( ବର୍ଷା ଜଳ ) ଆପଣଙ୍କୁ କରିବ କୋଟିପତି, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଆଜି ଆମେ ବର୍ଷା ଜଳ ସହ ଜଡ଼ିତ କିଛି ଉପାୟ ମାନଙ୍କ ବିଷୟରେ ଆପଣଙ୍କୁ କହିବୁ। ଯେଉଁ ଉପାୟ ଗୁଡ଼ିକ କରିବା ଦ୍ଵାରା ଆପଣଙ୍କର ଧନ, ସମ୍ପତ୍ତି ବୃଦ୍ଧି ପାଇବା ସହିତ ରୋଗ, ଋଣ ଆଦି ସମସ୍ୟାରୁ ମଧ୍ୟ ଏହା ମୁକ୍ତି ପ୍ରଦାନ କରିବ। ଜଳ ଖାଲି ଶୋଷ ମେଣ୍ଟାଇ ନଥାଏ ବରଂ ଏହା ଆମର ଦୈନନ୍ଦିନ କାର୍ଯ୍ୟରେ ଆସିବା ସହିତ ଏହା ମନୁଷ୍ୟର ଅନେକ ସମସ୍ୟା କୁ ଦୂର କରିଥାଏ ଏବଂ ଧନ ସଂପତ୍ତି ମଧ୍ୟ ବୃଦ୍ଧି କରାଇଥାଏ।

ଏହି ଉପାୟ କରିବା ଦ୍ୱାରା ଆପଣ କେବେ ନିରାଶ ହେବେ ନାହିଁ। ସମସ୍ତ ଦୁର୍ଭାଗ୍ୟ ମଧ୍ୟ ସୌଭାଗ୍ୟ ରେ ପରିଣତ ହେବ।ପ୍ରାଚୀନ ଧର୍ମଗ୍ରନ୍ଥ ମାନଙ୍କରେ ଏ ବିଷୟରେ ଜଳର ବ୍ୟବହାର ଓ ଉପାୟ କୁ ନେଇ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।

ସେହି ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ବ୍ୟବସାୟ କିମ୍ବା ଧନର କ୍ଷତି ଘଟୁଥାଏ ତେବେ ଆପଣ ଏକ ତମ୍ବା କିମ୍ବା ପିତ୍ତଳ ପାତ୍ରରେ ବର୍ଷାପାଣି ଭର୍ତ୍ତି କରି ମାତା ଲକ୍ଷ୍ମୀଙ୍କ ଅଭିଷେକ କରନ୍ତୁ ଏବଂ ତାଙ୍କର ମନ୍ତ୍ରପାଠ କରନ୍ତୁ।ଏହା ଦ୍ବାରା ଆପଣଙ୍କୁ ସୁଫଳ ମିଳିଥାଏ। ଏହାଛଡା ଯଦି କାହାର ପରିବାରରେ କୋଳହ ଲାଗି ରହିଥାଏ। ସୁଖ ଶାନ୍ତି ପ୍ରାପ୍ତ ହେଉ ନଥାଏ ଏବଂ ଅଶାନ୍ତି ଭରି ରହୁଥାଏ ତେବେ ଏହାର ସମାଧାନ ପାଇଁ ବର୍ଷା ଜଳରେ ବିଷ୍ଣୁ ଭଗବାନଙ୍କ ସ୍ନାନ କରନ୍ତୁ ଏବଂ ଏହା ସହିତ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ପାଠ ୧୦୮ ଥର କରନ୍ତୁ।

ଏହାଦ୍ଵାରା ଆପଣଙ୍କ ପରିବାରରେ ସୁଖ ଶାନ୍ତି ପ୍ରତିଷ୍ଠା ହେବ ଏବଂ ସମସ୍ତ ସଦସ୍ୟ ମାନଙ୍କ ଭିତରେ ସ୍ନେହ, ପ୍ରେମ, ଭଲପାଇବା ଏବଂ ସଦ ଭାବନା ସୃଷ୍ଟି ହେବ। ଅନ୍ୟ ଉପାୟ ଟି ହେଉଛି ଯଦି କୌଣସି ଘରେ ବିଶୃଙ୍ଖଳା ଲାଗି ରହିଥାଏ, ଆଶ୍ଚର୍ଯ୍ୟ ଜନକ ଘଟଣା ମାନ ଘଟୁଥାଏ,ଆଉ ଏମିତି ଲାଗୁଥାଏ କି ଘରେ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିଛି ତେବେ ବର୍ଷା ଜଳକୁ ଏକ ପାତ୍ରରେ ନେଇ ଘରର କୌଣସି ପରିଷ୍କାର ଜାଗାରେ ନେଇ ରଖି ଦିଅନ୍ତୁ।ଏବଂ ହନୁମାନଙ୍କ ଚାଳିଶା ୫୧ ଥର ପାଠ କରନ୍ତୁ।

ଏହାପରେ ସେହି ପାଣିକୁ ଆମ୍ବ ପତ୍ର କିମ୍ବା ଦେବଦାରୁ ପତ୍ର ରେ ଘରର ସମସ୍ତ ସ୍ଥାନରେ ସିଞ୍ଚନ କରି ଦିଅନ୍ତୁ। ଏହା ଦ୍ବାରା ଆଶ୍ଚର୍ଯ୍ୟ ଜନକ ଭାବରେ ଫଳ ମିଳିଥାଏ ଏବଂ ସମସ୍ତ ସମସ୍ୟା ମାନ ଦୂର ହୋଇଥାଏ। ଏବଂ ଘରେ ଥିବା ନକାରାତ୍ମକ ଶକ୍ତି ପଲାଇଥାଏ ଓ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।ଘରେ ଯଦି କାହାକୁ ପୁରୁଣା ରୋଗ ହୋଇଥାଏ ।

ତେବେ ଏଥିରୁ ମୁକ୍ତି ପାଇଁ ବର୍ଷା ହେଉଥିବା ସମୟରେ ଏଥିରେ ଭିଜି ଭିଜି ୧୦୮ ଥର ଓଁ ନମଃ ଶିବାୟ ମନ୍ତ୍ର ପାଠ କରନ୍ତୁ। ବର୍ଷା ମଝିରେ ଛାଡିଗଲେ ମଧ୍ୟ ମନ୍ତ୍ର ଜପ କରି ଚାଲନ୍ତୁ। ତାପରେ ଦେଖିବେ କିପରି ଅଦ୍ଭୁତ ଫଳ ଆପଣଙ୍କୁ ମିଳିବ। ପରିବାରରେ ଯାହାକୁ ବି ଏଭଳି କିଛି ପୁରୁଣା ରୋଗ ହୋଇଥିବ ତାହା ଭଲ ହେବା ସହିତ ଶୁଭଫଳ ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।