ବର୍ଷା-ଅନୁଭବ ବିବାଦରେ ନୂଆ ଟ୍ୱିଷ୍ଟ୍ ! ସାମନାକୁ ଆସିଲେ ଜାଗ୍ରତି, କହିଲେ- ଅନୁଭବ ମୋର ଭଲ ବନ୍ଧୁ । ବର୍ଷାଙ୍କ ଫ୍ୟାନ୍‌ଙ୍କୁ ଦେଲେ କଡା ଚେତାବନୀ…..

କିଛିଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚିତ ଥିବା ଚର୍ଚ୍ଚିତ ଯୋଡ଼ି ବର୍ଷା ଏବଂ ଅନୁଭବ ମହାନ୍ତି ଙ୍କ ବିବାଦ ରେ ପୁଣି ଏକ ନୂଆ ମୋଡ଼ ଆସିଛି।ଆଉ ଏହା ଏହି କାରଣରୁ ଯେ ଅନୁଭବ ଏବଂ ଜାଗୃତି ଶୁକ୍ଳା ପରସ୍ପରକୁ ପ୍ରଶଂସା କରିଛନ୍ତି ଏବଂ ସେମାନଙ୍କ ସପକ୍ଷରେ ଟୁଇଟ କରିଛନ୍ତି। ତେବେ ବର୍ତ୍ତମାନ କେନ୍ଦ୍ରାପଡ଼ାର ସାଂସଦ ଅନୁଭବ ମହାନ୍ତିଙ୍କ ସହ ଉଠିଥିବା ସମ୍ପର୍କ ଚର୍ଚ୍ଚାକୁ ନେଇ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜାଗୃତି।

ଏହାକୁ ନେଇ ଜାଗୃତି ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ପୋଷ୍ଟ କରି ତାଙ୍କୁ ବଦନାମ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଚେତାବନୀ ଦେଇଛନ୍ତି ଏବଂ ଏହାକୁ ନିନ୍ଦା ମଧ୍ୟ କରିଛନ୍ତି।

ତେବେ ତାଙ୍କ ନାମରେ ହେଉଥିବା ଚର୍ଚ୍ଚାକୁ ନେଇ ସେ କହିଛନ୍ତି ଯେ, ମୁଁ ଜଣେ ସାମ୍ବାଦିକା ଏବଂ ଏମପି ମାନଙ୍କ ସହ ନିୟମିତ ଭାବେ ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରିବା ହେଉଛି ମୋର କାମ। ସେହି ଭଳିସାଂସଦ ଅନୁଭବ ମହାନ୍ତି ଏବେ ସାଂସଦ ଅଛନ୍ତି।ଏବଂ ଆମ ଦୁହିଁଙ୍କ ମଧ୍ୟରେ କେବଳ ଏକ ପ୍ରଫେସନାଲ ସମ୍ପର୍କ ରହିଛି ଏବଂ ଉଭୟେ କେବଳ ଭଲ ବନ୍ଧୁ ଅଟୁ। ତେବେ ଅନୁଭବ ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ମଧ୍ୟରେ ବୈବାହିକ ସମ୍ପର୍କକୁ ନେଇ ଯାହା କିଛି ବିବାଦ ଉଠିଛି ତାହା ତାଙ୍କର ବ୍ୟକ୍ତିଗତ ଘଟଣା ଅଟେ।

ସେଥିରେ ମୋର କିଛି କହିବାର ନାହିଁ କି ମୁଁ କିଛି କହିବାକୁ ଚାହେଁନା।କିନ୍ତୁ କିଛି ଲୋକ ମୋତେ ଅଯଥାରେ ସେ ଭିତରକୁ ଟାଣିଓଟାରି ଉଭୟଙ୍କ ସମ୍ପର୍କ ମଧ୍ୟକୁ ଆଣି ଯାବତୀୟ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି, ଯାହା ବାସ୍ତବରେ ଗ୍ରହଣୀୟ ନୁହେଁ। ତେବେ ସୋସିଆଲ ମିଡିଆରେ ମୋ ନାମରେ ଆପତ୍ତିଜନକ ମନ୍ତବ୍ୟ ଦିଆ ଯିବା ସହିତ ମୋତେ ଟ୍ରୋଲ୍ କରା ଯାଉଛି ଏବଂ ମୋ ପ୍ରତି ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ଦିଆଯାଉଛି କଣ ପାଇଁ।

ଆଉ ଏଥିରେ ଯେଉଁମାନେ ସଂପୃକ୍ତ ସେମାନେ ପ୍ରାୟତଃ ବର୍ଷାଙ୍କ ପ୍ରଶଂସକ ବୋଲି କହିଛନ୍ତି ଜାଗୃତି ଶୁକ୍ଳା।ଆଉ ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କ ପ୍ରତି କୌଣସି ମନ୍ତବ୍ୟ ଦେବାକୁ ମୁଁ ଚାହୁଁ ନଥିଲି। କିନ୍ତୁ ଏବେ ସବୁ ସୀମା ଟପିବାରୁ ମୁଁ ଓ ମୋ ପରିବାର ବିଚଳିତ ହେଇଛୁ ଏହି ଘଟଣାରେ ଏବଂ ଏଥିରେ ମୋର ଆତ୍ମ ସମ୍ମାନ ପ୍ରତି ଆଞ୍ଚ ଆସିଛି ବୋଲି ଲେଖିଛନ୍ତି ଜାଗୃତି।

ତେଣୁ ଯେଉଁମାନେ ମୋ ଚରିତ୍ର ପ୍ରତି ଆକ୍ଷେପ କରୁଛନ୍ତି ମୁଁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି। ଏଥିପାଇଁ ଜାଗୃତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର, ସିଏମଓ ଓଡ଼ିଶା ଏବଂ ଜାତୀୟ ମହିଳା କମିଶନଙ୍କ ହସ୍ତକ୍ଷେପ ଲୋଡ଼ି ସହାୟତା ମାଗିଛନ୍ତି।ଆଉ ଏହା ସହିତ ସେ ଏକ ଶାନ୍ତି ପୂର୍ଣ୍ଣ ବାତାବରଣ ମଧ୍ୟରେ ରହିବାକୁ ଚାହୁଁ ଥିବାରୁ ଏପରି କରୁଥିବା ଲୋକଙ୍କୁ ଏଭଳି କାର୍ଯ୍ୟ ନକରିବା କୁ ଅନୁରୋଧ ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।