ମାଳିକାର ବଡ ଭବିଷ୍ୟ ବାଣୀ । କରୋନା ପରେ 2021 ରେ ଆସିବ ଭୟାନକ ଯକୃତ ରୋଗ ଦେଖନ୍ତୁ…..

ଅନେକ କଥା, ଗାଥା, ଇତିହାସ ମାଳିକା ରେ ବର୍ଣ୍ଣିତ ରହିଛି। ଆମ୍ଭେ ସେହି ମହାପୁରୁଷ ଙ୍କ ମାଳିକା ରୁ ଗୋଟିଏ ପଦ ନେବା ଏବଂ ସେ ବିଷୟରେ ଆଲୋଚନା କରିବା। କାରଣ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଚଳିତ ୨୦୨୦ ମସିହାରେ କରନା ମହାମାରୀ କାରଣରୁ ବହୁତ୍ କ୍ଷୟକ୍ଷତି ହେଲା। ଲୋକେ ନାନାଦି ଅସୁବିଧାର ସମ୍ମୁଖୀନ ହେଲେ। ଅନେକ ପ୍ରକାର ମାନସିକ ଦୁଶ୍ଚିନ୍ତା ଏବଂ ଅବସାଦ ଭିତରେ ସମୟ ଅତିବାହିତ ହେଲା।

ତେବେ ସେହିଭଳି ଆସନ୍ତା ୨୦୨୧ ମସିହାରେ କଣ ଏପରି ଚାଲିବ ନା ଏଥିରେ ଅନ୍ତ ଘଟିବ। ଏହାର ପ୍ରଭାବ ରହିବ କି ନାହିଁ। ଲୋକେ ଆଉ କେଉଁ ସମସ୍ୟାରେ ସମ୍ମୁଖୀନ ହେବେକି। କରନା ଭଳି ଆଉ କିଛି ଭୟାନକ ରୋଗର ସମ୍ଭାବନା ଅଛି କି ନାହିଁ।

ତେବେ ଏହିଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ଲୋକଙ୍କ ମନ ଭିତରେ ଉଦ୍ରେକ ହେବାରେ ଲାଗିଛି।୨୦୨୨ ରେ କଣ ଅଛି,୨୩ ରେ କଣ ଅଛି ୨୪ ରେ କଣ ଅଛି? ଏହିଭଳି ଚିନ୍ତା ସମସ୍ତଙ୍କ ମନରେ ରହିଛି।ତେବେ ଆମେ ଆଜି ଆପଣଙ୍କୁ କହିବୁ ୨୦୨୪ ମସିହା ଯାଏଁ କଣ କଣ ସବୁ ଘଟଣା ବିଷୟରେ ମହାପୁରୁଷ ଲେଖିଛନ୍ତି ତାହା ଆଲୋଚନା କରୁଛୁ।ଏହା ଉଲ୍ଲେଖ ଥିବା ଗ୍ରନ୍ଥ ନାମ ହେଉଛି ତତ୍ତ୍ଵାବଧନି, ତୃତୀୟ ଅଧ୍ୟାୟ, ତୃତୀୟ ଖଣ୍ଡ।

ଏଥିରେ ମହାପୁରୁଷ କହୁଛନ୍ତି, ଇନ୍ଦ୍ର ରକ୍ତ ବର୍ଷା କରିବ, ଶ୍ୱାନ ଶୃଗାଳ ମାନଙ୍କ ରାଜୁତି ବଢ଼ିବ।୨୦୨୪ ମସିହା ପର୍ଯ୍ୟନ୍ତ ବ୍ୟାଧି ହୋଇ ପିସାଚି ଆସିବେ। ସେ କହୁଛନ୍ତି ୨୦୨୧-୨୦୨୪ ମଧ୍ୟରେ ଏକ ବଡ଼ ଧରଣର ଯକୃତ ସଂକ୍ରମିତ ରୋଗ ଦେଖାଦେବ।ଏହା ଗୋଷ୍ଠୀ ସଂକ୍ରମଣ କରିବ।ଏକ ଭୟାନକ ପରିସ୍ଥିତି ସୃଷ୍ଟି ହେବ। ଲୋକେ ଭୟାନକ ଯକୃତ ରୋଗରେ ପୀଡିତ ହେବେ।

ଲୋକେ ଏଥିରୁ ମୁକୁଳିବା ପାଇଁ ଅନେକ ଚେଷ୍ଟା କରିବେ। ଏଥିରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯିବ।ଏକ ଭୟାନକ ପରିସ୍ଥିତି ଭିତରେ ଏହି ଭଳି ଏକ ମାରାତ୍ମକ ରୋଗ କୁ ସାମ୍ନା କରିବେ ବିଶ୍ଵ ବାସୀ। ତେବେ ଏହାର ଭୟାବହତା ୨୦୨୪ ମସିହା ପର୍ଯ୍ୟନ୍ତ ଲାଗି ରହିବ।ଏହାଛଡା ୨୦୨୩ ଅତିକ୍ରମ କରି ୨୦୨୪ ଆସିବା ମାତ୍ରେ ପୃଥିବୀରେ ଉଲକା ପାତ ହେବ। ଯୁଦ୍ଧର ଘମଘଟା ଲାଗିଯିବ। ଦେଶ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ।

ଏହି ପ୍ରକାର ଭୟାନକ ପରିସ୍ଥିତି କୁ ଆମେ ୨୦୨୩ ରୁ ୨୦୨୪ ମସିହା ମଧ୍ୟରେ ସମ୍ମୁଖୀନ କରିବା।ତେବେ ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କ ପୁସ୍ତକରେ କଲମ କରିଛନ୍ତି ଯେ ୨୦୨୧ ମସିହାରେ ପୃଥିବୀରେ ଏକ ଭୟାନକ ସ୍ଥିତି ସୃଷ୍ଟି ହେବ। ଏମିତି ଏକ ଘମାଘଟ ପରିସ୍ଥିତି ସୃଷ୍ଟି ହେବ ଯାହା ସମସ୍ତଙ୍କୁ ଦୋହଲାଇ ଦେବ। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହେବ ବୋଲି କୁହା ଯାଇଚି। କିନ୍ତୁ ତାର ପରିମାଣ ଅପେକ୍ଷାକୃତ କମ୍ ରହିବ।

ତେବେ ପ୍ରାୟତ ଲୋକେ ୨୦୨୪ ମସିହା ପର୍ଯ୍ୟନ୍ତ ଏକ ଅପ୍ରୀତିକର ବାତାବରଣ ମଧ୍ୟରେ ଗତି କରିବେ ବୋଲି ଯାହା ମାଳିକା ର ବିଚାର। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।