ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ…..

ଆଜି ଆମେ ଓଡ଼ିଆ ର କିଛି ପଦ୍ୟ ପ୍ରହଳିକା ବିଷୟ ରେ ଜାଣିବା ଯାହା ଚପଳ ମତି ଶିଶୁ ଓ କିଶୋର କିଶୋରି ମାନଙ୍କ ବୁଦ୍ଧି ବିକାଶ କରିବା ରେ ସହାୟତା କରିବ।ତେବେ ଏହାର ଉତ୍ତର ଦେବା ପାଇଁ ଆପଣ ୫ ସେକେଣ୍ଡ ସମୟ ନିଅନ୍ତୁ ଓ ଏହି ସମୟ ଭିତରେ ଉତ୍ତର ଦିଅନ୍ତୁ ।ତେବେ ଆସନ୍ତୁ ଜାଣିବା ଆଜିର କିଛି ମଜାଳିଆ ପଦ୍ୟ ପ୍ରହଲିକା ବିଷୟ ରେ ;

୧- କାନ୍ଥ ରେ ଥାଏ ସେ ଛାତ ରେ ଥାଏ , ପୋକ ମାଛି ଯେତେ ଗୋଡ଼ାଇ ଖାଏ ଶୋଷ ଲାଗିଲେ ପିଏନି ପାଣି ମାଟି ଛୁଇଁ ଶୋଷ ଉଭେଇ ଯାଏ କହିଲ ଦେଖି କିଏ ସେ ଭାଇ ?
ଉତ୍ତର – ତେବେ ଏହି ପ୍ରଶ୍ନ ଟିର ଉତ୍ତର ହେଉଛି ଝିଟିପିଟି କାରଣ ଝିଟିପିଟି କେବେ ମଧ୍ୟ ପାଣି ପିଏ ନାହିଁ ।।

୨- ପଶୁ ନୁହେଁ କି ସେ ପକ୍ଷୀ ନୁହେଁ ଦିନ ରେ ସୁଏ ସେ ରାତି ରେ ଚିଏଁ କହିଲ ଭାବି କିଏ ସେ ସିଏ ?
ଉତ୍ତର – ତେବେ ଏହି ପ୍ରଶ୍ନ ଟିର ଉତ୍ତର ହେଉଛି ଚେମେନିଆ ଚେମେଣିଆ ରାତି ଚାହିଁ ଥାଏ ଓ ଦିନ ରେ ଶୁଏ

୩- ଏହି ପ୍ରଶ୍ନ ରେ ଆପଣ ଙ୍କୁ ଶୂନ୍ୟ ସ୍ଥାନ ପୁରଣ କରିବାରେ ଅଛି ।। ଗୋଟିଏ ମାଙ୍କଡ଼ ବୁଜିଛି ଆଖି , ଗୋଟିଏ ମାଙ୍କଡ ବୁଯିଛି କାନ କାନ ରେ ହାତ ଦେଇ ଗୋଟିଏ ମାଙ୍କଡ ଦେଉଚି ବାର୍ତ୍ତା କେବେ ସେ କହିବନି କାହାକୁ ପଦୁୂ ଟେ ——
ଉତ୍ତର – ତେବେ ଏହି ପ୍ରଶ୍ନ ଟିର ଉତ୍ତର ହେଉଛି ଖରାପ୍ କଥା

୪- କଟର କଟର କେଁ କେଁ ସାରୁ ବୁଦା ମୂଳେ ବସିଚି,  ଝିନ୍ତିକା ପୋକ ଦେଖିଲେ ସିଏ ଖପ୍ କିନା ମାଡ଼ି ବସୁଚି
ଉତ୍ତର – ତେବେ ଏହି ପ୍ରଶ୍ନ ଟିର ଉତ୍ତର ହେଉଛି ବେଙ୍ଗ

୫- ବୋଉ ର ସେ ଭାଇ ନୁହେଁ ତଥାପି ମାମୁ ଡାକୁ , ଜଙ୍ଗଲ ରେ ରୁହେ ସେ ନୁହେଁ ସେ ଚୋର ଡାକୁ
ଉତ୍ତର – ତେବେ ଏହି ପ୍ରଶ୍ନ ଟିର ଉତ୍ତର ହେଉଛି ବାଘ ମାମୁଁ

୬- ଏମିତି କେଉଁ ଗଛଟି ଅଛି ଫଳ ତାର ଖାଉ , ପାଣି ତାର ପିଉ ପତ୍ର ରେ ତାର ଚଟ କରୁ , ପତ୍ର ତାର ଝାଡୁ କରି ଘର ଝାଡି ଦଉ ।।
ଉତ୍ତର – ତେବେ ଏହି ପ୍ରଶ୍ନ ଟିର ଉତ୍ତର ହେଉଛି ତାଳ ଗଛ ।।

୭- ଯେତେ ତାକୁ ଟାଣିବ ଲମ୍ବା ହେବା ବଦଳ ରେ ସିଏ କମିବ
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ସିଗାରେଟ

୮- ଉପରକୁ ଯେତେ ମୋଟା ଗଣ୍ଡୀ ଭିତରେ ତାର ସେତେ ବଡ଼ ପୋଲ ଭାରି ସିଏ ଉପକାରୀ ନାହିଁ ତାର ମୂଲ ।।
ଉତ୍ତର – ତେବେ ଏହି ପ୍ରଶ୍ନ ଟିର ଉତ୍ତର ହେଉଛି ବାଉଁଶ , ବାଉଁଶ ଯେତେ ବଡ଼ ଓ ଲମ୍ବା ହୋଇ ଥାଏ ତାର ଭିତର ସେତେ ପୋଲ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।