ଦେଖନ୍ତୁ ଭିଡିଓ ! ବୈତରଣୀର ପୋଲ ଉପରେ ମହିଳା ଜଣଙ୍କ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ ହଠାତ ଏହି ଯୁବକ ଜଣଙ୍କ ଯାଇ ଏମିତି କିଛି କରିଦେଲେ ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ…..

ଦୁନିଆରେ କିଛି ଲୋକ ଏବେବି ଏମିତି ଅଛନ୍ତି ଯେଉଁମାନେ ଅନ୍ୟର ଅସୁବିଧା ଏବଂ ସମସ୍ୟା ସମୟରେ ସେମାନଙ୍କୁ ସହାୟତା କରିବା ଏବଂ ସେମାନଙ୍କୁ ସମସ୍ୟା କିମ୍ବା ବିପଦ ଭଳି ଜଟିଳ ପରିସ୍ଥିତି ରୁ ମୁକୁଳିବା ପାଇଁ ଆଗଭର ହୋଇଥାନ୍ତି।ସେହି ସମୟରେ ଅନ୍ୟର ଜୀବନ ତାଙ୍କ ପାଇଁ ଗୁରୁତ୍ଵ ବହନ କରେ। ସେଥିପାଇଁ ସେମାନେ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି। ସେହିଭଳି ଏକ ଘଟଣା ନିକଟରେ ଘଟିଛି।

ଯାହାକୁ ଦେଖିଲେ ଆପଣ ବି ଏହାକୁ ସାବାଶି ଦେବାକୁ ଚାହିଁବେ କାରଣ ଘଟଣାଟି ପ୍ରମାଣ କରୁଛି ଯେ ଅନ୍ୟର ଜୀବନକୁ ରକ୍ଷା କରିବା ପାଇଁ କିପରି ଭାବରେ ମଣିଷ ତାର ମାନବିକତା କୁ ପ୍ରଦର୍ଶନ କରିଥାଏ।

ତେବେ ଆମେ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଏବେ ସୋସିଆଲ ମିଡ଼ିଆ ର ଚର୍ଚ୍ଚିତ ଖବର।ଏହି ଘଟଣାଟି ହେଉଛି ଯାଜପୁର ଜିଲ୍ଲାର।ଏଠାରେ ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଚନ୍ତି। ଘଟଣାଟି ଯାଜପୁର ପାଣିକୋଇଲି ଥାନା ନିକଟସ୍ଥ ଆଖୁଆପଦା ନିକଟ ବୈତରଣୀ ନଦୀ ବ୍ରିଜ ଉପରେ ଘଟିଛି।

ଏଠାରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ବାସ୍ତବରେ ବିରଳ ଅଟେ।ଏଠାରେ ଜଣେ ମହିଳା ବ୍ରିଜ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ।ଆଉ ଠିକ୍ ଏହି ସମୟରେ ସେହି ପଟେ ଯାଉଥିବା ଜଣେ ଯୁବକ ଏହାକୁ ଦେଖି ବାକୁ ପାଇଥିଲେ।ଏହାପରେ ରାସ୍ତାରେ ଯାଉଥିବା କିଛି ଲୋକ ସେଠାରେ ଏକତ୍ରିତ ହୋଇଥିଲେ।

ତେବେ ସେହି ଲୋକ ମାନେ ଉକ୍ତ ମହିଳାଙ୍କୁ ବହୁତ ବୁଝାସୁଝା କରିଥିଲେ। ଭଉଣୀ ଟା ଲୋ ଉଲ୍ହେଇ ଆ। କାହିଁକି ଆତ୍ମହତ୍ୟା କରିବୁ। ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହଁ। ସେଥିପାଇଁ ସରକାର୍, ପ୍ରଶାସନ, ପୋଲିସ୍ ରହିଛି। ଜୀବନ ହାରିଦେଲେ ତୋତେ କଣ ମିଳିବ। ଏହିପରି ଅନେକ କଥା କହି ତାଙ୍କୁ ଗୁହାରି କରି ତଳକୁ ଉଲ୍ହା ଇ ଆସିବାକୁ ଅନୁରୋଧ କରିଥିଲେ।

ଆଉ ଶେଷରେ ସମସ୍ତଙ୍କ କଥା ମାନି ଥିଲେ ଏହି ସୁନା ଭଉଣୀ ଜଣଙ୍କ। ଅନୁରୋଧ ପରେ ସେ ତଳକୁ ଉଲାଇ ଆସିଥିଲେ। ଏହାପରେ ସେଠାରେ ସ୍ଥାନୀୟ ଲୋକେ ବହୁତ୍ ଖୁସି ମଧ୍ୟ ହୋଇ ଯାଇଥିଲେ। ଏହାପରେ ମହିଳା ଜଣଙ୍କୁ ପାଣିକୋଇଲି ଥାନାରେ ହସ୍ତାନ୍ତର କରିଥିଲେ ଉପସ୍ଥିତ ବ୍ୟକ୍ତି ମାନେ।

ତେବେ ଯାହା ଜଣା ପଡିଛି ମହିଳା ଜଣକ ବାଲେଶ୍ୱର ଜିଲ୍ଲାର ଅଟନ୍ତି। ସୂଚନା ଅନୁସାରେ ଗତ ୨ ମାସ ପୂର୍ବରୁ ମହିଳା ଜଣଙ୍କ କେନ୍ଦୁଝର ଜିଲ୍ଲାରେ ବିବାହ କରିଥିଲେ। ତେବେ କେଉଁ କାରଣରୁ କାହିଁକି ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହାର ପ୍ରକୃତ କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ଯଦିଓ ଆତ୍ମହତ୍ୟା ସବୁକିଛି ସମସ୍ୟାର ସମାଧାନ ନୁହଁ ତଥାପି କେଉଁ ପରିସ୍ଥିତି ରେ ମହିଳା ଜଣଙ୍କ ଏହିଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଲେ,ଉକ୍ତ ମାମଲାର ଏବେ ତଦନ୍ତ କରୁଛି ପୁଲିସ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।