ଦେଖନ୍ତୁ ଭିଡ଼ିଓ । ଟ୍ରେନ ଲାଇନ ରେ ପୁରୁଷ ଏବଂ ଯୁବତୀ ଙ୍କର ଭିଡ଼ିଓ ନିଆଁ ଭଳି ଭାଇରାଲ….

ପୁଣି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ଜଣେ ଯୁବତୀଙ୍କୁ ନିକଟରେ ଉଦ୍ଧାର କରା ଯାଇଛି। ଟ୍ରେନ୍ ଲାଇନ୍ ରେ ନିଜ ଜୀବନକୁ ହାରି ଦେବା ପାଇଁ ସେ ଉଦ୍ୟମ କରୁଥିଲେ ବୋଲି ତାଙ୍କ ହାବ ଭାବ ରୁ ଜଣା ପଡିଛି।ତେବେ ଟ୍ରେନ୍ ଲାଇନ କଡରେ ଚାଲି ଚାଲି ଯାଉଥିବା ଏହି ଯୁବତୀଙ୍କର ଉଦ୍ଦେଶ୍ୟ ଥିଲା କିଛି ଭିନ୍ନ। କାରଣ ତାଙ୍କୁ ଦେଖି ସାମାନ୍ୟ ଅଜିବ ଧରଣର ବୋଧ ହେଉଛି।ସେ ଘରୁ ରାଗି କରି ଆସିଥିଲେ କିମ୍ବା କିଛି ମନସ୍ତାପରେ ଥିଲେ ବୋଲି ଜଣା ପଡ଼ୁଛି।

ତେବେ ତାଙ୍କର ହାବଭାବ ଦେଖି ପାଖରେ ଥିବା ଲୋକମାନେ ତାଙ୍କୁ ବୁଝାଶୁଝା କରିବା ସହ ତାଙ୍କୁ ଏଭଳି ଭୁଲ୍ ନିଷ୍ପତ୍ତି ନେବାରୁ ବିରତ କରିଥିଲେ ଏବଂ ବୁଝାଇଥିଲେ।

ଆଉ ଲୋକମାନଙ୍କ ବୁଝାଇବା ପରେ ଦେଖା ଯାଉଛି କି ସେହି ଲୋକଙ୍କ ଉପରେ ଯୁବତୀ ଜଣକ ରାଗୁଛନ୍ତି ଓ ତାଙ୍କୁ ଟେକା ମଧ୍ୟ ଫିଙ୍ଗି ଦେଉଛନ୍ତି। କିନ୍ତୁ ଲୋକେ ଘଟଣା ବିଷୟରେ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି, ଘଟଣା କଣ ହୋଇଛି, ଯୁବତୀ ଜଣଙ୍କ ର ନାଁ କଣ ଓ ଘର କେଉଁଠି ବୋଲି ପଚାରୁଛନ୍ତି।

କିନ୍ତୁ ଉତ୍ତରରେ ସେ କିଛି ବି କହିବାକୁ ରାଜି ନଥିଲେ। ବରଂ ସେ ଆହୁରି ବେଶି ରାଗି ଯାଉଥିଲେ । ତେବେ ଶେଷରେ ବହୁତ୍ ବୁଝା ଶୁଝା ପରେ ଏହି ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଆପଣ ଥରେ ଦେଖନ୍ତୁ ଏବଂ ଶୁଣନ୍ତୁ କିପରି ଲୋକ ମାନେ ବୁଝାଇବା ପରେ ଯୁବତୀ ଜଣକ ପ୍ରତିକ୍ରିୟା ଦେଉଛନ୍ତି ଯେ ମୋ ପାଇଁ ଯଦି ଏତେ ଚିନ୍ତା ତାହେଲେ ମୋ ସହ ଏସବୁ କରନ୍ତୁନି।

ଖାଲି ଏତିକି ନୁହଁ ସେ ଆହୁରି କହୁଛନ୍ତି ଯେ ମାନୁଛି ମୋ ମୁଣ୍ଡ ଏବେ ଟିକେ ଠିକ ନାହିଁ, ତାହେଲେ ମୋ ସହ ଏସବୁ କରନ୍ତୁନି। କିନ୍ତୁ ଏ ମୋବାଇଲ ମୋ ସାମ୍ନାରେ ହଟାଅ।ଏମିତି କହି ଟ୍ରେନ ଲାଇନ କଡରେ ପଡିଥିବା ପଥର ଉଠାଇ ଲୋକଙ୍କ ଉପରକୁ ଫିଙ୍ଗିବାକୁ ଚେଷ୍ଟା କରୁଛନ୍ତି ଯୁବତୀ ଜଣକ।ତେବେ ତାଙ୍କର କଥାବାର୍ତ୍ତା କିମ୍ବା ବେଶ ପୋଷାକରୁ ଆଦୌ ଜଣା ପଡୁନାହିଁ ଯେ ସେ ଜଣେ ମାନସିକ ରୋଗୀ ଅଟନ୍ତି ବୋଲି।

ଆଶ୍ଚର୍ଯ୍ୟର କଥା ଯେ ସେ ଯେଉଁଭଳି କାର୍ଯ୍ୟକଳାପ ଏଠାରେ ଦେଖାଉଛନ୍ତି ତାହା ଦେଖିଲେ କି ଶୁଣିଲେ ହୁଏତ ଆପଣ ଭାବି ପାରନ୍ତି ଏଠାରେ କଣ ହେଉଛି। ତେବେ ଯାହା ଖବର ମିଳିଛି,ସେହି ଅନୁସାରେ ଏହି ଘଟଣାଟି ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ ବୁଢାପଙ୍କ ଗ୍ରାମ ଅଞ୍ଚଳରେ ଘଟିଛି ବୋଲି ଜଣା ପଡ଼ିଛି।

ତେବେ ବୁଝାସୁଝା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବଅଁରପାଳ ଥାନା କୁ ହସ୍ତାନ୍ତର କରିବା ପରେ ଥାନା ଅଧିକାରୀ କହିଛନ୍ତି ଯେ ଯୁବତୀ ଜଣଙ୍କ ଜଣେ ମାନସିକ ରୋଗୀ ଅଟନ୍ତି ଏବଂ ସେ ସେହି ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଅଟନ୍ତି।  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।