ଦେଖନ୍ତୁ ଭିଡ଼ିଓ । ଉଚ୍ଚ ଶିକ୍ଷିତ Phd ଯୋଗ୍ୟତା ପ୍ରାପ୍ତ ଭିକାରୀ ଙ୍କ ଅନର୍ଗଳ ଇଁରାଜୀ ଶୁଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…..

ଆଜିବି ଭାରତରେ ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ ଅନେକ ପାଠ ପଢି ମଧ୍ୟ ବେକାର ହୋଇ ବସିଛନ୍ତି। ସେମାନଙ୍କ ପାଇଁ କୌଣସି ସୁବିଧା ସୁଯୋଗ ସରକାରଙ୍କ ପକ୍ଷରୁ କରା ଯାଇ ପାରି ନାହିଁ। ଅନେକ ଅସୁବିଧା ଭିତରେ ସେମାନେ ଗତି କରୁଥିବା ବେଳେ ସରକାର୍ ସେମାନଙ୍କ ପ୍ରତି ତାଙ୍କର କୃପା ଦୃଷ୍ଟି ପକାଇବା ବିଧେୟ। କିନ୍ତୁ ଦୁର୍ଭାଗ୍ୟ ର କଥା ଯେ କେହି ବି ସେମାନଙ୍କ କଥା ଶୁଣୁ ନାହାନ୍ତି କି ବୁଝୁ ନାହାନ୍ତି।

ଅନେକ ପ୍ରକାର ମାନସି ଦୁଶ୍ଚିନ୍ତା ଦେଇ କରୁଛନ୍ତି ଅଧିକ ପଢୁଆ ଯୁବପିଢି।ତେବେ ନିଯୁକ୍ତି ଅଭାବରୁ କିଏ ପରିବା ବ୍ୟବସାୟ କରୁଛି ତ ପୁଣି ଆଉ କିଏ ଭିନ୍ନ କାମ ଧନ୍ଦା ଦେଖି ନିଜର ପରିବାରକୁ ଚଳାଉଛି।

ତେବେ ଏହାରି ଭିତରେ ପ୍ରଶ୍ନ ଉଠେ କଣ ବାସ୍ତବରେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା କୁ ସମ୍ମାନ ଜଣାଇବା ପାଇଁ କୌଣସି ପ୍ରକାରର ସାହାଯ୍ୟ ସରକାରଙ୍କ ପକ୍ଷରୁ ସମ୍ଭବ ପର ନୁହେଁ କି। କୌଣସି କ୍ଷେତ୍ରରେ ଏମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଏବଂ ଏକ ସ୍ଥାୟୀ ରୋଜଗାର ର ବାଟ ଦେଖାଇବା ଦ୍ବାରା ହୁଏତ ଏମାନେ ସମାଜର ମୁଖ୍ୟ ଶ୍ରୋତ ରେ ସାମିଲ୍ ହେବାର ସୁଯୋଗ ପାଇ ପାରନ୍ତେ।

ତେବେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଆମେ କହିବୁ ଯାହା ର ଅନ୍ୟ ଉଦାହରଣ ନିକଟ ଅତୀତ ମାନଙ୍କରେ ମଧ୍ୟ ଦେଖିବାକୁ ପାଇଛନ୍ତି। କିପରି ଉଚ୍ଚ ଶିକ୍ଷିତ ବ୍ୟକ୍ତି ମାନେ ସମୟର କରାଳ କାୟା ଭିତରେ ଚାପି ହୋଇ ମାନସିକ ଭାରସ୍ୟାମ ହରାଇ ପାଗଳ ହୋଇ ଯାଇଛନ୍ତି ନିକଟରେ ଓଡ଼ିଶାରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା।

ଯେଉଁଠି ଏକ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଉପଯୁକ୍ତ ନିଯୁକ୍ତି ନପାଇ ଅନ୍ୟର ଚାପର ବସବର୍ତ୍ତି ହୋଇ ତାଙ୍କର ଚାକିରି ହରାଇଥିଲେ। ଆଉ ତାପରେ ପାଗଳ ହେଇ ଯାଇଥିଲେ।ପରେ ତାଙ୍କୁ ତାଙ୍କର ସାଙ୍ଗମାନେ ଚିକିତ୍ସା କରାଇଥିଲେ ତାଙ୍କ ବିଷୟରେ ଗଣମାଧ୍ୟମ ରୁ ଖବର ପାଇଲା ପରେ। ସେହିପରି ଆଉ ଜଣେ ପୂର୍ବରୁ କଲେଜର ଅଧ୍ୟାପିକା ଥିବା ମହିଳା ଜଣଙ୍କୁ ମଧ୍ୟ ପାଗଳ ହୋଇ ଭିକ୍ଷା ବୃତ୍ତି କରୁ ଥିବାର ଦେଖିବାକୁ ମିଳିଥିଲା। ତାଙ୍କୁ ମଧ୍ୟ ଚିହ୍ନଟ କରିବା ପରେ ତାଙ୍କର ଆତ୍ମୀୟ ସ୍ୱଜନ ଚିକିତ୍ସା କରାଇ ଥିଲେ।

ସେହିପରି ଏବେ ଆଉ ଜଣେ ଭିକାରୀ ଙ୍କ ସମ୍ପର୍କରେ ଆପଣ ଏହି ଭିଡିଓ ରେ ଦେଖନ୍ତୁ। ଯିଏକି ବିଭିନ୍ନ ରେଳ ଷ୍ଟେସନ ରେ ବୁଲି ବୁଲି ଭିକ୍ଷା ବୃତ୍ତି କରିଥାନ୍ତି। ତାଙ୍କର ପୋଷାକ ପରିଧାନ କୁ ଦେଖିଲେ ଲାଗୁଚି ଯେମିତି ସେ ଜଣେ ଚିରା ଚରିତ ଭିକାରୀ। ପାଠ ନପଢି ଅଭାବ ଅନତନରେ ନିଜର ଜୀବନ କାଟୁଛନ୍ତି। କିନ୍ତୁ ବାସ୍ତବରେ ତାହା ନୁହଁ।ସେ ଏଭଳି ଭାବରେ ଇଁରାଜୀ କହୁଛନ୍ତି ଯାହାଙ୍କୁ ଶୁଣିଲେ ଆପଣ ଚାହିଁ ରହିଯିବେ ଆଉ ଚକିତ ହୋଇଯିବେ।ସେ ପି ଏଚ୍ ଡି ର ପାଠ୍ୟ କ୍ରମ କୁ ପୂର୍ଣ୍ଣ କରିଛନ୍ତି ବୋଲି ଯାହା ଜଣା ପଡିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।