Ajira Anuchinta – ( ଲୁଣ ) ଆପଣଙ୍କ ଘରକୁ ଆଣିବ ଗଦା ଗଦା ଟଙ୍କା, ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ…..

ପ୍ରାୟତଃ ସମସ୍ତଙ୍କ ଘରେ ଲୁଣର ବ୍ୟବହାର ହୋଇଥାଏ l ଚାଲନ୍ତୁ ଜାଣିବା ଲୁଣ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ମଣିଷର ଭାଗ୍ୟକୁ କିଭଳି ବଦଳାଇ ଥାଏ lଲୁଣର ଜନ୍ମ ସମୁଦ୍ରରୁ ହୋଇଥାଏ ଅର୍ଥାତ ସମୁଦ୍ରରୁ ପ୍ରସ୍ତୁତ ହୋଇଥାଏ l ସମୁଦ୍ର ମାଲକ୍ଷ୍ମୀଙ୍କ ବାପଘର l ସବୁ ଝିଅ ନିଜର ବାପଘର ସହ ବାପଘରର ସବୁ ଜିନିଷକୁ ମଧ୍ୟ ପସନ୍ଦ କରନ୍ତି l ଯେହେତୁ ଲୁଣ ସମୁଦ୍ରରୁ ଜାତ ଏହା ମାଲକ୍ଷ୍ମୀ ଅତିପ୍ରିୟ ହୋଇଥାଏ l

ଲୁଣକୁ ରୋଷେଇ ସହ ଘରର ବସ୍ତୁଦୋଷ, ନଜରଦୋଷ, ସମସ୍ତ ନକାରାତ୍ମକକୁ ଦୂର କରିବାପାଇଁ ବ୍ୟବହାର କରାଯାଏ l ତେବେ ଏହିସବୁ ଦୋଷ କଳିଝଗଡା, ଅଭାବଅନାଟନ ଦେଖାଯାଉଥାଏ ତେବେ ଲୁଣକୁ କିପରି ବ୍ୟବହାର କରିବେ ଚାଲନ୍ତୁ ଜାଣିବ l

1-ଘରକୁ ଲିପାପୋଛା କଲାବେଳେ କିଛି ଲୁଣ ସେହି ପାଣିରେ ପକାନ୍ତୁ ଓ ସେହି ପାଣିରେ ଲିପନ୍ତୁ l ଏହାକୁ ସପ୍ତାହରେ ୨ରୁ୩ ଥର କରନ୍ତୁ ଏବଂ ରିଫାଇନ ଲୁଣ ଅପେକ୍ଷା ଘାଗରା ଲୁଣ ଭଲ କାମ କରିଥାଏ l ଏହା ଦ୍ୱାରା ଆପଣଙ୍କ ଘରର ବସ୍ତୁଦୋଷ, ନଜରଦୋଷ, ଓ ନକାରାତ୍ମକତା ଦୁରେଇ ଯାଇଥାଏ l ଘର ଧନଧାନ୍ୟ ରେ ପରିପୂର୍ଣ ହୋଇଯାଏ l

2-ଘରର ନଜର ଦୋଷ, ଘରେ ରୋଜଗାର ଥାଇ ମଧ୍ୟ ଘର ଉନ୍ନତି କରିପାରୁ ନଥିଲେ ଓ ସବୁବେଳେ ରୋଗ ଲାଗି ରହୁଥିଲେ ଏହି ଉପାୟଟି କରନ୍ତୁ :-

ବନ୍ଧୁଗଣ ଘରର ମୁଖ୍ୟ ଦ୍ୱାରର ଡାହାଣ ପଟେ ଏକ ନାଲି କପଡାରେ କିଛି ଲୁଣ ରଖି କୃଷ୍ଣପକ୍ଷ ଚତୃଦଶୀ ତିଥିରେ ବାନ୍ଧି ରଖନ୍ତୁ ଓ ଫୁଣି ଏକ ମାସ ପରେ ଏହାକୁ ପାଣିରେ ବିସର୍ଜନ କରି ନୂଆ ପୁଟୁଳି କରି ଟାଙ୍ଗୀ ଦିଅନ୍ତୁ l ଏହିପରି କ୍ରମାଗତ ଭାବେ କରନ୍ତୁ l ଆପଣଙ୍କ ଘରର ନଜରଦୋଷ, ନକାରାତ୍ମକ ଓ ଆର୍ଥିକଦୋଷ ଦୂର ହୋଇ ଉନ୍ନତି ଦେଖlଦେବା l

3-ଆଉ ଏକ ଉପାୟ ହେଉଛି କିଛି ଲୁଣକୁ ଏମିତି ଏକ ପାତ୍ରରେ ରଖନ୍ତୁ ଯେପରି ଲୁଣ ବାହାରକୁ ଦେଖାଯାଉଥିବ ଓ ସେଥିରେ କିଛି ଲବଙ୍ଗ ପକାଇବେ l ଓ ଏହାକୁ ନେଇ ଆପଣଙ୍କ ଆଲମିରା, ବାକ୍ସ, ସିନ୍ଧୁକ ଏହି ଭଳି ଜାଗାରେ ରଖିବେ l ଦେଖିବେ ଆପଣଙ୍କ ଜୀବନଶୈଳୀ ରେ ସୁଧାର ଆସିବ l

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲୁଣକୁ କେବେ ନଷ୍ଟ କରିବାକୁ ଦିଅନ୍ତୁନାହିଁ ଯେତିକି ଆବଶ୍ୟକ ସେତିକି ବ୍ୟବହାର କରନ୍ତୁ ଓ ଆଣେତେଣେ ପକାନ୍ତୁ ନାହିଁ l ଏବଂ ଯଦି ଖାଇବା ପତ୍ରରେ ଲୁଣ ବଳି ପଡୁଛି ତାହେଲେ ସେଥିରେ କିଛି ପାଣି ଢାଳି ଦିଅନ୍ତୁ l ଆଉ କେବେ ଲୁଣ କୁ ସାରିବାକୁ ଦିଅନ୍ତୁ ନାହିଁ କାରଣ ଲୁଣ ସରିଗଲେ ଲକ୍ଷ୍ମୀ ଘରୁ ବାହାରି ଯାଆନ୍ତି ଓ ଲକ୍ଷ୍ମୀ ସବୁବେଳେ ଚଞ୍ଚଳା ସେ ସବୁବେଳେ ଅନ୍ୟ ଘରକୁ ଯିବା ପାଇଁ ଚଳାଚଞ୍ଚଳ ଥାନ୍ତି l ତେଣୁ ଲୁଣ କୁ ସବୁବେଳେ ସଞ୍ଚୟ କରି ରଖନ୍ତୁ l