ଆଶ୍ଚର୍ଯ୍ୟ ! ହେ ପ୍ରଭୁ ୪୦ ହଜାର ଟଙ୍କା ଚିରି ଫୋପାଡ଼ି ଦେଲେ ମହିଳା, କହିଲେ ମୋ ଟଙ୍କା ମୁଁ ଚିରିବି..ଫିଙ୍ଗିବି..ଆଉ ତା’ ପରେ….

ବର୍ତ୍ତମାନ ସାରା ବିଶ୍ବ ରେ କରନା ସଂକ୍ରମଣ ଲାଗି ରହିଛି । ଏହି ସଂକ୍ରମଣ ର ପ୍ରଭାବ ମଧ୍ୟ ଆମ ଦେଶ ରେ ଖୁବ୍ ଅଧିକ ପଡିଛି । ଅନେକ ଲୋକ ଏହି କରନା ସଂକ୍ରମଣ ଯୋଗୁ ଚାକିରି ହରାଇ ବସିଛନ୍ତି। ଏହି ସମୟ ରେ ଲୋକ ମାନଙ୍କ ଆର୍ଥିକ ସ୍ଥିତି ଏତେ ଖରାପ୍ ଯାହାକୁ କହିଲେ ନସରେ। ଏହି କଠିନ ପରିସ୍ଥିତି ରେ ଅନେକ ଲୋକ ଖାଇବା ପିଇବା ପାଇଁ ପାଉ ନାହାଁନ୍ତି । ଏହି ସମୟ ରେ ଏକ ଲୋକ ଟଙ୍କା ବିଡା ଚିରି ରାସ୍ତା ରେ ପକାଇବା ର ଦୃଶ୍ୟ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏମିତି ସଙ୍କଟ ସମୟ ରେ ଟଙ୍କା ନୋଟ୍ ଚିରି ଦେବା ଏକ ଆଶ୍ଚର୍ଯ୍ୟ କର ଘଟଣା ଅଟେ । ତେବେ ୧୦୦ କି ୨୦୦ ଟଙ୍କା ନୁହେଁ ପୁରା ପୁରି ଭାବେ ୪୦ ହଜାର ଟଙ୍କା ର ନୋଟ୍ ଏକ ଲୋକ ଚିରି ଫୋପାଡି ଦେଇଛନ୍ତି। ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ।

ଘଟଣା ଟି ଆସିଛି ପାରାଦୀପ ଅଞ୍ଚଳ ରୁ । ପାରାଦ୍ଵୀପ ଅଞ୍ଚଳ ରେ ଜଣେ ମହିଳା ନିଜର ୪୦ ହଜାର ଟଙ୍କା ର ନୋଟ୍ ଚିରି ରାସ୍ତା ରେ ଫୋପାଡି ବାର ଘଟଣା ସମସ୍ତ ଙ୍କୁ ଅବାକ୍ କରି ରଖିଛି । ତେବେ ବୁଧ ବାର ଦିନ ପାରାଦ୍ଵୀପ ଲକ୍ ଥାନା ଅନ୍ତର୍ଗତ ବିଶ୍ୱଳି ଗ୍ରାମ ରେ ଥିବା ଏକ ଜାତୀୟକରଣ ବ୍ୟାଙ୍କରୁ ଜଣେ ମହିଳା ୪୦ ହଜାର ଟଙ୍କା ଉଠାଇ ଥିଲେ ।

ତେବେ ସେ ବ୍ୟାଙ୍କ ରୁ ଟଙ୍କା ଉଠାଇ ବିଶ୍ୱାଳି ବଜାର ଦେଇ ଯାଉ ଥିବା ସମୟ ରେ ସେ ସେହି ଟଙ୍କା ର ନୋଟ୍ ସବୁ ରାସ୍ତା ରେ ଚିରି ଫୋପାଡି ଦେଇଥିଲେ । ତେବେ ସେଥିରେ କେବଳ ୫୦୦ ଟଙ୍କିଆ ଓ ସହେ ଟଙ୍କିଆ ନୋଟ୍ ଥିଲା ଓ ସବୁ ନୋଟ୍ ସେ ଚିରି ଦେଇଥିଲେ । ତେବେ ମହିଳା ଜଣଙ୍କ ଏମିତି କାଣ୍ଡ ଦେଖି ସ୍ଥାନୀୟ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଥିଲେ । କିଛି ଲୋକ ତାଙ୍କୁ ସେ ଏମିତି କାହିଁକି କରୁଛନ୍ତି ବୋଲି ପଚାରି ଥିବାରୁ ସେ କହିଥିଲେ ମୁଁ ମୋ ନିଜ ଟଙ୍କା ନିଜ ଇଚ୍ଛା ରେ ଏହି ଟଙ୍କା ଚିରୁଛି।

ତେବେ ମହିଳା ନୋଟ୍ ଗୁଡ଼ିକୁ ଚିରି ପାରାଦ୍ଵୀପ ଗଡ ଆଡ଼କୁ ଚାଲି ଯାଇ ଥିବାର ସ୍ଥାନୀୟ ଲୋକ ମାନେ କହିଥିଲେ। ମହିଳା ଙ୍କ ଏମିତି କାଣ୍ଡ ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଇଥିଲେ। ତେବେ କିଛି ସ୍ଥାନୀୟ ଲୋକ ସେହି ଚିରା ନୋଟ୍ କୁ ଗୋଟାଇ ରଖି ଥିବାର ଶୁଣିବାକୁ ମିଳିଛି । ତେବେ ମହିଳା ଙ୍କ ଏମିତି କାଣ୍ଡ ବିଶ୍ୱାଳୀ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।