ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ବଡ଼ ଘୋଷଣା ! ଡିସେମ୍ବର ୧୪ରୁ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ବ୍ୟାଙ୍କ ରେ ଖାତା ଥିଲେ ନିଶ୍ଚୟ ଦେଖନ୍ତୁ…..

ଚଳିତ ମାସ ଡିସେମ୍ବର ୧୪ ତାରିଖରୁ ବ୍ୟାଙ୍କ କ୍ଷେତ୍ରରେ ହେବାକୁ ଯାଉଚି ଏକ ବଡ଼ ପରିବର୍ତ୍ତନ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ହେଲା ଗୁରୁତ୍ଵ ପୂର୍ଣ୍ଣ ଘୋଷଣା। ଆର୍‌ବିଆଇ ତା’ର ଗ୍ରାହକ ମାନଙ୍କ ପାଇଁ ଆଣିଲା ନୂଆ ଯୋଜନା। ସବୁଥର ଭଳି ଏଥର ମଧ୍ୟ RBI ର କୋଟି କୋଟି ଗ୍ରାହକ ମାନେ ଏହାର ନୂଆ ଯୋଜନା ରେ ଫାଇଦା ଓ ଅନେକ ଲାଭ ପାଇ ପାରିବେ ।

ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ନିୟମ ଘୋଷଣା କରିଛନ୍ତି।ତେବେ ଏହି ଘୋଷଣା ନାମା ଅନୁସାରେ ଗ୍ରାହକ ମାନେ ଏହି ମାସ ୧୪ ତାରିଖ ଠାରୁ ବଡ଼ ସୁବିଧା ସୁଯୋଗ ପାଇବାକୁ ଯାଉଛନ୍ତି।

ତେଣୁ ଆପଣ ମାନେ ଏଥିପ୍ରତି ସୂଚନା ରଖିବା ନିହାତି ଦରକାର। ବର୍ତ୍ତମାନ ବ୍ୟାଙ୍କ ଅର୍ଥ ବା ଟଙ୍କା ପଇସାର କାରବାର ଉପରେ କିଛି ନୂଆ ପରିବର୍ତ୍ତନ ଆଣିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଆପଣ ମାନେ ଜାଣିଛନ୍ତି ଅକ୍ଟୋବର ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆର୍‌ବିଆଇ ରିୟଲ୍‌ ଟାଇମ୍‌ ଗ୍ରସ୍‌ ସେଟେଲ୍‌ମଣ୍ଟ୍‌ (RTGS) ସିଷ୍ଟମ୍‌କୁ ୨୪ ଘଣ୍ଟା ଏବଂ ସପ୍ତାହ ର ସବୁ ଦିନ ପାଇଁ ଡିସେମ୍ବର ମାସରୁ ଚାଲୁ ରଖିବା ପାଇଁ ଘୋଷଣା କରିଥିଲା।

ତେବେ ଏହି ଘୋଷଣା ଅନୁଯାୟୀ, ଆସନ୍ତା ମାସରୁ ଗ୍ରାହକଙ୍କୁ ବଡ଼ ଧରଣର ଅର୍ଥ ଟ୍ରାନ୍ସଫର ପାଇଁ ଆଉ ବ୍ୟାଙ୍କ୍‌ ଖୋଲିବା କିମ୍ବା ବନ୍ଦ ହେବା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। କାରଣ ଆର୍‌ବିଆଇ ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବେ ଗ୍ରାହକ ମାନଙ୍କୁ ବଡ଼ ପୁରସ୍କାର ଦେଇଛନ୍ତି ଏହି ମୁଦ୍ରା ନୀତି ସମିତି ଏମ ପି ସି ର ଏପରି ନିଷ୍ପତ୍ତିକୁ ଘୋଷଣା କରି।

ପୂର୍ବ ପ୍ରଦତ୍ତ ନିୟମ ଅନୁସାରେ ଆର୍ ଟି ଜି ଏସ କରିବାର ସମୟ ସୀମା ସକାଳ ୭ଟା ରୁ ସନ୍ଧ୍ୟା ୫ଟା ଯାଏ ଥିଲା ଏବଂ ପ୍ରତ୍ୟେକ ମାସର ୨ୟ ଓ ୪ର୍ଥ ଶନିବାର ସମସ୍ତ ବ୍ୟାଙ୍କ୍‌ ବନ୍ଦ ରହୁଥିଲା। ଏହାଛଡା ସାଧାରଣତଃ ରବିବାର ମଧ୍ୟ ଏହି ସୁବିଧା ବନ୍ଦ ରହୁଥିଲା । ମାତ୍ର ଏବେ ୨୪ ଘଣ୍ଟା ଏବଂ ସମସ୍ତ ୭ ଦିନ ଯାକ ଏହି ସୁବିଧା ଗ୍ରାହକମାନେ ପାଇପାରିବେ। ଏହାଛଡା ବର୍ତ୍ତମାନ ସ୍ଥିତି ଅନୁସାରେ ଡିଜିଟାଲ ବ୍ୟାଙ୍କିଙ୍ଗ ର ସୁବିଧା ଯୋଗାଇବା ଏବଂ ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ କରିବା

ପାଇଁ ଏହି ସୁବିଧା ମାଧ୍ୟମରେ ନ୍ୟୁନତମ ୨ ଲକ୍ଷ ଟଙ୍କା ଟ୍ରାନ୍ସଫର କରିବାର ସୁବିଧା କରାଯାଇଛି। ତେବେ ବ୍ୟାଙ୍କ୍ ପକ୍ଷରୁ ଅଧିକତମ ଟଙ୍କାର କୈାଣସି ସୀମା ରଖା ଯାଇନାହିଁ ।ଏବଂ ଆପଣ RTGS ମାଧ୍ୟମରେ ଟଙ୍କା ନେଣ ଦେଣ କଲେ ଏହା ଜଲଦି ଆପଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇ ଯିବାର ସୁବିଧା ରହିଛି।୨୦୧୯ ଜୁନ୍‌ ୬ରୁ ଆର୍‌ବିଆଇ ସାଧାରଣ ଲୋକଙ୍କ ପାଇଁ ଯେଉଁ ବଡ଼ ସୁବିଧା ଆଣିଛି, ତାହାଦ୍ୱରା ଆର୍ଟିଜିଏସ ଏବଂ ଏନ୍ଇଏଫ୍ଟି ଜରିଆରେ ହେଉଥିବା ସମସ୍ତ ନେଣ ଦେଣ ନିଃଶୁଳ୍କ ହୋଇ ପାରିବ ବୋଲି କୁହା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।