ଦେଖନ୍ତୁ ଭିଡିଓ – ପ୍ରଥମ ଥର ପାଇଁ live ରେ ସମସ୍ତ ସତ୍ୟତା ସାମନ୍ନାକୁ ଆଣିଲେ କାହିଁକି ବିବାହ କରି ପାରୁ ନାହାଁନ୍ତି ଓ କାହାକୁ ଅପେକ୍ଷୋ କରି ଅଛନ୍ତି

ପୁଣି ଭିଡିଓ ଜରିଆରେ ସାମ୍ନାକୁ ଆସିଲେ ଚର୍ଚ୍ଚିତ ଅଭିନେତ୍ରୀ ରାନୀ ପଣ୍ଡା।ଏବେ ସେ ନିକଟରେ ଲାଇଭ ଆସି ତାଙ୍କର ମନ୍ତବ୍ୟ ପୁଣି ଦେଇଛନ୍ତି।ସେ ଲାଇଭ ରେ ଆସି ତାଙ୍କର ନିଜର ବ୍ୟକ୍ତିଗତ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଏବଂ କହିଛନ୍ତି ଯେ ଯଦି ମୁଁ ଭୁଲ କହୁଥାଏ ତେବେ ଆପଣ ମୋତେ ଜବାବ୍ ଦେବେ ଏବଂ ଯଦି ଠିକ କରିଥାଏ ତେବେ ମୋତେ ସମସ୍ତେ ଟିକେ ସହଯୋଗ କରିବେ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ବହୁତ୍ କଥା ଅଛି କହିବାକୁ ଏବଂ ସେ ଯଦି ତାଙ୍କ ଢାଞ୍ଚାରେ କହିବେ ତେବେ ଏହା ଶୁଣିଲା ପରେ ସମସ୍ତଙ୍କ ଜାଗାରେ ସେସବୁ ବାଜିବ। ତାଙ୍କ କହିବା କଥା ହେଲା,ତାଙ୍କ ନାମରେ କେହି କେହି ଅଭିଯୋଗ କରି କହିଛନ୍ତି ଯେ ରାଣୀ ପଣ୍ଡା ହେଉଛି ନାରୀ ଜାତିର କଳଙ୍କ।

ତେବେ ତୁମେ ନାରୀ ଜାତି ପାଇଁ କଣ। ଏଠି କଣ କେହି ଏମିତି ନାରୀ ନାହାନ୍ତି ଯେଉଁମାନେ ଜୀବନରେ ଥରେ ବି ଭୁଲ୍ କରି ନାହାନ୍ତି ତାଙ୍କ ଜୀବନରେ। ସେହିପରି କୌଣସି ପୁରୁଷ କହି ପାରିବ କି ସେ କେବେ ତା ଜୀବନରେ ଭୁଲ୍ କରିନାହିଁ। ତେବେ ମୁଁ ସତ କଥା କହୁଛି ବୋଲି ସବୁବେଳେ ବଳି ପଡୁଛି। ଏଠି ଯେଉଁମାନେ ମିଛ କଥା କହିବେ, ଚୋରି ତସ୍କର କରୁଥିବେ, ଚୋରି ଦାରୀ, ନାରୀ ଏହିସବୁ କାର୍ଯ୍ୟରେ ଲିପ୍ତ ଥିବେ, ସେହିମାନେ ହିଁ ତିଷ୍ଠି ପାରିବେ।

ମୁଁ ସତକଥା, ନିର୍ଭିକ ଭାବରେ କହୁ ଥିବାରୁ ମୋତେ ସମସ୍ତେ ଆଡ ଆଖିରେ ଦେଖୁଛନ୍ତି।ଥରେ ଭଲ ଭାବରେ ଭାବନ୍ତୁ ମୁଁ କେମିତି ମଣିଷ। ମୁଁ କିଛି ସ୍ବାର୍ଥ ହାସଲ କରିବା କିମ୍ବା ପାଇବା ଆଶାରେ କିଛି କରୁନାହିଁ। କେବଳ ଆପଣଙ୍କ ଭଲ ପାଇବା ର ଭିକ ମାଗୁଛି। ଆପଣ ମାନଙ୍କ ସହଯୋଗ ର ଭିକ ମାଗୁଛି।ତେବେ କାହିଁକି ମୋତେ ଏତେ ନିନ୍ଦା ଅପବାଦ ଦିଆ ଯାଉଛି। କାହିଁକି ମୋତେ ଏମିତି ଘୃଣ୍ୟ ଚକ୍ଷୁ ରେ ଦେଖା ଯାଉଛି।

ମୁଁ ସବୁବେଳେ ଅନ୍ୟର ସ୍ବାର୍ଥ ପାଇଁ ଲଢେ଼ଇ କରିଛି। ସମସ୍ତେ କିଭଳି ସହାୟତା ଏବଂ ସୁବିଧା ସୁଯୋଗ ପାଇବେ ସେ ପାଇଁ ଚେଷ୍ଟା କରିଛି, କିନ୍ତୁ ମୋତେ ଯେତେବେଳେ ଆଙ୍ଗୁଳି ଦେଖା ଯାଉଛି, ସେତେବେଳକୁ ମୋ ପଛରେ କେହି ଛିଡ଼ା ହେଉ ନାହାନ୍ତି। ଯେଉଁଟା ବାସ୍ତବରେ ଏକ ଦୁଃଖର ବିଷୟ ବୋଲି ରାଣୀ ପଣ୍ଡା କହିଛନ୍ତି।

ତେବେ ଏହିଭଳି ପରିସ୍ଥିତି ରେ ବହୁତ୍ ଜଣ କହୁଛନ୍ତି ରାଣୀ ପଣ୍ଡା କୁ କିଏ ବାହା ହେବ। ତାକୁ ବାହା ହେଲେ ଇଜ୍ଜତ ଚାଲିଯିବ।ଆଉ ଏହାର ଉତ୍ତରରେ ରାଣୀ ପଣ୍ଡା କହିଛନ୍ତି ଯେ କିଏ ପୁରୁଷ ଓ ମହିଳା ନିଜ ଛାତିରେ ହାତ ରଖି କହି ପାରିବ ଯେ ସେ ପର ପୁରୁଷ କିମ୍ବା ପର ନାରୀ ସହ ସମ୍ପର୍କ ରଖି ନାହିଁ। ଆଜିକାଲି ସେମିତି କିଏ ସତୀ ସୀତା ଆଉ ରାମଚନ୍ଦ୍ର ହୋଇ ଅଛନ୍ତି ଯେ ମୋ ଉପରକୁ ଆଙ୍ଗୁଳି ଉଠାଇ ଏମିତି କଥାବାର୍ତ୍ତା କରୁଛନ୍ତି। ଦୟାକରି ମୋତେ ଏମିତି ଅପବାଦ ଦେବା ବନ୍ଦ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।