ଝିଅ ବାହାଘରରେ ସରକାର ଦେଉଛନ୍ତି ୧୦ ଗ୍ରାମର ସୁନା ଉପହାର, ଆପଣ ବି ଉଠାଇ ପାରିବେ ଏହାର ଫାଇଦା । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

ଆପଣ ମାନେ ଜାଣିଛନ୍ତି ଝିଅ ମାନଙ୍କ ବିକାଶ ସହିତ ସୁରକ୍ଷିତ ଭବିଷ୍ୟତ ଏବଂ ସେମାନଙ୍କ ଅଧିକାରର ରକ୍ଷା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସମୟରେ କେତେକ ଭିନ୍ନ ଭିନ୍ନ ଯୋଜନା ମାନ ଜାରି କରା ଯାଇଥାଏ।ତେବେ ଝିଅ ମାନଙ୍କୁ ଆଗ୍ରାଧିକାର ଦେବା ଭିତ୍ତିରେ ସରକାର ଏମିତି କହିବାକୁ ଗଲେ ଅନେକ କ୍ଷେତ୍ରରେ ସେମାନଙ୍କ ପାଇଁ ବହୁତ ଯୋଜନା ଚାଲୁ ରଖିଛନ୍ତି ଏବଂ କାର୍ଯ୍ୟକାରୀ କରିଛନ୍ତି।

ସେହି କ୍ରମରେ ସେମାନଙ୍କ ଶିକ୍ଷାଠାରୁ ଆରମ୍ଭ କରି ଝିଅ ମାନଙ୍କ ଜୀବନ ଧାରଣ ରେ ଯେକୌଣସି ମୁହୂର୍ତ୍ତ ପର୍ଯ୍ୟନ୍ତ ସରକାରୀ ସ୍କିମର ଫାଇଦା ମିଳିବାରେ ଲାଗିଛି।ସେହିପରି ଏବେ ସରକାର୍ ଏବେ ନୂତନ ଯୋଜନା ରେ ଝିଅ ମାନଂକ ପାଇଁ ଆଣୁଛନ୍ତି ଆଉ ଏକ ଫାଇଦା।

ଏହି ଅନୁସାରେ ଗୋଟିଏ ଝିଅର ବାହାଘରରେ 10 ଗ୍ରାମ ର ସୁନା ସରକାର୍ ଉପହାର ଆକାରରେ ଝିଅଙ୍କୁ ଦେଉଛନ୍ତି।ତେବେ ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ନଥିବା କନ୍ୟା ସନ୍ତାନ ମାନଙ୍କର ପିତାମାତାଙ୍କୁ ସୁବିଧା ଯୋଗାଇ ଦେବା।ପ୍ରତ୍ୟେକ ଝିଅଙ୍କୁ ଏହି ଉପହାର ସରକାର ଦେବାକୁ ଯାଉଛନ୍ତି।ତେବେ ଆସାମ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ଅରୁନ୍ଧତି ସ୍ବର୍ଣ୍ଣ ଯୋଜନା ବି ଏଥିରେ ସାମିଲ ରହିଛି।

ଯେଉଁଥିରେ ଝିଅ ମାନଙ୍କ ବାହାଘରରେ ଆସାମ ରାଜ୍ୟ ସରକାରଙ୍କ ପକ୍ଷରୁ ଉପହାର ସ୍ବରୁପ ୧୦ ଗ୍ରାମ ସୁନା ଦିଆ ଯିବାର ବ୍ୟବସ୍ଥା ହୋଇଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ଗତବର୍ଷ ଆରମ୍ଭ ହୋଇଥିଲା।ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ।

କାହାକୁ ଏବଂ କିପରି ମିଳିବ ଏହି ସୁବିଧା-

୧) ପ୍ରଥମତଃ ଗୋଟିଏ ପରିବାରରେ ଦୁଇ ଝିଅ ରହିଥିଲେ ସେହି ପରିବାରକୁ ଏହି ସୁବିଧା ମିଳିବ। ଦୁଇ ରୁ ଅଧିକ ଝିଅ ଥିବା ପରିବାର କୁ ଏହି ଯୋଜନାର ଲାଭ ମିଳିବ ନାହିଁ।ଯଦି ବରର ୨୧ ବର୍ଷ ଏବଂ କନ୍ୟାର ବୟସ ୧୮ ବର୍ଷ ପୂରଣ ହୋଇଥିବ ତେବେ ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ।

୨) ଝିଅର ପ୍ରଥମ ବିବାହରେ ହିଁ କେବଳ ଏହାର ଲାଭ ମିଳିବ। ଝିଅ ଦ୍ଵିତୀୟ ବିବାହ କଲେ ଏହି ଯୋଜନାର ଲାଭ ପୁନର୍ବାର ମିଳିବ ନାହିଁ।

୩) ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କ ପରିବାରର ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ କମ୍ ହୋଇଥିବା ଆବଶ୍ୟକ।

୪) ଏହାଛଡା ଏହି ଯୋଜନା ରେ ଲାଭ ପାଇବା ପାଇଁ ସ୍ୱତନ୍ତ୍ର ବିବାହ ଅଧିନିୟମ ୧୯୫୪ ଅନୁଯାୟୀ ବିବାହ ପଞ୍ଜିକୃତ ହୋଇଥିବା ଦରକାର୍ ଏବଂ ପଞ୍ଜୀକରଣ ଦିନ ଝିଅକୁ ଏହି ଯୋଜନା ପାଇଁ ଆବେଦନ କରିବା ଦରକାର୍। କାରଣ ଏହା ବିବାହ ପଞ୍ଜିକରଣ କରୁଥିବା ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେଇଥାଏ।

୫) ଏହା କେବଳ ସେହି ସମ୍ପ୍ରଦାୟର ଝିଅ ମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁଠାରେ ଏପରି ପ୍ରଥା ରହିଥିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।