ଦେଖନ୍ତୁ ଭିଡ଼ିଓ । ବିଚ ରାସ୍ତାରେ ବସିଲେ ମହିଳା ” ମୋ ହକ ନେବି ନ ହେଲେ ପାଣ୍ଡିଆନ ଦୁଆରେ ବସିମି “…..

ପୁଣି ରାଜଧାନୀ ଭୁବନେଶ୍ୱର ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଏଠାରେ ଜଣେ ମହିଳା ଆସି ତାଙ୍କର ଅଭିଯୋଗ କୁ ବିଚ୍ ରାସ୍ତାରେ ଶୁଣାଇଛନ୍ତି। ପୋଲିସ୍ କର୍ମଚାରୀ ଙ୍କ ତାଙ୍କ ପ୍ରତି ବ୍ୟବହାର ଏବଂ ଲାଞ୍ଚ ମାଗିବା କଥାକୁ ନେଇ ସେ ଉପରିସ୍ଥ ଅଧିକାରୀ ମାନଙ୍କୁ ଏ ବିଷୟରେ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ ସେ ଏ ବିଷୟରେ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇଥିଲେ।

କିନ୍ତୁ ତାଙ୍କୁ ସମାଧାନ ର ପ୍ରତିଶୁତି ମିଳିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନଯିବାରୁ ସେ ଆସି ତାଙ୍କର ଅଭିଯୋଗ ବ୍ୟକ୍ତ କରିବା ସହିତ ବିଚ୍ ରାସ୍ତାରେ ତାଙ୍କ କ୍ଷୋଭ ପ୍ରକାଶ କରିଛନ୍ତି।

ଏହି ମହିଳା ଜଣଙ୍କ ନାମ ହେଉଛି ସରସ୍ଵତୀ ସାହୁ।ତାଙ୍କ କହିବା ଅନୁସାରେ ତାଙ୍କ ସହ ଅନ୍ୟାୟ ହୋଇଛି।୩ ମାସ ହେଲା ସେ ଆଉ ତାଙ୍କ ପୁଅ ନଖାଇ ଅଭାବ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ସେ ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ଅଟନ୍ତି ବୋଲି କହିଛନ୍ତି। ତାଙ୍କର ସ୍ବାମୀ ନାହିଁ।ସେ ତାଙ୍କ ପିଲାଙ୍କୁ ନିଜେ ପରିଶ୍ରମ କରି ପୋଷୁଛନ୍ତି। ତାଙ୍କ ଘର ଯାଜପୁର।ସେ ତାଳଚେର ରେ ୮ ବର୍ଷ ଧରି ଘର ଭଡା ନେଇ ଟ୍ରକ୍ ରେ ବ୍ୟବସାୟ କରୁଛନ୍ତି।

ଏଥିରୁ ରୋଜଗାର କରି ସେ ତାଙ୍କର ୨ ପୁଅକୁ ପାଠ ପଢ଼ାଇଛନ୍ତି। ଜଣେ ପୁଅ ଭୁବନେଶ୍ୱର ରେ ପାଠ ପଢ଼ୁଛନ୍ତି। କିନ୍ତୁ ଏବେ ସେ ୩ ମାସ ହେଲା ଖାଇବାକୁ ପାଉ ନାହାଁନ୍ତି। ତାଙ୍କ ଅଭିଯୋଗ ହେଉଛି ଯେ ପୋଲିସ୍ ବାଲାଙ୍କୁ ମୁଖ୍ୟମନ୍ତ୍ରୀ ଚାପ ପକାନ୍ତୁ ଏବଂ ତାଙ୍କୁ ଚାକିରୀ ରୁ ନିଲମ୍ବିତ କରନ୍ତୁ।ସେ ଜଣେ ନିର୍ଦ୍ଦିଷ୍ଟ ପୋଲିସ୍ ଅଧିକାରୀ ଯାହାଙ୍କ ନାମ ହେଉଛି ସୌଭାଗ୍ୟ ସ୍ୱାଇଁ ତାଙ୍କ ନାମରେ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ତାଙ୍କ ଗାଡ଼ିକୁ ଅଟକ ରଖିଥିଲେ।

ଏହି ଟଙ୍କା ଦେଲେ ଯାଇ ତାଙ୍କ ଗାଡ଼ିକୁ ଛାଡ଼ି ବେ ବୋଲି ପୋଲିସ ଇନ୍ସପେକ୍ଟର ସୌଭାଗ୍ୟ ସ୍ୱାଇଁ କହିଥିଲେ। ଶେଷରେ ସେ ୭ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଏଯାବତ୍ ତାଙ୍କ ଗାଡ଼ି ତାଙ୍କୁ ମିଳୁ ନାହିଁ । ବରଂ ତାଙ୍କୁ ନାନାଦି ପ୍ରକାରର ହଇରାଣ କରା ଯାଉଛି।ଏହା ସହିତ ତାଙ୍କ ବିରୋଧରେ କେଶ୍ ଫାଇଲ୍ କରି ମଧ୍ୟ କୋର୍ଟକୁ ପଠା ଯାଇଛି।

କିନ୍ତୁ ମାନ୍ୟବର କୋର୍ଟ ଏଥିପାଇଁ ତାଙ୍କୁ ବେଲ୍ ମଧ୍ୟ ଦେଇଛନ୍ତି। ତାଙ୍କ ଦୋଷ ନାହିଁ ବୋଲି ତାଙ୍କୁ କୋର୍ଟ ନିର୍ଦୋଷରେ ଛାଡ଼ି ଛନ୍ତି।ତେବେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର୍ ଏବଂ ପାଣ୍ଡିଆନ ସାର୍ ଓ ପ୍ରଣବ ପ୍ରକାଶଙ୍କୁ ଜଣାଇଥିଲେ। କିନ୍ତୁ ତାଙ୍କର କୌଣସି ସମାଧାନ ନ ହୋଇ ପାରିବାରୁ ସେ ଆଜି ରାସ୍ତାକୁ ଉଲ୍ହାଈ ଆସି ଯେଉଁ ଇନ୍ସପେକ୍ଟର ତାଙ୍କୁ ଲାଞ୍ଚ ମାଗିଥିଲେ ତାଙ୍କ ବିରୋଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ସହିତ ତାଙ୍କୁ ଚାକିରି ରୁ ନିଲମ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।