୨୨ ବର୍ଷ ଧରି ପେନ୍ସନ୍ ପାଉ ନଥିଲେ ୮୦ ବର୍ଷର ବୃଦ୍ଧ : ଆଇନ ସଚିବ ଏବଂ ଅର୍ଥ ସଚିବଙ୍କ ଦରମା ବନ୍ଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…
ମାମଲାର ଉଚିତ୍ ଶୁଣାଣି କରି ହାଇକୋର୍ଟ ଅନେକ ସମୟରେ ଗୁରୁତ୍ବପୂର୍ଣ୍ଣ ଫଇସଲା ମାନ କରିଥାନ୍ତି।ଏବେ ସେହିପରି ଏକ ଖବର ସାମ୍ନା କୁ ଆସିଛି ଯେଉଁଥିରେ ଜଣେ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ଉଚିତ୍ ନ୍ୟାୟ ନ ଦେବା କାରଣରୁ କୋର୍ଟ ର ଦ୍ୱାରସ୍ଥ ପରେ ହାଇକୋର୍ଟ ବଡ଼ ଘୋଷଣା କରିଛନ୍ତି। ଏହି ଘଟଣାରେ ହାଇକୋର୍ଟ ଙ୍କ ନିର୍ଦ୍ଦେଶ ଭିନ୍ନ ଧରଣର ହୋଇଛି।ଏଥିପାଇଁ ରାଜ୍ୟ ଆଇନ ବିଭାଗ ସଚିବ ଏବଂ ଅର୍ଥ ବିଭାଗ ସଚିବଙ୍କ ଦରମା ବନ୍ଦ କରିବା ଲାଗି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କୋର୍ଟ।
ଆଗରୁ ମଧ୍ୟ ଅଦାଲତଙ୍କ ବାରମ୍ବାର ନିର୍ଦ୍ଦେଶ ପରେବି ଜଣେ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ତାଙ୍କ ବକେୟା ପ୍ରାପ୍ୟ ସହ ତାଙ୍କର ନ୍ୟାଯ୍ୟ ପେନ୍ସନ୍ ମିଳି ପାରୁ ନଥିଲା। ତେବେ ସୂଚନା ଥାଉ କି ମିଠୁରାମ ଭୋଇ, ଯାହାଙ୍କ ବୟସ ୮୦ ବର୍ଷ, ଯିଏକି ବୁର୍ଲା ହୀରାକୁଦ ଡ୍ୟାମ୍ ପ୍ରୋଜେକ୍ଟରେ କାର୍ଯ୍ୟ କରି ୨୨ ବର୍ଷ ତଳେ ଅବସର ଗ୍ରହଣ କରି ମଧ୍ୟ ପେନ୍ସନ୍ ପାଇବାରୁ ବଞ୍ଚିତ ହୋଇ ରହିଥିଲେ।
ତାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଯାହା ସୂଚନା ରହିଛି ମିଠୁରାମ ଭୋଇ ବୁର୍ଲା ହୀରାକୁଦ୍ ପ୍ରୋଜେକ୍ଟ ରୁ ୧୯୯୮ ମସିହା ଜୁନ୍ ୩୦ରେ ଅବସର ଗ୍ରହଣ କରିଥିଲେ ସୁଦ୍ଧା ତାଙ୍କୁ ଅବସର ପରେ ପେନ୍ସନ୍ ମିଳିନଥିଲା।
ଆଉ ଏଥିପାଇଁ ମିଠୁରାମ ପ୍ରଥମେ ସ୍ୟାଟ୍ରେ ଏ ସଂକ୍ରାନ୍ତରେ ମାମଲା ରୁଜୁ କରିଥିଲେ। ଏହାପରେ ସ୍ୟାଟ୍ ୨୦୧୫ରେ ତାଙ୍କୁ ନିୟମିତ କରି ସର୍ବନିମ୍ନ ପେନ୍ସନ୍ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।ଏହାପରେ ହାଇକୋର୍ଟ ୨୦୧୯ ଡିସେମ୍ବର ୧୨ରେ ତାଙ୍କର ରାୟ ପ୍ରକାଶ କରି ସ୍ୟାଟ୍ଙ୍କ ଆଦେଶକୁ କାଏମ୍ ରଖିବା ସହିତ ଚଳିତବର୍ଷ ଫେବ୍ରୁଆରୀ ପହିଲାରୁ ଏହି ବୃଦ୍ଧଙ୍କୁ ନିୟମିତ ପେନ୍ସନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।ତେବେ ହାଇକୋର୍ଟ କହିଥିଲେ ଯେ ଗତ ଏପ୍ରିଲ ପହିଲା ଭିତରେ ତାଙ୍କର ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ କରିବା ପାଇଁ।
ଏହାସହ ହାଇକୋର୍ଟ ତାଙ୍କ ଆଦେଶରେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଯଦି ଧାର୍ଯ୍ୟ ସମୟ ମଧ୍ୟରେ ମିଠୁରାମ ଙ୍କ ବକେୟା ପ୍ରାପ୍ୟ କୁ ପ୍ରଦାନ କରାନଯାଏ ତାହେଲେ ରାଜ୍ୟ ସରକାର ୯% ସୁଧ ହାରରେ ବକେୟା ଅର୍ଥ ତାଙ୍କୁ ଦେବେ।ଏହା ସହିତ ୨୦୧୯ ଡିସେମ୍ବର ୧୨ରେ ହାଇକୋର୍ଟ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ କହିଥିଲେ କି ଏହା ପରବର୍ତ୍ତୀ ଶୁଣାଣି ସୁଦ୍ଧା କାର୍ଯ୍ୟକାରୀ ନହେଲେ ଉଭୟ ସଚିବଙ୍କର ଚଳିତ ମାସର ଦରମା ବନ୍ଦ କରାଯିବ। ତେବେ ଆପଣଙ୍କୁ ଜଣାଇ ଦେଉଛୁ କି ଆସନ୍ତା ୨୧ ତାରିଖରେ ପରବର୍ତ୍ତୀ ଶୁଣାଣି ର ତାରିଖ ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।