ମା” ହେବା ପରେ ଭୁଲ ରେ କେତେ ଦିନ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିବା ଅନୁଚିତ ଜାଣନ୍ତୁ ନଚେତ…

ମାଆ ହେଉଛି ସ୍ନେହମୟୀ, କରୁଣାମୟୀ ଏବଂ ଅମୃତର ଧାରା। ମାଆ ବିନା ଜୀବନର କଳ୍ପନା କରିବା ଅସମ୍ଭବ। ମାଆ ଗୋଟିଏ ପିଲାକୁ ଜନ୍ମ ଦେଇ ଏ ଧରା ପୃଷ୍ଠକୁ ଆଣି ତାକୁ କାଖେଇ କୋଳେଇ, କେତେ ଅଳି ଅଝଟ ସହି, ଲାଳନ ପାଳନ କରି ଛୋଟରୁ ବଡ଼ କରିଥାଏ। ବାସ୍ତବରେ ମାଆ ର ସ୍ଥାନ କେହି କେବେ ନେଇ ପାରିବେ ନାହିଁ।ତେବେ ଦୁନିଆର ସବୁଠାରୁ ବଡ଼ କଷ୍ଟ ଭିତରେ ପିଲାକୁ ଜନ୍ମଦେବା ଅନ୍ୟତମ ଅଟେ।

ତା ଠାରୁ ଅଧିକ କଷ୍ଟ ଆଉ କିଛି ନାହିଁ।ତେବେ ଆପଣ କଣ ଜାଣିଛନ୍ତି ଜଣେ ମହିଳା ମାତୃତ୍ୱ ଲାଭ କରି ସାରିବା ପରେ କେତେ ଦିନ ପରେ ସେ ଶାରିରୀକ ସମ୍ପର୍କ ରଖିବା ପାଇଁ ପୁଣି ସକ୍ଷମ ହୋଇଥାଏ।

ଯାହା ଜଣେ ମହିଳା ର ସ୍ବାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ ଯେ ପିଲା ଜନ୍ମ ହେବାର କେତେଦିନ ପରେ, ଯେଉଁ ସମୟରେ ଶାରିରୀକ ସମ୍ପର୍କ ରଖିବା ଉଚିତ୍ ଏବଂ ନିରାପଦ ଅଟେ।ଏହା ସତ ଯେ ଜଣେ ନାରୀ ମା ହେବା ପାଇଁ ଅନେକ କଷ୍ଟ ସହି ଥାଏ। ସେଥିପାଇଁ ତାକୁ ୧୦ ମାସ ୧୦ ଦିନ ପର୍ଯ୍ୟନ୍ତ ପିଲା କୁ ନିଜର ଗର୍ଭ ରେ ଧରି ଅନେକ କଷ୍ଟ ସହିବାକୁ ପଡ଼ିଥାଏ।

ପିଲା ଟି ଜନ୍ମ ହେବା ପରେ ପ୍ରଥମେ ମା ବକ୍ଷ ରେ ଲାଗି ଥାଏ। ମା ସ୍ତନରୁ କ୍ଷୀର ଖାଇ ସେ ତାର ଜୀବନ ସଂଚାର କରିଥାଏ।ତେବେ ଅନେକ ସମୟରେ ଦେଖାଯାଏ କି ସ୍ୱାଭାବିକ ଭାବରେ ଅନେକ ମହିଳା ଙ୍କ ପ୍ରସବ ହୋଇ ନଥାଏ।ଅର୍ଥାତ୍ ସେମାନଙ୍କର ପିଲା ନର୍ମାଲ ଡେଲିଭାରି ହେବା ପରିବର୍ତେ ସିଯରିଂ ଦ୍ବାରା ହୋଇଥାଏ। ଉଭୟ କ୍ଷେତ୍ରରେ ପିଲା ଜନ୍ମ ପରେ ମହିଳାଙ୍କ ଶରୀର ବହୁତ ଦୁର୍ବଳ ହୋଇ ଯାଇଥାଏ।

ଯେଉଁ ପାଇଁ ଡେଲିଭରି ହେବାର କିଛି ଦିନ ପର୍ଯ୍ୟନ୍ତ ତାଙ୍କର ଯତ୍ନ ନେବା ଆବଶ୍ୟକ ଅଟେ।ଏହି ସମୟରେ ଶାରିରୀକ ସମ୍ପର୍କ ସ୍ଥାପନ ନକରି ପୁରୁଷ ମାନେ ତାଙ୍କୁ ସହୋଜୋଗ କରିବା ଆବଶ୍ୟକ। ତାଙ୍କର ଯତ୍ନ ନେବା ଦରକାର। ତେଣୁ ଯଦି ନର୍ମାଲ ଡେଲିଭରି ହୋଇଛି ତେବେ ତାଙ୍କର ଶରୀର ଦୁର୍ବଳ ଥିବା କାରଣରୁ ଏହା ପରେ ଭୁଲରେ ବି ଶାରିରୀକ ସମ୍ପର୍କ ନରଖି, କିଛିଦିନ ବ୍ୟବଧାନ ରଖନ୍ତୁ ଏବଂ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।ଏହା ଦ୍ବାରା ସଂକ୍ରମଣ ର ସମ୍ଭାବନା ମଧ୍ୟ ରହିଥାଏ।

ସେହିପରି ଯଦି ଅସ୍ତ୍ରୋପଚାର ବା ସିଜେରିଆନ ମାଧ୍ୟମରେ ପିଲା ଜନ୍ମ ହୋଇଥାଏ ତେବେ ସେହି ମହିଳା ମାନଙ୍କ ସହିତ ପିଲା ଜନ୍ମ ହେବାର ଅତି କମ୍ ରେ ୬/୭ ସପ୍ତାହ ବା ୨ ମାସ ପର୍ଯ୍ୟନ୍ତ ଶାରିରୀକ ସମ୍ପର୍କ ରଖନ୍ତୁ ନାହିଁ।ଏହି ସମୟରେ ସିଲେଇ ଛିଡିଯିବା ସହିତ ମା ଜୀବନ ପ୍ରତି ବିପଦ ରହିଥାଏ। ତେଣୁ ଏଥିପ୍ରତି ଆପଣ ନିଶ୍ଚିତ ସଚେତନ ହୁଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।