୁଭବ ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟରେ ପରୋକ୍ଷରେ ସୋସିଆଲ ମିଡିଆରେ ୱାର ଦେଖିବାକୁ ମିଳୁଛି। ଏହାରି ଭିତରେ ନିକଟରେ ସାମ୍ବାଦିକା ଜାଗୃତି ଶୁକ୍ଳା ଙ୍କ ଟୁଇଟ ପରେ ସୋସିଆଲ ମିଡିଆରେ ଏହା ଏକ ବଡ଼ ରୂପ ନେଇଥିଲା।ସେ ବର୍ଷା ଙ୍କୁ ଖୋଲାଖୋଲି ଭାବରେ ଏସବୁ ନକରିବା ପାଇଁ କହିଥିଲେ। ତାଙ୍କ ପ୍ରଶଂସକ ମାନେ ତାଙ୍କ ନାମରେ ଅଶ୍ଳୀଳ କଥା କହୁଥିବା ର ସେ ଉଲ୍ଲେଖ କରିଥିଲେ।

ଆଉ ଯେଉଁଥି କାରଣରୁ ସେ ଏବଂ ତାଙ୍କ ପରିବାର ବିଚଳିତ ବୋଲି ସେ କହିଥିଲେ।ତେବେ ପୁଣି ଏହାପରେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଅନୁଭବ ଏବଂ ବର୍ଷାଙ୍କ ଭିତରେ କଥାବାର୍ତ୍ତା ହେଉଥିବାର ଦେଖା ଯାଉଛି।

ତେବେ ଏହି ଭିଡିଓ ଟି ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଏଥିରେ ବର୍ଷା ଭିତରେ ଥାଇ କିଛି କହୁଥିବା ବେଳେ କିନ୍ତୁ ଅନୁଭବ ମହାନ୍ତି ଭିଡିଓ ରେ ଦେଖା ଯାଉଛନ୍ତି। ଅନୁଭବ ବର୍ଷା ଙ୍କୁ କହୁଛନ୍ତି ଏହିଭଳି ଭାଇଓଲେନ୍ସ ନକରିବା ପାଇଁ।ସେ ଆଉ କାହା ସହ କଥା ହେଉ ଥିବାର ଜଣା ପଡୁଛି।

ଭିତରେ କେହି ଜଣେ ବସିଛନ୍ତି ଯାହାଙ୍କୁ ସେ ମାଡାମ୍ ବୋଲି ସମ୍ବୋଧନ କରୁଛନ୍ତି।ଆଉ ଏହି ସମୟରେ ବର୍ଷା ଅନୁଭବଙ୍କୁ କହିବା ପାଇଁ ଦେଉ ନଥିବାରୁ ସେ ତାଙ୍କୁ ଦୟାକରି ଚୁପ୍ ହୁଅନ୍ତୁ ଆଉ ମୋତେ କହିବାକୁ ଦିଅନ୍ତୁ ବୋଲି କହିଛନ୍ତି। ତେବେ ଭିତରେ କିଏ କିଏ ରହିଛନ୍ତି ତାହା ଦୃଶ୍ୟମାନ ଯଦିଓ ହୋଇ ନାହିଁ କିନ୍ତୁ ଏଥିରେ ଦୁଇରୁ ଅଧିକ ବ୍ୟକ୍ତି ଉପସ୍ଥିତ ରହିବାର ଅନୁମାନ କରା ଯାଉଛି।

ତେବେ ଏହି ଭିଡିଓ କୁ କିଏ ସୁଟିଂ କରିଛି ତାହା ମଧ୍ୟ ଜଣା ପଡୁ ନାହିଁ। କାରଣ ଏହା ବାହାର ପଟୁ ହିଁ ସୁଟିଂ କରାଯାଇଛି। ଯେଉଁଥିରେ କେବଳ ଅନୁଭବ ହିଁ ଦେଖା ଯାଉଛନ୍ତି।ତେବେ ଏହାକୁ କିଏ ସୁଟିଂ କରିଥାଇ ପାରେ ବୋଲି ଏବେ ଏହି ଭିଡିଓ ଭାଇରାଳ ହେବା ପରେ ପ୍ରଶ୍ନ ଉଠୁଛି। କାରଣ ଆଗରୁ ଏହିପରି ଅନେକ ଭିଡିଓ ସାମ୍ନାକୁ ଆସିଛି। ଏଠାରେ କୁହା ଯାଇ ପାରେ ଯେ ପରସ୍ପର ସେମାନଙ୍କ କଥାକୁ ନେଇ ଏକ ଉତ୍ତମ ବୁଝାମଣା ଭିତ୍ତିରେ ସବୁକିଛି ସମାଧାନ କରି ପାରିବେ।

କିନ୍ତୁ ଏହା ସେମାନଙ୍କ ଭିତରେ ସମ୍ଭବ ହେଉ ନାହିଁ। ତେଣୁ ଉଭୟ ଉଭୟଙ୍କ ବିରୋଧରେ ଅଭିଯୋଗ ଆଣିବାରେ ଲାଗିଛନ୍ତି।ଏଠାରେ ଏହି ଭିଡିଓରେ ଅନୁଭବଙ୍କ ଗୋଟିଏ କଥା ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଛି ଯାହା ସିଏ ବାରମ୍ବାର କହୁଛନ୍ତି ଯେ ବାପା ମାଆ ଙ୍କ ଆଶିର୍ବାଦ ମୋ ଉପରେ ରହିଛି। କେହି ମୋତେ ହରାଇ ପାରିବେ ନାହିଁ। ଯିଏବି ଆସିଲେ କେହି ମୋତେ ହରାଇ ପାରିବେ ନାହିଁ। ମୋ ବାପା ମାଆଙ୍କ ଆଶିର୍ବାଦ ଓ ଭଲପାଇବା ସବୁବେଳେ ମୋ ସହିତ ଅଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।