ସରକାର ଙ୍କର ଚରମ ନିଷ୍ପତ୍ତି ! ତିନି ମାସ ଯାଏଁ ରାସନ ନନେଲେ ରାସନ କାର୍ଡ ହେବ ବନ୍ଦ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

ରାସନ କାର୍ଡ଼ କୁ ନେଇ ସରକାରଙ୍କ ଚରମ ନିଷ୍ପତ୍ତି।ଏଣିକି ରାସନ ବନ୍ଦ ହେଲେ ରଦ୍ଦ ହେବ କାର୍ଡ଼।ଗରିବ ସୀମା ରେଖା ତଳେ ଜୀବନ ବିତାଉ ଥିବା ଅସହାୟ ପରିବାର ଲୋକଙ୍କୁ ଦୁଇ ଓଳି ଦୁଇ ମୁଠା ଆହାର ଦେବା ପାଇଁ ସରକାର ସର୍ବଦା ଚେଷ୍ଟିତ।ଏପରିକି କରୋନା ମହାମାରୀ ପରି ଘଡ଼ିସନ୍ଧି ମୁହୂର୍ତ୍ତରେ ମଧ୍ୟ ଲୋକଙ୍କୁ ମାଗଣା ଡାଲି ଚାଉଳ ଯୋଗାଇବା ସହିତ ରାସନ କାର୍ଡ଼ କୁ ନେଇ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇଛନ୍ତି ସରକାର।

ତେବେ ଏହି କ୍ରମରେ ପୁନର୍ବାର କେନ୍ଦ୍ର ର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ମାନଙ୍କୁ ଏକ ନୂଆ ଗାଇଡ଼ ଲାଇନ ଜାରି କରା ଯାଇଛି।ଯେଉଁଥିରେ ଯଦି କୌଣସି ହିତାଧିକାରୀ ତିନି ମାସ ଧରି ରାସନ ନେଇ ନଥିବେ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ରାସନ କାର୍ଡ଼ କୁ ରଦ୍ଦ କରି ଦିଆ ଯିବ।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ବିହାର ପରି ରାଜ୍ୟ ମାନଙ୍କରେ ଏହା ଆରମ୍ଭ ହୋଇ ଥିବା ବେଳେ ଉତ୍ତର ପ୍ରଦେଶ ର କିଛି ଜିଲ୍ଲାରେ ବନ୍ଦ ପଡ଼ି ଥିବା ରାସନ କାର୍ଡ଼ ଗୁଡ଼ିକୁ ରଦ୍ଦ କରି ଦିଆଯାଇଛି।

ତିନି ମାସ ଯାଏଁ ରାସନ ନନେଲେ କାର୍ଯ୍ୟାନୁଷ୍ଠାନ!

ଉତ୍ତର ପ୍ରଦେଶ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଏବେ ଏଭଳି ଲୋକଙ୍କ ତାଲିକା ସଂଗ୍ରହ କରା ଯାଉଛି, ଯେଉଁ ମାନେ କି ଲଗାତାର ତିନି ମାସ ହେଲା ରାସନ ସାମଗ୍ରୀ କୁ ରାସନ ବିତରଣ କେନ୍ଦ୍ର ରୁ ନେଉ ନାହାନ୍ତି।ତେଣୁ ବିଭାଗୀୟ କର୍ମଚାରୀ ଙ୍କ କହିବା ଅନୁଯାୟୀ ପୂର୍ବରୁ ପ୍ରବାସୀ କିମ୍ବା ଶ୍ରମିକ ମାନେ ବାହାରକୁ ଚାଲି ଯିବା କାରଣରୁ ରାସନ ପାଇବାରେ ଅସମର୍ଥ ହେଉ ଥିଲେ।

ମାତ୍ର ଏବେ ଦେଶରେ “ୱାନ୍ ନେସନ ୱାନ୍ ରାସନ କାର୍ଡ଼” ଯୋଜନା ଲାଗୁ ହେବା ଦ୍ୱାରା ସେମାନେ ଦେଶର ଯେକୌଣସି ବି ସ୍ଥାନରେ ରାସନ କାର୍ଡ଼ ଯୋଗେ ରାସନ ନେଇ ପାରିବେ।ଏଭଳି ପରିସ୍ଥିତିରେ ଯଦି କୌଣସି ହିତାଧିକାରୀ ରାସନ ନେଉ ନାହାଁନ୍ତି,ତାହେଲେ ସେମାନେ ତାଙ୍କ ପେଟ ପୋଷିବା ରେ ପୁରାପୁରି ସକ୍ଷମ।ତେଣୁ ଯଦି ଏଭଳି ରାସନ କାର୍ଡ଼ କୁ ରଦ୍ଦ କରି ଅନ୍ୟ କୌଣସି ଅଭାବୀ ବ୍ୟକ୍ତି ଙ୍କୁ ଦାନ କରା ଯାଏ,ତେବେ ସେମାନେ ମାଗଣା ରାସନ ର ସୁବିଧା ପାଇ ପାରିବେ।

ତେବେ ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଦେଶରେ ପ୍ରାୟ ୮୧ କୋଟିରୁ ଅଧିକ ହିତାଧିକାରୀ ରାସନ କାର୍ଡ଼ ମାଧ୍ୟମରେ ଉପକୃତ ହେବେ।କେନ୍ଦ୍ର ସରକାର ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ଯେ ମାର୍ଚ୍ଚ ୩୧ ତାରିଖ ୨୦୨୧ ସୁଦ୍ଧା ଦେଶର ସମସ୍ତ ରାଜ୍ୟ ମାନଙ୍କୁ “ୱାନ୍ ନେସନ ୱାନ୍ ରାସନ କାର୍ଡ଼ ଯୋଜନା” ରେ ଅନ୍ତର୍ଭୁକ୍ତ କରିବା ପାଇଁ।ଫଳରେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଆସୁ ଥିବା ସମସ୍ତ ୮୧ କୋଟି ହିତାଧିକାରୀ ଏହାର ସୁବିଧା ପୁନର୍ବାର ପାଇ ପାରିବେ।

ତେବେ ଏଯାବତ ଦେଶରେ ମୋଟ ୨୮ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରେ କେନ୍ଦ୍ରୀୟ ପୋର୍ଟାବିଲିଟି ର ସୁବିଧା ଆରମ୍ଭ ହୋଇଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।