ହାଇକୋର୍ଟ ଙ୍କ ବଡ ରାୟ । ନୟାଗଡ଼ “ପରୀ” ଘଟଣାରେ ସରପଞ୍ଚ ସୌମ୍ୟ ଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ…ମନ୍ତ୍ରୀ ଅରୁଣ ଙ୍କୁ ଖୋଲା ଚ୍ୟାଲେଞ୍ଜ…..

ଆପଣମାନେ ଜାଣିଛନ୍ତି ଦୀର୍ଘ ଦିନ ଧରି ସାରା ଓଡ଼ିଶାରେ ନୟାଗଡ଼ ର ପରୀ ହତ୍ୟା ମାମଲା ଏକ ଚର୍ଚ୍ଚିତ ଘଟଣା ଭାବରେ ଉଭା ହୋଇଛି। ଏହାପରେ ଓଡ଼ିଶା ବାସୀ ଏହି କୁନି ଝିଅକୁ ନ୍ୟାୟ ଦେବା ପାଇ ଲାଗି ପଡ଼ିଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଯେ ପରୀ କୁ ନ୍ୟାୟ କେବେ ମିଳିବ।ତେବେ ଓଡିଶାରେ କେବଳ ନୁହଁ ଭାରତର ରାଜଧାନୀ ଦିଲ୍ଲୀ ରେ ମଧ୍ୟ ପରୀ ନ୍ୟାୟ ପାଇଁ ସ୍ୱର ତେଜିବା ରେ ଲାଗିଥିଲା।

ଆଉ ଯେଉଁ ଘଟଣା ପରେ ବିଦ୍ରୋହ ଏବଂ ପ୍ରତିବାଦ ଏକ ସାଙ୍ଘାତିକ ରୂପ ନେବା ପରେ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ଅନୁସନ୍ଧାନ କାରୀ ଦଳ ବା ଏସ ଆଇ ଟି ଟିମ୍ ଗଠନ କରିଛନ୍ତି ଏବଂ ତାଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପରି କୁ ନ୍ୟାୟ ଦେବା ପାଇଁ ସମସ୍ତେ ଆନ୍ଦୋଳନ କରୁଥିବା ବେଳେ କିନ୍ତୁ ଅଧିକ ଚର୍ଚ୍ଚାରେ ଏଥିପାଇଁ ପ୍ରଥମରୁ ରହିଛନ୍ତି ପରି ଗାଆଁ ର ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ।ସେ ହିଁ ପ୍ରଥମେ ଏହି ଚର୍ଚିତ ପରୀ ଘଟଣାରେ ମୁହଁ ଖୋଲିବା ସହିତ ଏଥିରେ ମନ୍ତ୍ରୀ ଅରୁଣ ସାହୁ ସଂପୃକ୍ତ ଅଛନ୍ତି ଏବଂ ଏଥିରେ ତାଙ୍କ ନାମ ଆସୁଥିବା ନେଇ କହିଥିଲେ।

ସାହସ ଦେଖାଇ ଏହି ଘଟଣାରେ ଲକ୍ଷ୍ମୀପ୍ରସାଦ ର ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ ଖୋଲାଖୋଲି ଭାବରେ କହିଥିଲେ ଯେ ମୋ ଜୀବନ ପ୍ରତି ବିପଦ ଅଛି। ଆଉ ମୋର ଯାହାବି ହୁଏ ସେପାଇଁ ଦାୟୀ ରହିବେ ମନ୍ତ୍ରୀ ଅରୁଣ ସାହୁ।ତେବେ ଏହାକୁ ନେଇ ନିଜ ଜୀବନ ପ୍ରତି ବିପଦ ଥିବା ସେ ହାଇକୋର୍ଟ ରେ ଦର୍ଶାଇ ଥିଲେ।

ଏବଂ ଏହା ସହିତ ସେ ନିଜର ସୁରକ୍ଷା ମଧ୍ୟ ମାଗିଥିଲେ।ଆଉ ଏହାପରେ ଏନେଇ ଆଜି ଶୁଣାଣି ହେଇ ସରପଞ୍ଚ ସୌମ୍ୟ ପ୍ରଧାନ ଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ସେ ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା କୁ କରିବାକୁ କହିଛନ୍ତି।ତେବେ ସୂଚନା ମୁତାବକ ହାଇକୋର୍ଟ ଙ୍କ ନିଷ୍ପତି ଅନୁଯାୟୀ ଏନେଇ ଯଥା ସମ୍ଭବ ନୟାଗଡ ଏସପିଙ୍କୁ ୧୫ ଦିନ ମଧ୍ୟରେ ଏଥିପାଇଁ ଆବେଦନ କରିବାକୁ ନିର୍ଦେଶ ମଧ୍ୟ ଦେଇଛନ୍ତି ହାଇକୋର୍ଟ।ଆଉ ଏହାପରେ ଏହି ଘଟଣା ଏବେ ଆହୁରି ସରଗରମ ହୋଇଛି ହାଇକୋର୍ଟ ଙ୍କ ସୁରକ୍ଷା ପ୍ରଦାନ ଉପରେ ନିର୍ଦେଶ ପରେ।

ତେବେ ପ୍ରଥମରୁ ସରପଞ୍ଚ ସୌମ୍ୟରଞ୍ଜନ ଙ୍କୁ ପରୀ ହତ୍ୟାକାଣ୍ଡ ମାମଲା ରେ ଅନେକ ସାବାସୀ ମିଳିଛି। କାରଣ ଲକ୍ଷ୍ମୀ ପ୍ରସାଦ ର ଏହି ସରପଞ୍ଚ ସୌମ୍ୟ ପ୍ରଥମେ ହିଁ ଗଣାମଧ୍ୟମ ରେ ମୁଁହ ଖୋଲିଥିଲେ ଏବଂ ଘଟଣାରେ ଅଙ୍ଗ ଚୋରି ହୋଇ କୌଣସି ବଡ଼ ଲୋକଙ୍କ କାମରେ ଏହା ଲାଗିଛି ବୋଲି ସନ୍ଦେହ କରି କିଛି ନେତା ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଏଥିପାଇଁ ଦାୟୀ ମଧ୍ୟ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।