୧୪ ଡିସେମ୍ବର ସୋମବାର ସୂର୍ଯ୍ୟ ପରାଗ । ଜାଣନ୍ତୁ କ’ଣ କରିବେ ଏବଂ କ’ଣ କରିବେ ନାହିଁ

ବନ୍ଧୁଗଣ ଡ଼ିସେମ୍ବର 14 ତାରିଖ ବର୍ଷର ଶେଷ ସୂର୍ଯ୍ୟପରାଗ ପଡ଼ିବାକୁ ଯାଉଛି l ଚାଲନ୍ତୁ ଜାଣିବା ଏହି ସୂର୍ଯ୍ୟପରାଗ ସମୟସୀମା, ଓଡିଶାରେ ଏହା ଦୃଶ୍ୟମାନ ହେବକି ନାହିଁ, କେଉଁ ରାଶି ମାନଙ୍କ ଉପରେ ଖରାପ ଓ ଭଲ ପ୍ରଭାବ ପକାଇବ l ଏଥିସହ ଗର୍ଭବତୀ ମହିଳାମାନେ କିପରି ସାବଧାନ ରହିବେ l

ଚଳିତ ବର୍ଷ ଡ଼ିସେମ୍ବର 14 ବା ଆସନ୍ତା ସୋମବାର ଦିନ ବର୍ଷର ଅନ୍ତିମ ସୂର୍ଯ୍ୟପରାଗ ଲାଗିବା କୁ ଯାଉଛି l ଏହି ସୂର୍ଯ୍ୟପରାଗ ବହୁତ ଲମ୍ବା ଏବଂ ଡ଼ିସେମ୍ବର 14 ଓ 15 ତାରିଖରେ ଲାଗୁଥିବାରୁ ଏହା ହେଉଛି ଖଣ୍ଡଗ୍ରାସ ସୂର୍ଯ୍ୟପରାଗ l ଏହିପରି ସୂର୍ଯ୍ୟପରାଗ ବହୁତ କମ ଦେଖିବାକୁ ମିଳେ l

ବନ୍ଧୁଗଣ ସାଧାରଣତଃ ଗ୍ରହଣ ଲାଗିବାର ନଅଘଣ୍ଟା ବା ପରାଗ ବାର ଘଣ୍ଟା ପୂର୍ଵରୁ ପାକନିଷେଧ ବା ହାଣ୍ଡିଛାଡ କରାଯାଇ ଥାଏ l ଏହି ସମୟକୁ ସ୍ୱେତେକ ସମୟ କୁହାଯାଏ l ଏହି ପରାଗ ଲାଗିବା ସମୟରେ ଖାଦ୍ୟଗ୍ରହଣକୁ ବାରଣ କରାଯାଇଛି l କାରଣ ପରାଗ ଲାଗିବା ସମୟରେ ପେଟରେ ଖାଦ୍ୟପଦାର୍ଥ ନରହିବା ଭଲ l

ଏହା ବର୍ଷର ଅନ୍ତିମ ଓ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ l ଏହାର ଗ୍ରାସ ସମୟ 14ଡ଼ିସେମ୍ବର ସୋମବାର ସମୟ ସାତଟା ବାଜି ତିନି ମିନିଟ ରେ ଆରମ୍ଭ ହୋଇ ପନ୍ଦର ଡ଼ିସେମ୍ବର ରାତ୍ରି ବାରଟା ବାଜି ତେଇଶୀ ମିନିଟରେ ଶେଷହେବ l ଏହା ମହାକାଶରେ ପ୍ରାୟ ପାଞ୍ଚଘଣ୍ଟା ଅଠର ମିନଟ ପର୍ଯ୍ୟନ୍ତ ଦେଖା ଦେବ l

ଭାରତୀୟ ସମୟ ଅନୁସାରେ ସୂର୍ଯ୍ୟାସ୍ତ ପରେ ଲାଗୁଥିବା ରୁ ଏହା ଭାରତ ଏବଂ ଓଡିଶାରେ ଦୃଶ୍ୟମାନ ହେବନାହିଁ l ଏହା ଦକ୍ଷିଣଆମେରିକା ଓ ଦକ୍ଷିଣ ଆଫ୍ରିକା ରେ ଦୃଶ୍ୟମନ ହେବ l ସୂର୍ଯ୍ୟପରାଗ ଗର୍ଭବତୀ ମହିଳା ମାନଙ୍କ ପାଇଁ ବହୁତ ସମ୍ବେଦନଶୀଳ ଓ ଅଶୁଭ ହୋଇଥିବାରୁ ସେମାନଙ୍କୁ ସାବଧାନ ରହିବା, ପରାଗ ନଦେଖିବା, ଓ ବାହାର କୁ ନବାହାରିବା କୁ ପରାମର୍ଶ ଦିଆଯାଇଛି l ଓ ଏହି ସମୟରେ କୌଣସି କଟାକଟି ଓ ସିଲେଇ କରିବା ଅନୁଚିତ ଓ କୌଣସି କଳା ବସ୍ତ୍ର ପରିଧାନ ନ କରିବl ଉଚିତ l

ଜୋତିଷଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟପରାଗ କାରଣରୁ ଗ୍ରହ ଓ ନକ୍ଷେତ୍ର ମାନଙ୍କର ସ୍ଥାନରେ ପରିବର୍ତ୍ତନ ହଵାକୁଯାଉଛି lଏହା ଫଳରେ କେତେକ ରାଶି ଉପରେ ଅଶୁଭ ଓ ଆଉ କେତେକ ଉପରେ ଶୁଭ ପ୍ରଭାବ ପଡିବ l ଏହି ଭାଗ୍ୟଶାଳୀ ରାଶିର ବ୍ୟକ୍ତିମାନେ ଅପେକ୍ଷା କରିଥିବା କାର୍ଯ୍ୟରେ ଖୁବଶୀଘ୍ର ସଫଳତା ପାଇବେ l

ଛାତଛାତ୍ରୀ ମାନେ ପରୀକ୍ଷାରେ ଉର୍ତ୍ତିନ୍ନ ହେବେ l ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କର ପ୍ରମୋଶନ ହୋଇ ପାରେ l ଅବିବାହିତ ସମସ୍ତ ପୁତ୍ର ଓ କନ୍ୟାମାନଙ୍କର ବିବାହ ଯୋଗ ରହିଛି l ଆଶା କରିଥିବା କାର୍ଯ୍ୟ ପୂରଣ ହେବ l ଏବଂ ସନ୍ତାନ ପ୍ରାପ୍ତି ର ଯୋଗ ରହିଛି l ତେବେ ଏହି ରାଶି ଗୁଡିକ ହେଉ ଛନ୍ତି :- ବୃଷରାଶି, କନ୍ୟାରାଶି, ଧନୁରାଶି, ମକରରାଶି, ସିଂହରାଶି, ମୀନରାଶି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।